ବ୍ରୋଡ୍‌ଙ୍କ ନାମରେ ଟେଷ୍ଟ କ୍ରିକେଟରେ ମହଙ୍ଗା ଓଭର ରେକର୍ଡ

ବର୍ମିଂହାମ: ଇଂଲଣ୍ଡର ବୋଲର ଷ୍ଟ୍ରୁଆର୍ଟ ବ୍ରଡଙ୍କ ନାମରେ ଟେଷ୍ଟ କ୍ରିକେଟରେ ମହଙ୍ଗା ଓଭର ରେକର୍ଡ ଯୋଡ଼ି ହୋଇଛି। ସେ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରେ ମହଙ୍ଗା ଓଭର ପକାଇଛନ୍ତି। ଆଜି ଭାରତ ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ରେ ସେ ଇଂଲଣ୍ଡ ପକ୍ଷରୁ ୮୪ ତମ ଓଭର ବଲ୍‌ ପକାଇଥିଲେ। ଏହି ଓଭରେ ସେ ମୋଟ ୩୫ ରନ୍ ଦେଇଥିଲେ। ତାଙ୍କ ବଲ୍‌କୁ ଏହି ଓଭରରେ ସାମ୍ନା କରୁଥିବା ଭାରତୀୟ କ୍ୟାପଟେନ୍ ଯଶପ୍ରୀତ ବୁମ୍ରା ୨ ଛକା, ୪ ଚୌକା […]

bumra

  • Published: Saturday, 02 July 2022
  • , Updated: 02 July 2022, 10:47 PM IST

ବର୍ମିଂହାମ: ଇଂଲଣ୍ଡର ବୋଲର ଷ୍ଟ୍ରୁଆର୍ଟ ବ୍ରଡଙ୍କ ନାମରେ ଟେଷ୍ଟ କ୍ରିକେଟରେ ମହଙ୍ଗା ଓଭର ରେକର୍ଡ ଯୋଡ଼ି ହୋଇଛି। ସେ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରେ ମହଙ୍ଗା ଓଭର ପକାଇଛନ୍ତି। ଆଜି ଭାରତ ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ରେ ସେ ଇଂଲଣ୍ଡ ପକ୍ଷରୁ ୮୪ ତମ ଓଭର ବଲ୍‌ ପକାଇଥିଲେ। ଏହି ଓଭରେ ସେ ମୋଟ ୩୫ ରନ୍ ଦେଇଥିଲେ। ତାଙ୍କ ବଲ୍‌କୁ ଏହି ଓଭରରେ ସାମ୍ନା କରୁଥିବା ଭାରତୀୟ କ୍ୟାପଟେନ୍ ଯଶପ୍ରୀତ ବୁମ୍ରା ୨ ଛକା, ୪ ଚୌକା ପିଟି ଥିଲେ। ବ୍ରଡଙ୍କ ପ୍ରତି ବଲ୍‌କୁ ବାଉଣ୍ଡିରି ଲାଇନ୍ ପଠାଉଥିବା ଦେଖି ଅନ୍ୟ ଖେଳାଳିମାନେ ହସ ରୋକି ପାରି ନ ଥିଲେ।

ତାଙ୍କର ପ୍ରଥମ ବଲ ଚୌକା, ଦ୍ୱିତୀୟ ବଲ୍‌ ଓ୍ୱାଇଡ୍ ସହ ଚୌକା, ତୃତୀୟ ବଲ୍ ଛକା ଓ ନୋ ବଲ୍, ଚତୁର୍ଥ ବଲ୍‌ ଚୌକା, ପଞ୍ଚମ ବଲ୍‌ ଚୌକା, ଷଷ୍ଠ ବଲ୍‌ ଛକା, ଅଷ୍ଟମ ବଲ୍ ୧ ରନ୍ ହୋଇଥିଲା। ବୁମ୍ରା ମୋଟ ୨୯ ରନ ହାସଲ କରିଥିବା ବେଳେ ବାକି ଅତିରିକ୍ତ ରନ୍ ଭାବେ ମିଳିଥିଲା। ଅବଶ୍ୟ ଏହି ମ୍ୟାଚ୍‌ରେ ଏହି ଭେଟେରାନ ଖେଳାଳି ନିଜ ଟେଷ୍ଟ କ୍ୟାରିଅରର ୫୫୦ ତମ ଓ୍ୱିକେଟ ହାସଲ କରିଥିଲେ।

ସୂଚନା ଥାଉକି ଟି-୨୦ରେ ମଧ୍ୟ ବ୍ରଡଙ୍କ ନାମରେ ସବୁଠାରୁ ମହଙ୍ଗା ଓଭର ରେକର୍ଡ ରହିଛି। ସେ ପକାଇଥିବା ଗୋଟିଏ ଓଭର ବଲ୍‌ରେ ୬ଟି ଛକା ମାରିଥିଲେ ଯୁବରାଜ ସିଂ। ୨୦୦୭ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଏହି ରନ୍‌ ବର୍ଷା ଦେଖିବାକୁ ମିଳିଥିଲା।

ବ୍ରଡଙ୍କ ପୂର୍ବରୁ ଟେଷ୍ଟ କ୍ରିକେଟରେ ମହଙ୍ଗା ଓଭର ରେକର୍ଡ ପୂର୍ବରୁ ଦକ୍ଷିଣ ଆଫ୍ରିକାର ରବିନ ପିଟରସନ୍‌ ଓ ଇଂଲଣ୍ଡର ଜେମ୍ସ ଆଣ୍ଡସନଙ୍କ ନାମରେ ରହିଥିଲା। ସେମାନେ ଗୋଟିଏ ଓଭରରେ ସର୍ବାଧିକ ୨୮ ରନ ଦେଇଥିଲେ।

Related story