କଲମ୍ବୋ ଟେଷ୍ଟ: ପ୍ରଥମ ଦିନରେ ବର୍ଷା ବାଧକ

କଲମ୍ବୋ: ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାରେ ଆରମ୍ଭ ହୋଇଛି। ତେବେ ମ୍ୟାଚର ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ମାତ୍ର ୩୬.୩ ଓଭର ଖେଳ ସମ୍ଭବ ହୋଇଛି। ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଦିବସର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୮୫ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ କ୍ୟାପଟେନ୍ ଦିମୁତ କରୁଣାରତ୍ନେ ୪୯ ଓ ଆଞ୍ଜେଲୋ ମାଥ୍ୟୁସ୍ […]

dimuth

Ranjit Kumar Jena
  • Published: Thursday, 22 August 2019
  • , Updated: 22 August 2019, 05:58 PM IST

କଲମ୍ବୋ: ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାରେ ଆରମ୍ଭ ହୋଇଛି। ତେବେ ମ୍ୟାଚର ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ମାତ୍ର ୩୬.୩ ଓଭର ଖେଳ ସମ୍ଭବ ହୋଇଛି।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଦିବସର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୮୫ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ କ୍ୟାପଟେନ୍ ଦିମୁତ କରୁଣାରତ୍ନେ ୪୯ ଓ ଆଞ୍ଜେଲୋ ମାଥ୍ୟୁସ୍ କୌଣସି ରନ୍ ନକରି ଅପରାଜିତ ରହିଛନ୍ତି।

ପି. ସାରା ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚର ପ୍ରଥମ ଦିନରେ ବର୍ଷା ବାରମ୍ବାର ବାଧା ଦେଇଥିଲା। ବର୍ଷା ଯୋଗୁ ମଧ୍ୟାହ୍ନ ଭୋଜନ ଶୀଘ୍ର ନିଆଯାଇଥିଲା। ତେବେ ଦ୍ୱିତୀୟ ସେସନରେ ପୂରା ଖେଳ ହୋଇଥିଲା। କିନ୍ତୁ ଚା'ପାନ ବିରତି ପରେ ଖରାପ ଆଲୋକ ଯୋଗୁ ମାତ୍ର ୭.୩ ଓଭର ଖେଳ ସମ୍ଭ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କାକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଓପନିଂ ବ୍ୟାଟ୍ସମ୍ୟାନ୍ ଲାହିରୁ ଥିରିମାନେ ମାତ୍ର ୨ ରନ୍ କରି ୱିଲିୟମ୍ ସମରଭିଲ୍ଲେଙ୍କ ଶିକାର ହୋଇଥିଲେ।

ଏହା ପରେ କରୁଣାରତ୍ନେ ଓ କୁଶଲ ମେଣ୍ଡିସ୍ ଦ୍ୱିତୀୟ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ ଭାଗୀଦାରୀ କରି ଟିମକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ମେଣ୍ଡିସ୍ ବ୍ୟକ୍ତଗତ ୩୨ ରନ୍ କରିଥିବା ବେଳେ କଲିନ୍ ଡି'ଗ୍ରାଣ୍ଡହୋମଙ୍କ ବଲରେ ଆଉଟ୍ ହୋଇଥିଲେ। ତେବେ ଦିନର ଖେଳ ଶେଷ ବେଳକୁ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଯଥା କରୁଣାରତ୍ନେ ଓ ମାଥ୍ୟୁସ୍ ଅପରାଜିତ ରହିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ସମରଭିଲ୍ଲେ ଓ ଗ୍ରାଣ୍ଡହୋମ୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

Related story