ଝିଲି ଦଳବେହେରା ପାଇଲେ ଏକଲବ୍ୟ ସମ୍ମାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଅନ୍ୟତମ ଅଗ୍ରଣୀ କ୍ରୀଡ଼ା ସମ୍ମାନ ଏକଲବ୍ୟ ପୁରସ୍କାର ସମାରୋହ ସ୍ଥାନୀୟ ମେଫେୟାରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ତାରକା ଭାରୋତ୍ତୋଳକ ଝିଲି ଦଳବେହେରାଙ୍କୁ ଏକଲବ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି। କ୍ରୀଡ଼ା କ୍ଷେତ୍ରରେ ବିପୁଳ ସଫଳତା ପାଇଁ ଝିଲିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ମହିଳା ରେସଲର ବବିତା ଫୋଗଟ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଝିଲିଙ୍କୁ ଟ୍ରଫି ଓ ମାନପତ୍ର ସହ ୫ଲକ୍ଷ […]

ekalavya-award

ekalavya-award

Ranjit Kumar Jena
  • Published: Friday, 20 December 2019
  • Updated: 20 December 2019, 09:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଅନ୍ୟତମ ଅଗ୍ରଣୀ କ୍ରୀଡ଼ା ସମ୍ମାନ ଏକଲବ୍ୟ ପୁରସ୍କାର ସମାରୋହ ସ୍ଥାନୀୟ ମେଫେୟାରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ତାରକା ଭାରୋତ୍ତୋଳକ ଝିଲି ଦଳବେହେରାଙ୍କୁ ଏକଲବ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି। କ୍ରୀଡ଼ା କ୍ଷେତ୍ରରେ ବିପୁଳ ସଫଳତା ପାଇଁ ଝିଲିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ମହିଳା ରେସଲର ବବିତା ଫୋଗଟ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଝିଲିଙ୍କୁ ଟ୍ରଫି ଓ ମାନପତ୍ର ସହ ୫ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।

୨୦୧୭ରୁ ଝିଲି ଅନ୍ତର୍ଜାତୀୟ ସ୍ତରରେ ଲଗାତର ସଫଳତା ଅର୍ଜନ କରିଆସୁଛନ୍ତି। ୨୦୧୭ରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ କମନ୍‌ୱେଲ୍‌ଥ ଭାରୋତ୍ତୋଳନ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ପରେ ସେ ୨୦୧୮ରେ ଜାତୀୟ ଜୁନିଅର ମହିଳା ଭାରୋତ୍ତୋଳନରେ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ଉଜ୍‌ବେକିସ୍ତାନରେ ଖେଳାଯାଇଥିବା ଏସିଆନ୍ ଭାରୋତ୍ତୋଳନ ଚାମ୍ପିଅନଶିପରେ ସେ ରୌପ୍ୟ ପଦକ ହାସଲ କରିଥିଲେ।

ସେହି ବର୍ଷ ଜୁନିଅର ବିଶ୍ୱ ଚାମ୍ପିଅନଶିପରେ ମଧ୍ୟ ସେ ବ୍ରୋଞ୍ଜ ଜିତିଥିଲେ। ୨୦୧୮ରେ ତୁର୍କମେନିସ୍ତାନରେ ଆୟୋଜିତ ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନଶିପର ୪୯ କିଲୋ ବର୍ଗରେ ସେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ। ଚଳିତ ବର୍ଷ ଏପ୍ରିଲ୍ ମାସରେ ଚାଇନାରେ ଆୟୋଜିତ ଏସିଆନ୍ ଭାରୋତ୍ତୋଳନ ଚାମ୍ପିଅନଶିପରେ ସେ ୪୫ କେଜି ବର୍ଗରେ ରୌପ୍ୟ ପଦକ ଜିତିଥିଲେ।

ଏହି ଅବସରରେ ରାଜ୍ୟର ଅନ୍ୟ ଦୁଇ କ୍ରୀଡ଼ାବିତ ଯଥା ଫୁଟବଲର ଯବାମଣି ଟୁଡୁ ଏବଂ ହକି ତାରକା ନମିତା ଟପ୍ପୋଙ୍କୁ କ୍ରୀଡ଼ାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଇମ୍ଫା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos