ବିଦାୟୀ ମ୍ୟାଚ୍ ଖେଳୁନାହାନ୍ତି, ତଥାପି ବୁମ୍ରାଙ୍କୁ ମିଳିଲା 'ଗାର୍ଡ ଅଫ୍ ଅନର୍'

ସିଡନୀ: ସାଧାରଣତଃ ଖେଳାଳିଙ୍କୁ ନିଜର ବିଦାୟୀ ମ୍ୟାଚରେ ‘ଗାର୍ଡ ଅଫ୍ ଅନର୍’ ମିଳିଥାଏ। କିନ୍ତୁ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ-ଏ ମଧ୍ୟରେ ୨ୟ ଅଭ୍ୟାସ ମ୍ୟାଚରେ ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଅନ୍ୟ କାରଣ ପାଇଁ ମିଳିଛି ‘ଗାର୍ଡ ଅଫ୍ ଅନର୍’। ଏହାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। ଅଭ୍ୟାସ ମ୍ୟାଚର ପ୍ରଥମ ଦିବସରେ ଭାରତର ଟପ ଅର୍ଡର ବ୍ୟାଟିଂଲାଇନ୍ ବିଭାଗ ସମ୍ପୂର୍ଣ୍ଣ ଫେଲ୍ ମାରିଛି। ତେବେ ଦଶମ ସ୍ଥାନରେ ବ୍ୟାଟିଂ […]

bumrah

Ranjit Kumar Jena
  • Published: Friday, 11 December 2020
  • , Updated: 11 December 2020, 04:43 PM IST

ସିଡନୀ: ସାଧାରଣତଃ ଖେଳାଳିଙ୍କୁ ନିଜର ବିଦାୟୀ ମ୍ୟାଚରେ 'ଗାର୍ଡ ଅଫ୍ ଅନର୍' ମିଳିଥାଏ। କିନ୍ତୁ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ-ଏ ମଧ୍ୟରେ ୨ୟ ଅଭ୍ୟାସ ମ୍ୟାଚରେ ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଅନ୍ୟ କାରଣ ପାଇଁ ମିଳିଛି 'ଗାର୍ଡ ଅଫ୍ ଅନର୍'। ଏହାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ।

ଅଭ୍ୟାସ ମ୍ୟାଚର ପ୍ରଥମ ଦିବସରେ ଭାରତର ଟପ ଅର୍ଡର ବ୍ୟାଟିଂଲାଇନ୍ ବିଭାଗ ସମ୍ପୂର୍ଣ୍ଣ ଫେଲ୍ ମାରିଛି। ତେବେ ଦଶମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଯଶପ୍ରୀତ ବୁମ୍ରା ଯେଉଁଭଳି ବ୍ୟାଟିଂ କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ସେ ଅଷ୍ଟ୍ରେଲିଆ-ଏ ବିପକ୍ଷ ଅଭ୍ୟାସ ମ୍ୟାଚରେ ଜବରଦସ୍ତ ବ୍ୟାଟିଂ କରି କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଯାହା ପରେ ଟିମ୍ ଇଣ୍ଡିଆର ସବୁ ଖେଳାଳି ତାଙ୍କୁ 'ଗାର୍ଡ ଅଫ୍ ଅନର୍' ଦେଇଛନ୍ତି।

https://twitter.com/_shortarmjab_/status/1337301410065465344?s=20

ମ୍ୟାଚରେ କ୍ୟାପଟେନ୍ ବିରାଟ୍‌ କୋହଲି ନିଜକୁ ଫିଟ୍ ରଖିବା ପାଇଁ ଖେଳିନଥିଲେ। ତାଙ୍କ ସ୍ଥାନରେ ନେତୃତ୍ୱ ନେଉଥିବା ଆଜିଙ୍କ୍ୟ ରାହାଣ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତର ୱିକେଟ୍ ତାସ୍ ପତା ଭଳି ଭୁଶୁଡ଼ିଯାଇଥିବା ବେଳେ ଯୁବ ବ୍ୟାଟ୍ସମ୍ୟାନ୍ ଶୁବମନ୍ ଗିଲ୍ (୪୩) ଓ ପୃଥ୍ୱୀ ଶ' (୪୦) କିଛିଟା ଦମ୍ ଦେଖାଇଥିଲେ। ଏହିପରି ଭାବେ ଏକ ସମୟରେ ଭାରତର ସ୍କୋର ୧୨୩ ରନ୍ ଥିବା ବେଳେ ୯ ୱିକେଟ୍ ପତନ ହୋଇସାରିଥିଲା।

https://twitter.com/ICC/status/1337300309425737729?s=20

ଯାହା ପରେ ବୁମ୍ରା ଆକର୍ଷଣୀୟ ବ୍ୟାଟିଂ କରି ମହମ୍ମଦ ସିରାଜଙ୍କ ସହ ଶେଷ ୱିକେଟ୍‌ ପାଇଁ ୭୧ ରନର ବହୁମୂଲ୍ୟ ପାର୍ଟନରଶିପ୍ କରିଥିଲେ। ବୁମ୍ରା ୫୩ ବଲରେ ନିଜର କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ମାରିଥିଲେ। ଏହା ପୂର୍ବରୁ ବୁମ୍ରା ଏପର୍ଯ୍ୟନ୍ତ କୌଣସି ପ୍ରକାରର ପ୍ରଥମଶ୍ରେଣୀ ମ୍ୟାଚରେ ଅର୍ଦ୍ଧଶତକ ମାରିନଥିଲେ। ଏଭଳି ସ୍ଥିତିରେ ଯେତେବେଳେ ଟିମ୍ ଜାଣିବାକୁ ପାଇଲା ଯେ ଏହା ବୁମ୍ରାଙ୍କର ପ୍ରଥମ ଅର୍ଦ୍ଧଶତକ, ସେମାନେ ଡ୍ରେସିଂ ରୁମରେ ଏହି ଯୁବ ଖେଳାଳିଙ୍କୁ ଗାର୍ଡ ଅଫ୍ ଅନର୍ ଦେଇଥିଲେ।

ଉକ୍ତ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୧୯୪ ରନରେ ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ବୁମ୍ରା ସର୍ବାଧିକ ୫୫ (୫୭ ବଲ୍, ୬ ଚୌକା, ୨ ଛକା) ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ସିନ୍ ଆବୋଟ୍ଟ ଓ ଜ୍ୟାକ୍ ୱିଲ୍ଡରମଥ୍ ୩ଟି ଲେଖାଏ ୱିକେଟ୍‌ ହାସଲ କରିଥିଲେ।

https://twitter.com/BCCI/status/1337299468857688065?s=20

ସୂଚନାଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୭ ତାରିଖରୁ ଦିବାରାତ୍ର ଫର୍ମାଟରେ ଆଡିଲେଡରେ ଖେଳାଯିବ। ଯାହା ପରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍‌ କୋହଲି ନିଜର ପ୍ରଥମ ସନ୍ତାନ ଜନ୍ମ ପାଇଁ ଭାରତ ଫେରିଆସିବେ ଏବଂ ବାକି ତିନୋଟି ଟେଷ୍ଟ ମ୍ୟାଚରେ ଆଜିଙ୍କ୍ୟ ରାହାଣେ ଟିମର ନେତୃତ୍ୱ ନେବେ।

Related story