ଜାତୀୟ ଓ ଅନ୍ତର୍ଜାତୀୟ ମିଟରେ ୭ ପଦକ ଜିତି ଓଡ଼ିଶା ଫେରିଲେ ଶ୍ରାବଣୀ ନନ୍ଦ

ଭୁବନେଶ୍ୱର: ଓଡ଼ିଶା ଫେରିଲେ ସ୍ପ୍ରିଣ୍ଟ ଷ୍ଟାର ଶ୍ରାବଣୀ ନନ୍ଦ। ଚେନ୍ନାଇରୁ ଆରମ୍ଭ କରି ଚୀନ୍ ପର୍ଯ୍ୟନ୍ତ ଜାତୀୟ ଓ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପରେ ୭ଟି ମେଡାଲ ଜିଣିଥିବା ଶ୍ରାବଣୀ ଆଜି ଭୁବନେଶ୍ୱର ପହଞ୍ଚିଛନ୍ତି। ଶ୍ରାବଣୀ ଚେନ୍ନାଇରେ ଅନୁଷ୍ଠିତ ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିୟନସିପରେ ୨ଟି ସ୍ୱର୍ଣ୍ଣ ଜିତିଥିବା ବେଳେ ଚୀନରେ ଅନୁଷ୍ଠିତ ଏସିଆନ୍ ଆଥଲେଟିକ୍ସ ଓ ଥାଇଲାଣ୍ଡରେ ହୋଇଥିବା ଏସିଆନ୍ ଗ୍ରାଁ.ପ୍ରି.ରେ ମୋଟ୍ ୫ଟି ବ୍ରୋଞ୍ଜ ଜିତିଥିଲେ। ଶ୍ରାବଣୀ ଭୁବନେଶ୍ୱର ରେଳ ଷ୍ଟେଶନରେ ପହଞ୍ଚିବା ପରେ ତାଙ୍କୁ […]

srabani

srabani

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 10:14 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ଫେରିଲେ ସ୍ପ୍ରିଣ୍ଟ ଷ୍ଟାର ଶ୍ରାବଣୀ ନନ୍ଦ। ଚେନ୍ନାଇରୁ ଆରମ୍ଭ କରି ଚୀନ୍ ପର୍ଯ୍ୟନ୍ତ ଜାତୀୟ ଓ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପରେ ୭ଟି ମେଡାଲ ଜିଣିଥିବା ଶ୍ରାବଣୀ ଆଜି ଭୁବନେଶ୍ୱର ପହଞ୍ଚିଛନ୍ତି। ଶ୍ରାବଣୀ ଚେନ୍ନାଇରେ ଅନୁଷ୍ଠିତ ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିୟନସିପରେ ୨ଟି ସ୍ୱର୍ଣ୍ଣ ଜିତିଥିବା ବେଳେ ଚୀନରେ ଅନୁଷ୍ଠିତ ଏସିଆନ୍ ଆଥଲେଟିକ୍ସ ଓ ଥାଇଲାଣ୍ଡରେ ହୋଇଥିବା ଏସିଆନ୍ ଗ୍ରାଁ.ପ୍ରି.ରେ ମୋଟ୍ ୫ଟି ବ୍ରୋଞ୍ଜ ଜିତିଥିଲେ। ଶ୍ରାବଣୀ ଭୁବନେଶ୍ୱର ରେଳ ଷ୍ଟେଶନରେ ପହଞ୍ଚିବା ପରେ ତାଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଥିଲା। ୨୦୧୬ ରିଓ ଅଲମ୍ପିକ୍ସ ଲାଗି ଯୋଗ୍ୟତା ହାସଲ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ବୋଲି ଶ୍ରାବଣୀ ଏହି ଅବସରରେ କହିଛନ୍ତି । ବିଦେଶରେ କୋଚିଂ ନେଇ ତାଙ୍କୁ ସଫଳତା ମିଳି ନ ଥିବା ବେଳେ ରାଜ୍ୟରେ କୋଚିଂ ନେଇ ଏହା ହାସଲ କରିପାରିଥିବା ସମ୍ପର୍କରେ ଶ୍ରାବଣୀ ମୁହଁ ଖୋଲିଛନ୍ତି । ଓଟିଭିକୁ ସାକ୍ଷାତକାର ଦେଇ ଶ୍ରାବଣୀ କହିଛନ୍ତି ଯେ, ଏହା ଠିକ ନୁହଁ । ବିଦେଶରେ କୋଚିଂ ନେବା ତାଙ୍କ କ୍ୟାରିୟର ଗଠନରେ ବେଶ ସହାୟକ ହୋଇଛି । ସେଠାରେ କୋଚିଂ ନେଇ ମୁଁ ବହୁତ କିଛି ଶିଖିଛି । ଏହା ମୋ ଟାଇମିଂରେ ଉନ୍ନତି ଆଣିବାରେ ବହୁତ ସହାୟକ ହୋଇଛି । ଏବେ ମୁଁ ଭଲ ଟାଇମିଂ କରିପାରୁଛି ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos