ଆଶେସ୍ ସିରିଜରୁ ଆଣ୍ଡରସନ୍ ବାଦ୍

ଲଣ୍ଡନ: ଚଳିତ ଆଶେସ୍ ସିରିଜରେ ଇଂଲଣ୍ଡକୁ ବଡ଼ ଝଟକା ଲାଗିଛି। ଟିମର ସବୁଠାରୁ ସଫଳ ବୋଲର ଜେମ୍ସ ଆଣ୍ଡରସନ୍ ଆହତ କାରଣରୁ ସିରିଜର ବାକି ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଲାଙ୍କଶାୟର ଦ୍ୱିତୀୟ ଏକାଦଶ ପକ୍ଷରୁ ଖେଳୁଥିବା ଆଣ୍ଡରସନ୍ ଡରହାମ୍ ବିପକ୍ଷ ଚାରିଦିନିଆ ମ୍ୟାଚରେ ନିଜ ଗୋଡ ପେଣ୍ଡାରେ ଯନ୍ତ୍ରଣା ଅନୁଭୂତ କରିଥିଲେ। ଆଶେସ୍ ସିରିଜର ପ୍ରଥମ ମ୍ୟାଚରେ ଆଣ୍ଡରସନ୍ ଆହତ କାରଣରୁ ମାତ୍ର ୪ ଓଭର ବୋଲିଂ କରିବାକୁ ସକ୍ଷମ ହୋଇଥିଲେ। ଏହି ଟେଷ୍ଟରେ ମଧ୍ୟ ଇଂଲଣ୍ଡ […]

anderson

Ranjit Kumar Jena
  • Published: Friday, 30 August 2019
  • , Updated: 30 August 2019, 08:59 PM IST

ଲଣ୍ଡନ: ଚଳିତ ଆଶେସ୍ ସିରିଜରେ ଇଂଲଣ୍ଡକୁ ବଡ଼ ଝଟକା ଲାଗିଛି। ଟିମର ସବୁଠାରୁ ସଫଳ ବୋଲର ଜେମ୍ସ ଆଣ୍ଡରସନ୍ ଆହତ କାରଣରୁ ସିରିଜର ବାକି ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଲାଙ୍କଶାୟର ଦ୍ୱିତୀୟ ଏକାଦଶ ପକ୍ଷରୁ ଖେଳୁଥିବା ଆଣ୍ଡରସନ୍ ଡରହାମ୍ ବିପକ୍ଷ ଚାରିଦିନିଆ ମ୍ୟାଚରେ ନିଜ ଗୋଡ ପେଣ୍ଡାରେ ଯନ୍ତ୍ରଣା ଅନୁଭୂତ କରିଥିଲେ।

ଆଶେସ୍ ସିରିଜର ପ୍ରଥମ ମ୍ୟାଚରେ ଆଣ୍ଡରସନ୍ ଆହତ କାରଣରୁ ମାତ୍ର ୪ ଓଭର ବୋଲିଂ କରିବାକୁ ସକ୍ଷମ ହୋଇଥିଲେ। ଏହି ଟେଷ୍ଟରେ ମଧ୍ୟ ଇଂଲଣ୍ଡ ଇନିଂସ୍ ପରାଜୟବରଣ କରିଥିଲା। ଆହତ କାରଣରୁ ଆଣ୍ଡରସନ୍ ଦ୍ୱିତୀୟ ଓ ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଥିଲେ। ତେବେ ନିଜ ଫିଟନେସ୍ ପ୍ରମାଣ କରିବା ପାଇଁ ଆଣ୍ଡରସନ୍ ଲାଙ୍କଶାୟର୍ ପକ୍ଷରୁ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଫିଟ୍ ହେବା ବଦଳରେ ତାଙ୍କର ଯନ୍ତ୍ରଣା ଅଧିକ ହୋଇଥିଲା।

ଆଣ୍ଡରସନ୍ ୧୪୯ ଟେଷ୍ଟରେ ୫୭୫ ୱିକେଟ୍ ହାସଲ କରିଛନ୍ତି। ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେବା ମାମଲାରେ ଆଣ୍ଡରସନ୍ ଚତୁର୍ଥ ସ୍ଥାନରେ ରହିଛନ୍ତି। ମୁଥିଆ ମୁରଲିଧରନ, ଶେନ୍ ୱାର୍ଣ୍ଣ ଓ ଅନୀଲ କୁମ୍ବଲେ ପ୍ରଥମ ତିନୋଟି ସ୍ଥାନରେ ଅଛନ୍ତି। ସିରିଜର ବାକି ଟେଷ୍ଟରୁ ବାଦ୍ ପଡ଼ିଥିବା ଆଣ୍ଡରସନଙ୍କ ସ୍ଥାନରେ କ୍ରିସ୍ ଓଭରଟନଙ୍କୁ ଇଂଲଣ୍ଡ ସ୍କ୍ୱାଡରେ ସାମିଲ୍ କରାଯାଇଛି।

ଇଂଲଣ୍ଡ ସ୍କ୍ୱାଡ୍: ଜୋ ରୁଟ୍ (କ୍ୟାପଟେନ୍), ଜୋଫ୍ରା ଆର୍ଚର୍, ଜନ୍ନି ବେୟାରଷ୍ଟୋ, ଷ୍ଟୁଆର୍ଟ ବ୍ରଡ୍, ରୋରି ବର୍ନସ, ଜୋସ ବଟଲର, ସାମ୍ କୁରାନ୍, ଜୋ ଡେନଲୀ, ଜ୍ୟାକ୍ ଲିଚ୍, କ୍ରେଗ୍ ଓଭରଟନ୍, ଜେସନ୍ ରୟ, ବେନ୍ ଷ୍ଟୋକ୍ସ, କ୍ରିସ୍ ଓକ୍ସ।

Related story