ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା, ଭାରତ ବିପକ୍ଷ ସିରିଜରୁ ଓହରିଲେ ଏହି ଷ୍ଟାର୍ ପେସ୍ ବୋଲର୍

ସିଡନୀ: ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆଗୁ ବଡ଼ ଝଟକା। ଅଷ୍ଟ୍ରେଲିଆର ଷ୍ଟାର୍ ପେସ୍ ବୋଲର କେନ୍ ରିଚାର୍ଡସନ୍ ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରୁ ଓହରିଯାଇଛନ୍ତି। ରିଚାର୍ଡସନ୍ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ସିରିଜ୍ ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସ୍ଥାନରେ ଆଣ୍ଡ୍ର୍ୟୁ ଟାଇଙ୍କୁ ସାମିଲ୍ କରାଯାଇଛି। ରିଚାର୍ଡସନଙ୍କ ଅନୁପସ୍ଥିତି ନେଇ କ୍ରିକେଟ୍ ଅଷ୍ଟ୍ରେଲିଆର ଜାତୀୟ ଚୟନକର୍ତ୍ତା ଟ୍ରେଭର୍ ହନ୍ସ କହିଛନ୍ତି, କେନ୍ ନିଜର ପତ୍ନୀ ଓ ନବଜନ୍ମିତ ପୁଅ ସହ ରହିବାକୁ ନିଷ୍ପତ୍ତି […]

kane

Ranjit Kumar Jena
  • Published: Wednesday, 18 November 2020
  • , Updated: 18 November 2020, 11:09 AM IST

ସିଡନୀ: ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆଗୁ ବଡ଼ ଝଟକା। ଅଷ୍ଟ୍ରେଲିଆର ଷ୍ଟାର୍ ପେସ୍ ବୋଲର କେନ୍ ରିଚାର୍ଡସନ୍ ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରୁ ଓହରିଯାଇଛନ୍ତି। ରିଚାର୍ଡସନ୍ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ସିରିଜ୍ ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସ୍ଥାନରେ ଆଣ୍ଡ୍ର୍ୟୁ ଟାଇଙ୍କୁ ସାମିଲ୍ କରାଯାଇଛି।

ରିଚାର୍ଡସନଙ୍କ ଅନୁପସ୍ଥିତି ନେଇ କ୍ରିକେଟ୍ ଅଷ୍ଟ୍ରେଲିଆର ଜାତୀୟ ଚୟନକର୍ତ୍ତା ଟ୍ରେଭର୍ ହନ୍ସ କହିଛନ୍ତି, କେନ୍ ନିଜର ପତ୍ନୀ ଓ ନବଜନ୍ମିତ ପୁଅ ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାରଣରୁ ସେ ଜାତୀୟ ଦଳ ପାଇଁ ଉପଲବ୍ଧ ହୋଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଆମେ ତାଙ୍କର ନିଷ୍ପତ୍ତିକୁ ସମ୍ମାନ କରୁଛୁ। କେନଙ୍କ ସ୍ଥାନରେ ଟାଇ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବେ।

୨୦୧୩ରେ ଡେବ୍ୟୁ କରିଥିବା ରିଚାର୍ଡସନ୍ ଅଷ୍ଟ୍ରେଲିଆ ପକ୍ଷରୁ ୨୫ ଦିନିକିଆ ଓ ୨୧ ଟି-୨୦ ମ୍ୟାଚ୍ ଖେଳି ଯଥାକ୍ରମେ ୩୯ ଓ ୨୨ ୱିକେଟ୍ ନେଇଛନ୍ତି। ତାଙ୍କ ସ୍ଥାନରେ ସାମିଲ୍ ହୋଇଥିବା ଟାଇ ୭ଟି ଦିନିକିଆ ଓ ୨୬ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆର ପ୍ରତିନିଧିତ୍ୱ କରିଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବ। ଏହା ପରେ ଡିସେମ୍ବର ୪ ତାରିଖରୁ ଟି-୨୦ ସିରିଜ୍ ଖେଳାଯିବ।

Related story