ପ୍ରଥମ ଅନଅଫିସିଆଲ୍ ଟେଷ୍ଟ: ମଜଭୁତ୍ ସ୍ଥିତିରେ ଭାରତ-ଏ

ଥିରୁଅନନ୍ତପୁରମ୍: ଭାରତ-ଏ ଓ ଦକ୍ଷିଣ ଆଫ୍ରିକା-ଏ ମଧ୍ୟରେ ଏଠାରେ ଚାଲିଥିବା ପ୍ରଥମ ଅନଅଫିସିଆଲ୍ ଟେଷ୍ଟରେ ଭାରତ-ଏ ମଜଭୁତ୍ ସ୍ଥିତିରେ ରହିଛି। ଦକ୍ଷିଣ ଆଫ୍ରିକା-ଏ’ର ୧୬୪ ରନ୍ ଜବାବରେ ଭାରତ-ଏ ପ୍ରଥମ ଇନିଂସରେ ୩୦୩ ରନ୍ କରି ଅଲଆଉଟ୍ ହୋଇଛି। ଭ୍ରମଣକାରୀ ଟିମ୍ ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଏବଂ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୫ ୱିକେଟରେ ୧୨୫ ରନ୍ କରିଛି। ଦକ୍ଷିଣ ଆଫ୍ରିକା-ଏ’କୁ ଇନିଂସ୍ ପରାଜୟ ଏଡାଇବା ପାଇଁ ଆହୁରି […]

jalaj

jalaj

Ranjit Kumar Jena
  • Published: Tuesday, 10 September 2019
  • Updated: 10 September 2019, 06:19 PM IST

Sports

Latest News

ଥିରୁଅନନ୍ତପୁରମ୍: ଭାରତ-ଏ ଓ ଦକ୍ଷିଣ ଆଫ୍ରିକା-ଏ ମଧ୍ୟରେ ଏଠାରେ ଚାଲିଥିବା ପ୍ରଥମ ଅନଅଫିସିଆଲ୍ ଟେଷ୍ଟରେ ଭାରତ-ଏ ମଜଭୁତ୍ ସ୍ଥିତିରେ ରହିଛି। ଦକ୍ଷିଣ ଆଫ୍ରିକା-ଏ'ର ୧୬୪ ରନ୍ ଜବାବରେ ଭାରତ-ଏ ପ୍ରଥମ ଇନିଂସରେ ୩୦୩ ରନ୍ କରି ଅଲଆଉଟ୍ ହୋଇଛି। ଭ୍ରମଣକାରୀ ଟିମ୍ ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଏବଂ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୫ ୱିକେଟରେ ୧୨୫ ରନ୍ କରିଛି।

ଦକ୍ଷିଣ ଆଫ୍ରିକା-ଏ'କୁ ଇନିଂସ୍ ପରାଜୟ ଏଡାଇବା ପାଇଁ ଆହୁରି ୧୪ ରନ୍ ଆବଶ୍ୟକ ହେଉଥିବା ବେଳେ ହାତରେ ୫ ୱିକେଟ୍ ରହିଛି। ଆସନ୍ତାକାଲି ଭାରତ-ଏ ଭ୍ରମଣକାରୀ ଟିମକୁ ସଅଳ ଅଲଆଉଟ୍ କରି ବଡ଼ ଅଗ୍ରଣୀ କରିବାକୁ ରୋକିବାକୁ ପ୍ରୟାସ କରିବ। ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ହେନରିଚ୍ କ୍ଲାସେନ୍ ୩୫ ଓ ୱିଆନ୍ ମୁଲ୍ଡର୍ ୧୨ ରନ୍ କରି ଅପରାଜିତ ରହିଛନ୍ତି।

ପ୍ରଥମ ଇନିଂସରେ ୧୩୯ ରନରେ ପଛୁଆ ଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ହିଁ ଦୁଇ ଓପ୍ନରଙ୍କୁ ହରାଇଥିଲା । ପିଟର୍ ମଲାନ୍ (୪)ଙ୍କୁ ମହମ୍ମଦ ସିରାଜ ଓ କ୍ୟାପଟେନ୍ ଆଇଡେନ୍ ମର୍କରାମ୍ (୪)ଙ୍କୁ ଶାର୍ଦ୍ଦୁଲ ଠାକୁର ପ୍ୟାଭିଲିୟନ୍ ପଠାଇଥିଲେ। ଖାୟା ଜୋଣ୍ଡୋ (୧୦) ମଧ୍ୟ ନିରାଶ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ସେନୁରାମ ମୁଥୁସାମି ମାତ୍ର ୪ ରନ୍ କରି ଶାହାବାଜ ନଦୀମଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ।

