ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପ୍: ପ୍ରି-କ୍ୱାର୍ଟରରେ କବିନ୍ଦର

ଏକାଟେରିନାବର୍ଗ (ରୁଷ୍): ଏସିଆନ୍ ଗେମ୍ସ ରୌପ୍ୟ ପଦକ ବିଜେତା କବିନ୍ଦର ସିଂହ (୫୭ କେଜି) ରବିବାର ଏଠାରେ ଚାଲିଥିବା ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଚୀନର ଚେନା ଝିହାଓଙ୍କୁ ହରାଇ ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ପଞ୍ଚମ ସିଡ୍ ଭାରତୀୟ ଭାରତୀୟ ଖେଳାଳିଙ୍କ ବିପକ୍ଷରେ ଚୀନ ବକ୍ସର ଜଣକ ଲହୁଲୁହାଣ ହୋଇଥିଲେ। ଉଭୟ ଖେଳାଳି ପରସ୍ପରକୁ ସେଭଳି ଆକ୍ରମଣ କରିପାରିନଥିଲେ ଏବଂ ଜଜ୍ କବିନ୍ଦରଙ୍କ ସପକ୍ଷରେ ମୁକାବିଲାକୁ ୩-୨ରେ ନିଷ୍ପତ୍ତି ଦେଇଥିଲେ। ଭାରତୀୟ ବାୟୁସେନାରେ ସାମିଲ୍ […]

boxing

boxing

Ranjit Kumar Jena
  • Published: Sunday, 15 September 2019
  • Updated: 15 September 2019, 08:30 PM IST

Sports

Latest News

ଏକାଟେରିନାବର୍ଗ (ରୁଷ୍): ଏସିଆନ୍ ଗେମ୍ସ ରୌପ୍ୟ ପଦକ ବିଜେତା କବିନ୍ଦର ସିଂହ (୫୭ କେଜି) ରବିବାର ଏଠାରେ ଚାଲିଥିବା ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଚୀନର ଚେନା ଝିହାଓଙ୍କୁ ହରାଇ ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ପଞ୍ଚମ ସିଡ୍ ଭାରତୀୟ ଭାରତୀୟ ଖେଳାଳିଙ୍କ ବିପକ୍ଷରେ ଚୀନ ବକ୍ସର ଜଣକ ଲହୁଲୁହାଣ ହୋଇଥିଲେ। ଉଭୟ ଖେଳାଳି ପରସ୍ପରକୁ ସେଭଳି ଆକ୍ରମଣ କରିପାରିନଥିଲେ ଏବଂ ଜଜ୍ କବିନ୍ଦରଙ୍କ ସପକ୍ଷରେ ମୁକାବିଲାକୁ ୩-୨ରେ ନିଷ୍ପତ୍ତି ଦେଇଥିଲେ।

ଭାରତୀୟ ବାୟୁସେନାରେ ସାମିଲ୍ ଥିବା ୨୬ ବର୍ଷୀୟ ଏହି ଖେଳାଳି ୨୦୧୭ରେ ହାମବର୍ଗରେ ହୋଇଥିବା ବିଶ୍ୱ ଚାମ୍ପିୟନଶିପର କ୍ୱାର୍ଟରଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲେ, କିନ୍ତୁ ଏଥର ସେ ପଦବ ଦାବିଦାର ଦୌଡ଼ରେ ସାମିଲ୍ ଅଛନ୍ତି। ଏହା ପୂର୍ବରୁ ଦ୍ୱିତୀୟ ସିଡ୍ ଏବଂ ଏସୀୟ ଚାମ୍ପିୟନ୍ ଅମିତ୍ ପାଙ୍ଘାଲ (୫୨ କେଜି) ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରୌପ୍ୟ ପଦକ ବିଜେତା ମନିଷ କୌଶିକ (୬୩ କେଜି) ଦମଦାର ବିଜୟ ସହ ପ୍ରି-କ୍ୱାର୍ଟରଫାଇନାଲ୍ ସ୍ଥାନ ହାସଲ କରିଛନ୍ତି।

ଏହି ଟୁର୍ଣ୍ଣାମେଣ୍ଟ ୨୦୨୦ ଟୋକିଓ ଅଲିମ୍ପିକ୍ କ୍ୱାଲିଫାୟର୍ ହେବାର ଥିଲା, ଯେଉଁଥିରେ ପାରମ୍ପରିକ ୧୦ ଓଜନ ବର୍ଗ ବଦଳରେ ସଂଶୋଧିକ ୮ (୫୨ କେଜି, ୫୭ତମ, ୬୩ କେଜି, ୬୯ କେଜି, ୭୫ କେଜି, ୮୧ କେଜି, ୯୧ କେଜି, +୯୧ କେଜି) ଓଜନ ବର୍ଗକୁ ରଖାଯାଇଥିଲା।

ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅନ୍ତର୍ଜାତୀୟ ବକ୍ସିଂ ସଂଘ (ଏଆଇବିଏ)ରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ପ୍ରଶାସନିକ ଅନିୟମିତତା କାରଣରୁ ଏହି ଟୁର୍ଣ୍ଣାମେଣ୍ଟରୁ ଅଲିମ୍ପିକ୍ କ୍ୱାଲିଫାୟରର ମାନ୍ୟତା ଛଡ଼ାଇ ନେଇଛି। ଆଇଓସି ଏବେ ଏହି ଖେଳର ଅଲିମ୍ପିକ୍ କ୍ୱାଲିଫିକେସନକୁ ନିଜ ହାତକୁ ନେଇଛି, ଯାହା ଆସନ୍ତାବର୍ଷ ଫେବୃଆରୀରେ ଏସିଆନ୍ କ୍ୱାଲିଫାୟର୍ସ ସହ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos