ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍: ସରସ୍ୱତୀ ଓ ପ୍ରଦୀପଙ୍କୁ ସ୍ୱର୍ଣ୍ଣ  

ପଟିଆଲା (ପଂଜାବ): ପଟିଆଲାରେ ଚାଲିଥିବା ବରିଷ୍ଠ ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପରେ ସୋମବାର ସରସ୍ୱତୀ ରାଉତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୫୮ କେଜି ମହିଳା ବର୍ଗର ପ୍ରତିଯୋଗିତାରେ ସେ ମୋଟ ୧୮୯ (୮୨+୧୦୭) ଭାରୋତ୍ତୋଳନ କରି ଏହି ପଦକ ହାସଲ କରିଛନ୍ତି। ଏହି ବର୍ଗରେ ୧୮୩କେଜି (୮୦+୧୦୩) ଭାରୋତ୍ତୋଳନ କରି ଏନ. ସୁମନବାଳା ଦେବୀ ରୌପ୍ୟ ଓ ନଭଦୀପ କୌର ୧୮୦କେଜି  (୮୦+୧୧୮) ଭାରତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୯୪କେଜି ପୁରୁଷ ବର୍ଗର ପ୍ରତିଯୋଗିତାରେ ପଞ୍ଜାବର […]

Weightlifting

Rakesh Mallick
  • Published: Monday, 28 December 2015
  • , Updated: 28 December 2015, 04:37 PM IST

ପଟିଆଲା (ପଂଜାବ): ପଟିଆଲାରେ ଚାଲିଥିବା ବରିଷ୍ଠ ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପରେ ସୋମବାର ସରସ୍ୱତୀ ରାଉତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୫୮ କେଜି ମହିଳା ବର୍ଗର ପ୍ରତିଯୋଗିତାରେ ସେ ମୋଟ ୧୮୯ (୮୨+୧୦୭) ଭାରୋତ୍ତୋଳନ କରି ଏହି ପଦକ ହାସଲ କରିଛନ୍ତି। ଏହି ବର୍ଗରେ ୧୮୩କେଜି (୮୦+୧୦୩) ଭାରୋତ୍ତୋଳନ କରି ଏନ. ସୁମନବାଳା ଦେବୀ ରୌପ୍ୟ ଓ ନଭଦୀପ କୌର ୧୮୦କେଜି  (୮୦+୧୧୮) ଭାରତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

୯୪କେଜି ପୁରୁଷ ବର୍ଗର ପ୍ରତିଯୋଗିତାରେ ପଞ୍ଜାବର ପ୍ରଦୀପ ୩୩୦କେଜି (୧୪୫+୧୮୫) ଭାରୋତ୍ତୋଳନ କରି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଆରଭି ରାହୁଲ ୩୨୯ କେଜି (୧୪୭+୧୮୨) ଭାରୋତ୍ତୋଳନ କରି ରୌପ୍ୟ ଓ ନଗେନ୍ଦର ସିଂହ ୩୧୭ କେଜି (୧୪୮+୧୬୯) ଭାରୋତ୍ତୋଳନ କରି ବ୍ରୋଞ୍ଜ ପଦକ ହାତେଇଛନ୍ତି।

୬୩ କେଜି ମହିଳା ବର୍ଗରେ ରୀନା ୨୧୫ କେଜି (୯୬+୧୧୯) ଭାରୋତ୍ତୋଳନ କରି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ବନ୍ଦନା ଗୁପ୍ତା ୨୧୧ କେଜି (୯୩+୧୧୮) ଭାରୋତ୍ତୋଳନ କରି ରୈପ୍ୟ ପଦକ ଓ ଜସବୀର କୌର ୨୦୭ କେଜି(୯୦+୧୧୭) ଭାରୋତ୍ତୋଳନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି।

Related story