କଳିଙ୍ଗ ଷ୍ଟାଡ଼ିୟମ ସିନ୍ଥେଟିକ୍ସ ଟ୍ରାକ୍ ନଷ୍ଟ ଅଭିଯୋଗ

ଭୁବନେଶ୍ୱର: କ୍ରୀଡ଼ା ପ୍ରତିଯୋଗିତା ନାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି କଳିଙ୍ଗ ଷ୍ଟାଡିୟମରେ ଆଥଲେଟିକସ ଗ୍ରାଉଣ୍ଡର ସିନ୍ଥେଟିକ୍ସ ଟ୍ରାକ୍ ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ସ୍କୁଲ ବିରୋଧରେ ଏହି ଅଭିଯୋଗ ଆସିଛି। ଗୁରୁବାର ସଂଧ୍ୟାରେ ଏହି ଘରୋଇ ସ୍କୁଲ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ପ୍ରାୟ ୫ ହଜାର ଅବିଭାବକ ଉପସ୍ଥିତ ରହିଥିଲେ। ସେହି ସମୟରେ ଟ୍ରାକ୍ ଉପରେ ପ୍ଲାଷ୍ଟିକ ଚେୟାର ପକାଯାଇଥିବାରୁ ଟ୍ରାକଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। […]

kalig

Rakesh Mallick
  • Published: Saturday, 19 December 2015
  • , Updated: 19 December 2015, 04:15 AM IST

ଭୁବନେଶ୍ୱର: କ୍ରୀଡ଼ା ପ୍ରତିଯୋଗିତା ନାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି କଳିଙ୍ଗ ଷ୍ଟାଡିୟମରେ ଆଥଲେଟିକସ ଗ୍ରାଉଣ୍ଡର ସିନ୍ଥେଟିକ୍ସ ଟ୍ରାକ୍ ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ସ୍କୁଲ ବିରୋଧରେ ଏହି ଅଭିଯୋଗ ଆସିଛି। ଗୁରୁବାର ସଂଧ୍ୟାରେ ଏହି ଘରୋଇ ସ୍କୁଲ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ପ୍ରାୟ ୫ ହଜାର ଅବିଭାବକ ଉପସ୍ଥିତ ରହିଥିଲେ। ସେହି ସମୟରେ ଟ୍ରାକ୍ ଉପରେ ପ୍ଲାଷ୍ଟିକ ଚେୟାର ପକାଯାଇଥିବାରୁ ଟ୍ରାକଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଏନେଇ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଜରୁରୀ ବୈଠକ ଡକାଯାଇ ଶିକ୍ଷାନୁଷ୍ଠାନ ବିରୋଧରେ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ଏପରିକି ମରାମତି ପାଇଁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଠାରୁ ଆବଶ୍ୟକ ଅର୍ଥ ଆଦାୟ ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଏନେଇ ସଂପୃକ୍ତ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

 

Related story