କଟକ: ଏପ୍ରିଲ୍ ୪ରୁ ୧୪ ବର୍ଷରୁ କମ୍ ବାଳକ ଫୁଟ୍‌ବଲ୍‌ ଚାମ୍ପିଅନସିପ୍‌

କଟକ: କଟକ ଜିଲ୍ଲା ଆଥ୍‌ଲେଟିକ୍ ଆସୋସିଏସନ୍‌ ଆନୁକୁଲ୍ୟରେ ଏପ୍ରିଲ୍ ୪ ତାରିଖରୁ ଆରମ୍ଭ ହେବ ୧୪ ବର୍ଷରୁ କମ୍ ବାଳକ ଫୁଟ୍‌ବଲ୍‌ ଚାମ୍ପିଅନସିପ୍‌। କଟକର ବିଭିନ୍ନ ସାହିରେ ଥିବା କ୍ଲବ୍‌କୁ ନେଇ ଏହି ଚାମ୍ପିଅନ୍‌ସିପ୍ ଆୟୋଜିତ କରାଯିବ। ଏଥିରେ ମୋଟ ୮ ଟିମ୍ ଭାଗ ନେବେ। ଏପ୍ରିଲ୍ ୧୨ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। କଟକରେ ଥିବା ଓଡ଼ିଶା କ୍ରିକେଟ୍ ଏକାଡେମୀ ପଡ଼ିଆରେ ଏହି ମ୍ୟାଚ୍ ଖେଳାଯିବ। ଏହି ଚାମ୍ପିଅନ୍‌ସିପ୍‌କୁ ପୂର୍ବତନ ଫୁଟ୍‌ବଲ୍ ଖେଳାଳି ସେକ୍‌ ହୀରାଙ୍କ […]

ashirbad

Rakesh Mallick
  • Published: Wednesday, 30 March 2016
  • , Updated: 30 March 2016, 05:44 PM IST

କଟକ: କଟକ ଜିଲ୍ଲା ଆଥ୍‌ଲେଟିକ୍ ଆସୋସିଏସନ୍‌ ଆନୁକୁଲ୍ୟରେ ଏପ୍ରିଲ୍ ୪ ତାରିଖରୁ ଆରମ୍ଭ ହେବ ୧୪ ବର୍ଷରୁ କମ୍ ବାଳକ ଫୁଟ୍‌ବଲ୍‌ ଚାମ୍ପିଅନସିପ୍‌। କଟକର ବିଭିନ୍ନ ସାହିରେ ଥିବା କ୍ଲବ୍‌କୁ ନେଇ ଏହି ଚାମ୍ପିଅନ୍‌ସିପ୍ ଆୟୋଜିତ କରାଯିବ। ଏଥିରେ ମୋଟ ୮ ଟିମ୍ ଭାଗ ନେବେ। ଏପ୍ରିଲ୍ ୧୨ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। କଟକରେ ଥିବା ଓଡ଼ିଶା କ୍ରିକେଟ୍ ଏକାଡେମୀ ପଡ଼ିଆରେ ଏହି ମ୍ୟାଚ୍ ଖେଳାଯିବ। ଏହି ଚାମ୍ପିଅନ୍‌ସିପ୍‌କୁ ପୂର୍ବତନ ଫୁଟ୍‌ବଲ୍ ଖେଳାଳି ସେକ୍‌ ହୀରାଙ୍କ ନାଁରେ ନାମିତ କରାଯାଇଛି।

ଏ ସଂପର୍କରେ ସୂଚନା ଦେଇ ଓଡ଼ିଶା ଆଥ୍‌ଲେଟିକ୍ ଆସୋସିଏସନ୍ ସଂପାଦକ ଆଶୀର୍ବାଦ ବେହେରା କହିଛନ୍ତି,“ତୃଣମୂଳ ସ୍ତରରୁ ଫୁଟବଲ୍‌ ପ୍ରତିଭାଙ୍କୁ ଚିହ୍ନଟ କରିବା ଓ ଫୁଟ୍‌ବଲ୍‌କୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ କଟକରେ ଏହି ଚାମ୍ପିଅନ୍‌ସିପ୍‌ର ଆୟୋଜନ କରାଯାଉଛି। ଏଥିରେ କଟକର ବିଭିନ୍ନ ସାହିର ୮ଟି ଟିମ୍ ଅଂଶଗ୍ରହଣ କରିବେ। ପରବର୍ତ୍ତୀ ସମୟରେ ଟିମ୍‌ ସଂଖ୍ୟା ବଢ଼ାଯିବ।”

ସେ କହିଛନ୍ତି,“ଏହି ଟୁର୍ଣ୍ଣାମେଣ୍ଟରେ ଯେଉଁ ପିଲାମାନେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ  କଟକ ଜିଲ୍ଲା ଆଥ୍‌ଲେଟିକ୍ ଆସୋସିଏସନ୍‌ ପକ୍ଷରୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯିବାର ବ୍ୟବସ୍ଥା କରାଯିବ। ଏଥିପାଇଁ ଓଡ଼ିଶା ଭେଟେରାନ୍ ଫୁଟ୍‌ବଲ୍‌ ଆସୋସିଏନ୍‌ର ସହଯୋଗ ମଧ୍ୟ ନିଆଯିବ। ସେହିପରି ଏହି ଚାମ୍ପିଅନ୍‌ସିପ୍‌ରେ ଯେଉଁମାନେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ୧୭ ବର୍ଷରୁ କମ୍ ଓ ୧୯ ବର୍ଷରୁ କମ୍ ଫୁଟ୍‌ବଲ୍ ଚାମ୍ପିଅନ୍‌ସିପ୍‌ରେ ମଧ୍ୟ ସୁଯୋଗ ଦିଆଯିବ।”

Related story