କଳିଙ୍ଗ ଲାନର୍ସରର ଜୋରଦାର ଅଭ୍ୟାସ

ଭୁବନେଶ୍ୱର: ଜାନୁୟାରୀ ୧୮ରୁ ଭୁବନେଶ୍ୱରରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍। ଏଥିପାଇଁ ଲୋକାଲ ଟିମ୍ କଳିଙ୍ଗ ଲାନର୍ସର ଶନିବାରରୁ ଅଭ୍ୟାସ ଆରମ୍ଭ କରିଛି। କୋଚ୍ ମାର୍କ ହାଗର ଓ ଫିଟନେସ ଟ୍ରେନର ଡେଭିଡ ଜନଙ୍କ ତତ୍ତ୍ୱାବଧାନରେ ଆଜି ପ୍ରାୟ ଅଢେଇ ଘଣ୍ଟା ଧରି ଅଭ୍ୟାସ କରିଥିଲେ ଖେଳାଳିମାନେ। ପ୍ରଥମ ପର୍ଯ୍ୟୟର ଅଭ୍ୟାସରେ ପେସ୍, ଫିଟନେସ୍ ଓ ସ୍ପିଡ୍ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଟ୍ରେନର ଡେଭିଡ୍ ଜନ୍ ପ୍ରାୟ ଘଣ୍ଟାଏ କାଳ ଖେଳାଳିଙ୍କ ଫିଟନେସ୍ ଦେଖିଥିଲେ। ଏହା […]

kalinga lancer

Rakesh Mallick
  • Published: Saturday, 09 January 2016
  • , Updated: 09 January 2016, 05:37 PM IST

ଭୁବନେଶ୍ୱର: ଜାନୁୟାରୀ ୧୮ରୁ ଭୁବନେଶ୍ୱରରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍। ଏଥିପାଇଁ ଲୋକାଲ ଟିମ୍ କଳିଙ୍ଗ ଲାନର୍ସର ଶନିବାରରୁ ଅଭ୍ୟାସ ଆରମ୍ଭ କରିଛି। କୋଚ୍ ମାର୍କ ହାଗର ଓ ଫିଟନେସ ଟ୍ରେନର ଡେଭିଡ ଜନଙ୍କ ତତ୍ତ୍ୱାବଧାନରେ ଆଜି ପ୍ରାୟ ଅଢେଇ ଘଣ୍ଟା ଧରି ଅଭ୍ୟାସ କରିଥିଲେ ଖେଳାଳିମାନେ।

ପ୍ରଥମ ପର୍ଯ୍ୟୟର ଅଭ୍ୟାସରେ ପେସ୍, ଫିଟନେସ୍ ଓ ସ୍ପିଡ୍ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଟ୍ରେନର ଡେଭିଡ୍ ଜନ୍ ପ୍ରାୟ ଘଣ୍ଟାଏ କାଳ ଖେଳାଳିଙ୍କ ଫିଟନେସ୍ ଦେଖିଥିଲେ। ଏହା ପରେ ପୁସିଂ, ପାସିଂ, ଡ୍ରାଗଫ୍ଲିକ ଓ ଗୋଲ୍ ସ୍କୋରିଂ ଉପରେ ଟିପ୍ସ ଦିଆଯାଇଥିଲା। କଳିଙ୍ଗ ଲାନର୍ସର ମୁଖ୍ୟ କୋଚ୍ ମାର୍କ ହାଗର ଖେଳାଳିଙ୍କୁ ବିଭିନ୍ନ ଟେକନିକ୍ ବତାଇବା ସହ ସେମାନଙ୍କ ଫୁଟୱାର୍କ ଦେଖିଥିଲେ। ଏ ନେଇ ସେ କହିଛନ୍ତି, ଖେଳାଳିଙ୍କୁ ଅଭ୍ୟାସ ପାଇଁ ଖୁବ କମ୍ ସମୟ ମିଳିଛି। ଏହାକୁ ଦୃଷ୍ଟିରେ ରଖି ଅଧିକ ସମୟ ଅଭ୍ୟାସ କରିବା ସହ ଟେକନିକ ଉପରେ ଧ୍ୟାନ ଦେବାକୁ ପଡିବ। କିଛି ଖେଳାଳି ଆସିଛନ୍ତି ଆଉ ବାକି ବିଦେଶୀ ଖେଳାଳି ପହଞ୍ଚିବା ପରେ ଟିମ୍ କମ୍ୱିନେସନ ଉପରେ ଗୁରୁତ୍ୱ ଦିଆଯିବ।

Related story