ଟିମ୍ ଇଣ୍ଡିଆ ସହ ନେଟ୍ସରେ ବୋଲିଂ କଲେ ବୁମ୍ରା

ବିଶାଖାପଟ୍ଟନମ୍‌: ଦୀର୍ଘଦିନ ଧରି ଆହତ ସମସ୍ୟାରେ ଥିବା ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରା ଏବେ ଫିଟ୍ ହୋଇସାରିଛନ୍ତି ଏବଂ ସେ ପ୍ରାକ୍ଟିସ୍ ମଧ୍ୟ ଆରମ୍ଭ କରିଛନ୍ତି। ମଙ୍ଗଳବାର ବିଶାଖାପଟ୍ଟନମର ଏସିଏ-ଭିଡିସିଏ ଷ୍ଟାଡିୟମରେ ସେ ଭାରତୀୟ ଟିମ୍ ସହ ଯୋଗ ଦେଇଛନ୍ତି। ସେ ଟିମ୍ ସହ ପ୍ରାକ୍ଟିସ୍ ସେସନରେ ଭାଗ ନେଇଥିଲେ। ପ୍ରାକ୍ଟିସ୍ ସେସନରେ ବୁମ୍ରା ନିଜର ପୁରୁଣା ଆକ୍ସନ୍ ସହ ବୋଲିଂ କରିଥିଲେ। ତାଙ୍କ ସହ ପୃଥ୍ୱୀ ଶ’ ମଧ୍ୟ ଟ୍ରେନର ନିକ୍ ୱେବଙ୍କ ସହ […]

bumrah1

bumrah1

Ranjit Kumar Jena
  • Published: Tuesday, 17 December 2019
  • Updated: 17 December 2019, 08:36 PM IST

Sports

Latest News

ବିଶାଖାପଟ୍ଟନମ୍‌: ଦୀର୍ଘଦିନ ଧରି ଆହତ ସମସ୍ୟାରେ ଥିବା ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରା ଏବେ ଫିଟ୍ ହୋଇସାରିଛନ୍ତି ଏବଂ ସେ ପ୍ରାକ୍ଟିସ୍ ମଧ୍ୟ ଆରମ୍ଭ କରିଛନ୍ତି। ମଙ୍ଗଳବାର ବିଶାଖାପଟ୍ଟନମର ଏସିଏ-ଭିଡିସିଏ ଷ୍ଟାଡିୟମରେ ସେ ଭାରତୀୟ ଟିମ୍ ସହ ଯୋଗ ଦେଇଛନ୍ତି। ସେ ଟିମ୍ ସହ ପ୍ରାକ୍ଟିସ୍ ସେସନରେ ଭାଗ ନେଇଥିଲେ।

ପ୍ରାକ୍ଟିସ୍ ସେସନରେ ବୁମ୍ରା ନିଜର ପୁରୁଣା ଆକ୍ସନ୍ ସହ ବୋଲିଂ କରିଥିଲେ। ତାଙ୍କ ସହ ପୃଥ୍ୱୀ ଶ' ମଧ୍ୟ ଟ୍ରେନର ନିକ୍ ୱେବଙ୍କ ସହ ଅଭ୍ୟାସ କରିଥିଲେ। ବୁମ୍ରା ଷ୍ଟ୍ରେସ୍ ଫ୍ରାକଚର୍ କାରଣରୁ କ୍ରିକେଟରେ ବାହାରେ ଅଛନ୍ତି, କିନ୍ତୁ ଆସନ୍ତାବର୍ଷ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ବେଳକୁ ସେ ଫିଟ୍ ହୋଇଯାଇଥିବେ ବୋଲି ଟିମ୍ ମ୍ୟାନେଜମେଣ୍ଟ ଆଶାବାଦୀ ଅଛି।

ମଙ୍ଗଳବାର ଅଭ୍ୟାସ ସେସନ୍ ବେଳେ ବୁମ୍ରାଙ୍କୁ ଭାରତୀୟ ଟିମର ଜର୍ସି ପ୍ରଦାନ କରାଯାଇଥିଲା। ସେ ପ୍ରାୟ ଘଣ୍ଟାଏ ଧରି ଋଷଭ ପନ୍ତ, ମନିଷ ପାଣ୍ଡେ ଏବଂ ମୟଙ୍କ ଅଗ୍ରୱାଲଙ୍କୁ ବୋଲିଂ କରିଥିଲେ। ତେବେ ଅଭ୍ୟାସ ସେସନରେ କ୍ୟାପଟେନ୍ ବିରାଟ୍ କୋହଲି, ରୋହିତ୍ ଶର୍ମା ଏବଂ ଲୋକେଶ ରାହୁଲଙ୍କୁ ଦେଖିବାକୁ ମିଳିନଥିଲା।

କୋଚ୍ ରବି ଶାସ୍ତ୍ରୀ ଏବଂ ଜାତୀୟ ଚୟନକର୍ତ୍ତା ଦେବାଙ୍ଗ ଗାନ୍ଧିଙ୍କ ଅଧୀନରେ ବୁମ୍ରା ସମ୍ପୂର୍ଣ୍ଣ ଫିଟ୍ ଲାଗୁଥିଲେ। ଅନ୍ୟପକ୍ଷରେ ସାଧା ଟି-ଶାର୍ଟ ପରିଧାନ କରିଥିବା ପୃଥ୍ୱୀଙ୍କୁ ଟ୍ରେନର ୱେନଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos