ଇଣ୍ଡିଆନ୍ ହକି ଲିଗ୍: ଦିଲ୍ଲୀ ୱେଭରାଇଡର୍ସକୁ ହରାଇଲା କଳିଙ୍ଗ ଲାନସର୍ସ

ଭୁବନେଶ୍ୱର: ଚଳିତ ଇଣ୍ଡିଆନ୍ ହକି ଲିଗରେ ଶୁକ୍ରବାର କଳିଙ୍ଗ ଲାନସର୍ସକୁ ମିଳିଛି ଆଉ ଏକ ବିଜୟ। ଦିଲ୍ଲୀ ୱେଭରାଇଡର୍ସକୁ ୪-୦ରେ ହରାଇଛି କଳିଙ୍ଗ ଲାନସର୍ସ। କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ଦଳ ଜିତିବା ସହିତ ୨୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛି। ଦଳ ଏଯାବତ ୬ଟି ମ୍ୟାଚ୍ ଖେଳି ୪ଟିରେ ବିଜୟ ହାସଲ କରିବା ସହିତ ୨ଟିରେ ପରାଜୟ ବରଣ କରିଛି। ଆଜି ଦଳ ଦିଲ୍ଲୀକୁ ଭେଟି ଥିବା […]

hockey

Rakesh Mallick
  • Published: Friday, 05 February 2016
  • , Updated: 05 February 2016, 02:06 PM IST

ଭୁବନେଶ୍ୱର: ଚଳିତ ଇଣ୍ଡିଆନ୍ ହକି ଲିଗରେ ଶୁକ୍ରବାର କଳିଙ୍ଗ ଲାନସର୍ସକୁ ମିଳିଛି ଆଉ ଏକ ବିଜୟ। ଦିଲ୍ଲୀ ୱେଭରାଇଡର୍ସକୁ ୪-୦ରେ ହରାଇଛି କଳିଙ୍ଗ ଲାନସର୍ସ। କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ଦଳ ଜିତିବା ସହିତ ୨୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛି। ଦଳ ଏଯାବତ ୬ଟି ମ୍ୟାଚ୍ ଖେଳି ୪ଟିରେ ବିଜୟ ହାସଲ କରିବା ସହିତ ୨ଟିରେ ପରାଜୟ ବରଣ କରିଛି।

ଆଜି ଦଳ ଦିଲ୍ଲୀକୁ ଭେଟି ଥିବା କଳିଙ୍ଗ ଲାନସର୍ସ ଦଳ ଫେବ୍ରୁଆରୀ ୭ ତାରିଖରେ ପଂଜାବ ୱାରିୟର୍ସକୁ ଭେଟିବ। ତା’ପର ଦିନ ଅର୍ଥାତ ଫେବ୍ରୁଆରୀ ୮ରେ କଳିଙ୍ଗ ଲାନସର୍ସ ଭେଟିବ ରାଞ୍ଚି ରେଜକୁ। ଏହି ଦୁଇଟି ଯାକ ମ୍ୟାଚ୍ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଖେଳା ଯିବ। ପଂଜାବ ୱାରିୟର୍ସକୁ ଦଳ ଚଳିତ ସିଜିନରେ ପ୍ରଥମ ଥର ପାଇଁ ଭେଟିବାକୁ ଯାଉଥିବା ବେଳେ ରାଞ୍ଚି ରେଜ୍ ସହିତ ଦ୍ୱିତୀୟ ବାର ମୁହାଁମୁହିଁ ହେବ।

Related story