ଯୋଦ୍ଧା ଫାଇଟିଂ ଚାମ୍ପିୟନସିପ ଉଦଯାପିତ

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ଦୁଇଦିନିଆ ଯୋଦ୍ଧା ଫ।ଇଟିଂ ଚାମ୍ପିୟନସିପ୍ ଉଦଯାପିତ ହୋଇଯାଇଛି। ରବିବାର ଶେଷ ଦିନ ପେସାଦାର ଲଢେଇରେ ଦୁଇ ଓଡିଆ ପ୍ରତିଯୋଗୀ ମୁହାଁମୁହିଁ ହୋଇଥିଲେ। ବଡବିଲର ପଙ୍କଜ ଫ।ଇଟିଂ କ୍ଲବର ସଚିନ ମହନ୍ତ ଏବଂ ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲର ବିଶ୍ୱଦେବ ପଟ୍ଟନାୟକଙ୍କ ମଧ୍ୟରେ ହୋଇଥିବା ଏହି ବାଉଟ୍ ବେଶ ଚିତ୍ତାକର୍ଷକ ହୋଇଥିଲା। ବିଶ୍ୱଦେବ ମାତ୍ର ୪ ମିନିଟ୍ ୪୦ ସେକେଣ୍ଡରେ ସଚିନଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ । ସେହିପରି ରବିବାର ୧୪ଟି ଆମେଚର୍ […]

fight

fight

Rakesh Mallick
  • Published: Monday, 06 July 2015
  • Updated: 06 July 2015, 02:59 PM IST

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ଦୁଇଦିନିଆ ଯୋଦ୍ଧା ଫ।ଇଟିଂ ଚାମ୍ପିୟନସିପ୍ ଉଦଯାପିତ ହୋଇଯାଇଛି। ରବିବାର ଶେଷ ଦିନ ପେସାଦାର ଲଢେଇରେ ଦୁଇ ଓଡିଆ ପ୍ରତିଯୋଗୀ ମୁହାଁମୁହିଁ ହୋଇଥିଲେ। ବଡବିଲର ପଙ୍କଜ ଫ।ଇଟିଂ କ୍ଲବର ସଚିନ ମହନ୍ତ ଏବଂ ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲର ବିଶ୍ୱଦେବ ପଟ୍ଟନାୟକଙ୍କ ମଧ୍ୟରେ ହୋଇଥିବା ଏହି ବାଉଟ୍ ବେଶ ଚିତ୍ତାକର୍ଷକ ହୋଇଥିଲା। ବିଶ୍ୱଦେବ ମାତ୍ର ୪ ମିନିଟ୍ ୪୦ ସେକେଣ୍ଡରେ ସଚିନଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ । ସେହିପରି ରବିବାର ୧୪ଟି ଆମେଚର୍ ଫ।ଇଟ ହୋଇଥିଲା। ଉଦଯାପନୀ ଉତ୍ସବରେ ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଚାମ୍ପିୟନସିପକୁ ଉତ୍କଳ କରାଟେ ସ୍କୁଲ ଓ କମ୍ୱାଟ୍ ସ୍ପୋଟର୍ସ ଅଫ୍ ଇଣ୍ଡିଆ ମିଳିତ ଭାବେ ଏହାକୁ ଆୟୋଜନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos