ପାକିସ୍ତାନ ବିପକ୍ଷରେ କମାଲ୍ କଲେ ଏହି କଶ୍ମୀର କ୍ରିକେଟର୍

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିସାରିଛି। ଭାରତର ଏହି ନିଷ୍ପତ୍ତି ପାକିସ୍ତାନକୁ ଖୁବ୍ ବାଧିଛି। ଯେଉଁକାରଣରୁ ପାକିସ୍ତାନ ଭାରତ ବିରୋଧରେ ରାଜନୈତିକ ଓ କୁଟନୈତିକ ସ୍ତରରେ ଲଗାତାର କିଛି ନା କିଛି ଷଡ଼ଯନ୍ତ୍ର ରଚିବା ପାଇଁ ପ୍ରୟାସ କରୁଛି। କିନ୍ତୁ ଏହାର ପ୍ରଭାବ ଭାରତ ଉପରେ ପଡ଼ିନାହିଁ। ଏଭଳି ଚାପଜନିତ ସମୟରେ ଭାରତ ଭିନ୍ନକ୍ଷମ ଟି-୨୦ ୱାର୍ଲ୍ଡ ସିରିଜର ଏକ ମୁକାବିଲାରେ ପାକିସ୍ତାନକୁ ୮ ୱିକେଟରେ ହରାଇଛି, ଯାହା ଦେଶବାସୀଙ୍କ ଖୁସିକୁ ଦ୍ୱିଗୁଣିତ କରିଛି। ତେବେ ଭାରତର […]

wasim

Ranjit Kumar Jena
  • Published: Wednesday, 14 August 2019
  • , Updated: 14 August 2019, 05:25 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିସାରିଛି। ଭାରତର ଏହି ନିଷ୍ପତ୍ତି ପାକିସ୍ତାନକୁ ଖୁବ୍ ବାଧିଛି। ଯେଉଁକାରଣରୁ ପାକିସ୍ତାନ ଭାରତ ବିରୋଧରେ ରାଜନୈତିକ ଓ କୁଟନୈତିକ ସ୍ତରରେ ଲଗାତାର କିଛି ନା କିଛି ଷଡ଼ଯନ୍ତ୍ର ରଚିବା ପାଇଁ ପ୍ରୟାସ କରୁଛି। କିନ୍ତୁ ଏହାର ପ୍ରଭାବ ଭାରତ ଉପରେ ପଡ଼ିନାହିଁ। ଏଭଳି ଚାପଜନିତ ସମୟରେ ଭାରତ ଭିନ୍ନକ୍ଷମ ଟି-୨୦ ୱାର୍ଲ୍ଡ ସିରିଜର ଏକ ମୁକାବିଲାରେ ପାକିସ୍ତାନକୁ ୮ ୱିକେଟରେ ହରାଇଛି, ଯାହା ଦେଶବାସୀଙ୍କ ଖୁସିକୁ ଦ୍ୱିଗୁଣିତ କରିଛି। ତେବେ ଭାରତର ଏହି ବିଜୟରେ ଏକ ଟ୍ୱିଷ୍ଟ ମଧ୍ୟ ରହିଛି। ଭାରତକୁ ଜିତାଇଥିବା ଖେଳାଳି ଜଣକ ହେଉଛନ୍ତି ଜଣେ କଶ୍ମୀରବାସୀ ଏବଂ ସେ ଏହି ଦିନକୁ ନିଜ ପାଇଁ ବହୁତ ଖାସ ବୋଲି କହିଛନ୍ତି।

ଇଂଲଣ୍ଡରେ ଆୟୋଜିତ ଶାରୀରିକ ଭିନ୍ନକ୍ଷମ ଟି-୨୦ ୱାର୍ଲ୍ଡ ସିରିଜରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ନିର୍ଣ୍ଣାୟକ ମ୍ୟାଚ୍ ସୋମବାର ଖେଳାଯାଇଥିଲା। ଯେଉଁଥିରେ କଶ୍ମୀରର ୱାସିମ୍ ଇକବାଲ୍ ମାତ୍ର ୪୩ ବଲରେ ୬୯ ରନର ଜବରଦସ୍ତ ଇନିଂସ୍ ଖେଳି ଭାରତକୁ ବିଜୟୀ କରାଇଥିଲେ। ଏହି ଇନିଂସ୍ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୦ ରନ୍ କରିଥିଲା। ପାକିସ୍ତାନ ପକ୍ଷରୁ ହମିଦ୍ ସର୍ବାଧିକ ୩୦ ରନ୍ କରିଥିଲେ। ଭାରତ ପକ୍ଷରୁ ଭିଆର୍ କେନି ୨ଟି ୱିକେଟ୍ ନେଇଥିଲେ। ଜବାବରେ ଭାରତୀୟ ଟିମ୍ ମାତ୍ର ୧୭.୧ ଓଭରରେ ୨ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ୨୫ ବର୍ଷୀୟ ଓପ୍ନର ୱାସିମ୍ ନିଜର ଏହି ଅର୍ଦ୍ଧଶତକୀୟ ଇନିଂସରେ ୬ ଚୌକା ଓ ୪ ଛକା ମାରିଥିଲେ। ତାଙ୍କ ବ୍ୟତୀତ କୁନାଲ୍ ଫାନାସେ ୪୭ ବଲରେ ୫୫ ରନ୍ କରିଥିଲେ।

ଜମ୍ମୁ-କଶ୍ମୀର ଅନନ୍ତନାଗରେ ରହୁଥିବା ଇକବାଲ୍ ପାକିସ୍ତାନକୁ ଧୂଳି ଚଟାଇବା ପରେ କହିଥିଲେ, ପବିତ୍ର ଇଦ୍ ଅବସରରେ ଆମକୁ ଏହି ବିଜୟ ମିଳିଛି। ମୋତେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମଧ୍ୟ ବିବେଚିତ କରାଯାଇଛି। ଏହା ମୋ ଜୀବନର ସବୁଠାରୁ ବିଶେଷ ମୁହୂର୍ତ୍ତ। ଇକବାଲ୍ ଆହୁରି କହିଥିଲେ, ୧୦ ଦିନ ହେବ ମୁଁ ଘର ଲୋକଙ୍କ ସହ କଥା ହୋଇନାହିଁ, ଯେଉଁକାରଣରୁ ସାମାନ୍ୟ ଚିନ୍ତିତ ଅଛି। ମୁଁ ଭାବିଥିଲି, ଇଦ୍ ଦିନ ଘରଲୋକଙ୍କ ସହ କଥା ହେବି, କିନ୍ତୁ ତାହା ହୋଇପାରିଲା ନାହିଁ। ସୂଚନାଯୋଗ୍ୟ, ଧାରା ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ମୋଇବାଲ୍, ଲ୍ୟାଣ୍ଡଲାଇନ୍ ଏବଂ ଇଣ୍ଟରନେଟ୍ ବନ୍ଦ ରହିଛି।

Related story