କାଲିସ୍ କେକେଆର ନୂଆ ମୁଖ୍ୟ ପ୍ରଶିକ୍ଷକ

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ (କେକେଆର)ର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜାକ୍ କାଲିସ୍। କେକେଆରର ପୂର୍ବତନ ପ୍ରଶିକ୍ଷକ ଟ୍ରେଭର ବେଲିସଙ୍କଠାରୁ ସେ ଦାୟିତ୍ୱ ନେବେ। କାଲିସ୍ କହିଛନ୍ତି ଯେ କେକେଆର ହେଉଛି ଭାରତରେ ତାଙ୍କର ପରିବାର ଭଳି। ୨୦୧୧ରୁ ସେ ଏହା ସହିତ ଜଡ଼ିତ ଅଛନ୍ତି।  ଆଇପିଏଲରୁ ହାସଲ କରିଥିବା ଅଭିଜ୍ଞତାକୁ ଆଧାର କରି ସେ ଦଳକୁ ଆଗକୁ ନେବେ। ସୂଚନାଯୋଗ୍ୟ, ଆଇପିଏଲର ୨୦୧୧ ସଂସ୍କରଣରେ କେକେଆର ପାଇଁ […]

Kallis

Rakesh Mallick
  • Published: Thursday, 22 October 2015
  • , Updated: 22 October 2015, 01:44 PM IST

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ (କେକେଆର)ର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜାକ୍ କାଲିସ୍। କେକେଆରର ପୂର୍ବତନ ପ୍ରଶିକ୍ଷକ ଟ୍ରେଭର ବେଲିସଙ୍କଠାରୁ ସେ ଦାୟିତ୍ୱ ନେବେ।

କାଲିସ୍ କହିଛନ୍ତି ଯେ କେକେଆର ହେଉଛି ଭାରତରେ ତାଙ୍କର ପରିବାର ଭଳି। ୨୦୧୧ରୁ ସେ ଏହା ସହିତ ଜଡ଼ିତ ଅଛନ୍ତି।  ଆଇପିଏଲରୁ ହାସଲ କରିଥିବା ଅଭିଜ୍ଞତାକୁ ଆଧାର କରି ସେ ଦଳକୁ ଆଗକୁ ନେବେ।

ସୂଚନାଯୋଗ୍ୟ, ଆଇପିଏଲର ୨୦୧୧ ସଂସ୍କରଣରେ କେକେଆର ପାଇଁ କାଲିସ ଚୁକ୍ତିଭୁକ୍ତ ହୋଇଥିଲେ। ଏହାପରେ ୨୦୧୨ ଓ ୨୦୧୪ କେକେଆର ଆଇପିଏଲ୍ ଚାମ୍ପିଅନ୍ ଥିବା ବେଳେ ସେ ଏହାର ସଦସ୍ୟ ରହିଥିଲେ। ସେହିପରି ଗତବର୍ଷଠାରୁ ସେ ଦଳର ବ୍ୟାଟିଂ ପରାମର୍ଶଦାତା ତଥା ମେଣ୍ଟର ନିଯୁକ୍ତ ହୋଇଥିଲେ।

କାଲିସ୍ ଉଭୟ ଦିନିକିଆ ଓ ଟେଷ୍ଟରେ ୧୦ ହଜାରରୁ ଅଧିକ ରନ୍ କରିଛନ୍ତି। ସେହିପରି ଦିନିକିଆରେ ୨୭୩ ୱିକେଟ୍ ନେଇଥିବା ବେଳେ ଟେଷ୍ଟୁ ୨୯୨ ୱିକେଟ୍ ହାତେଇଛନ୍ତି।

Related story