ଜୁବେର୍ ହାମଜା ଓ କ୍ଲାସେନ୍ ପଞ୍ଚମ ୱିକେଟ୍ ପାଇଁ ୪୨ ରନର ଭାଗୀଦାରୀ କରି ଟିମର ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ । କିନ୍ତୁ ଏହି ଯୋଡ଼ିକୁ କ୍ରିଷ୍ଣାପ୍ପା ଗୌତମ ଭାଙ୍ଗିବାରେ ସଫଳ ହୋଇଥିଲେ। ହାମଜା ୪୪ ରନ୍ କରି ଆଉଟ୍ ହୋଇଥିଲେ । ଏବେ କ୍ଲାସେନ୍ ଓ ମୁଲ୍ଡରଙ୍କ ଉପରେ ଟିମର ସବୁକିଛି ନିର୍ଭର କରୁଛି । ଭାରତ-ଏ ପକ୍ଷରୁ ନଦୀମ ୨ଟି, ସିରାଜ, ଶାର୍ଦ୍ଦୁଲ ଓ ଗୌତମ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଛନ୍ତି।

ଏହା ପୂର୍ବରୁ ଭାରତ-ଏ ମଙ୍ଗଳବାର ତା'ର ପୂର୍ବଦିନର ସ୍କୋର ୧୨୯/୨ରୁ ଖେଳ ଆରମ୍ଭ କରିଥିଲା। ଗତକାଲି ଅପରାଜିତ ଥିବା ରିକି ଭୁଇ (୨୬) ବଡ଼ ସ୍କୋର କରିବାରେ ବିଫଳ ହୋଇଥିବା ବେଳେ ଶୁବମାନ୍ ଗିଲ୍ ଶତକରୁ ବଞ୍ଚିତ ହୋଇଥିଲେ। ଗିଲ୍ ବ୍ୟକ୍ତିଗତ ୯୦ (୧୫୩ ବଲ୍, ୧୩ ଚୌକା, ୧ ଛକା) ରନ୍ କରି ଡେନ୍ ପିଟଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଗିଲଙ୍କ ଆଉଟ୍ ପରେ ଭାରତ ଲଗାତାର ତିନୋଟି ୱିକେଟ୍ ହରାଇଥିଲା। ଶିବମ୍ ଦୁବେ (୮), ଶ୍ରୀକର ଭରତ (୩୩) ଓ କ୍ରିଷ୍ଣାପ୍ପା ଗୌତମ (୦) ନିରାଶ କରିଥିଲେ।

୧୯୯ ରନରେ ୭ ୱିକେଟ୍ ହରାଇବା ପରେ ଜଲଜ ସାକ୍ସେନା ଓ ଶାର୍ଦ୍ଦୁଲ ଠାକୁର ସ୍ଥିତି ସମ୍ଭାଳିଥିଲେ। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ୧୦୦ ରନର ଭାଗୀଦାରୀ କରି ଭାରତକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ। ଜଲଜ୍ ନିଜ ଚୟନକୁ ଉଚିତ୍ ପ୍ରମାଣିତ କରି ୬୧ (୯୬ ବଲ୍, ୧୧ ଚୌକା) ରନର ଅପରାଜିତ ଇନିଂସ୍ ଖେଳିଥିଲେ। ଶାର୍ଦ୍ଦୁଲ ଠାକୁର ୩୪ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସର ଯୋଗଦାନ କରିଥିଲେ। ଶେଷ ଦୁଇ ୱିକେଟ୍ ଭାବେ ଶାହାବାଜ ନଦୀମ ଓ ମହମ୍ମଜ ସିରାଜ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ଦକ୍ଷିଣ ଆଫ୍ରିକା-ଏ ପକ୍ଷରୁ ଲୁଙ୍ଗି ଏନଗିଡି ଓ ପିଟ୍ ୩ଟି ଲେଖାଏ ୱିକେଟ୍ ନେଇଥିଲେ। ଏହାଛଡ଼ା ସିପାମ୍ଲା ଓ ଜାନସେନ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos