ଆଉ ଏକ ସ୍ୱର୍ଣ୍ଣ ଆଣିଲେ ସ୍ୱସ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସାମର ଗୌହାଟୀରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ପୁଣି ଚମକିଛନ୍ତି ରାଉରକେଲାର ତାରକା ସାଇକ୍ଲିଷ୍ଟ ସ୍ୱସ୍ତି ସିଂହ। ସ୍ୱସ୍ତି ବୁଧବାର ନିଜର ଫେଭରିଟ୍ ଇଭେଣ୍ଟ ତଥା ୨୧ ବର୍ଷରୁ କମ୍ ବୟସ ବର୍ଗର ୩କିମି ଟ୍ରାକ୍ ଇଣ୍ଡିଭିଜୁଆଲ୍ ପର୍ଶୁଟ୍ ଇଭେଣ୍ଟରେ ବେଷ୍ଟ ଟାଇମ୍ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଏହି ଇଭେଣ୍ଟକୁ ୪ ମିନିଟ୍‌ ୨୦.୨୩୭ ସେକେଣ୍ଡ ସମୟରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅର୍ଜନ କରିଛନ୍ତି। ତାଙ୍କର ଘଣ୍ଟାପ୍ରତି […]

swasti

Ranjit Kumar Jena
  • Published: Wednesday, 15 January 2020
  • , Updated: 15 January 2020, 09:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସାମର ଗୌହାଟୀରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ପୁଣି ଚମକିଛନ୍ତି ରାଉରକେଲାର ତାରକା ସାଇକ୍ଲିଷ୍ଟ ସ୍ୱସ୍ତି ସିଂହ। ସ୍ୱସ୍ତି ବୁଧବାର ନିଜର ଫେଭରିଟ୍ ଇଭେଣ୍ଟ ତଥା ୨୧ ବର୍ଷରୁ କମ୍ ବୟସ ବର୍ଗର ୩କିମି ଟ୍ରାକ୍ ଇଣ୍ଡିଭିଜୁଆଲ୍ ପର୍ଶୁଟ୍ ଇଭେଣ୍ଟରେ ବେଷ୍ଟ ଟାଇମ୍ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଏହି ଇଭେଣ୍ଟକୁ ୪ ମିନିଟ୍‌ ୨୦.୨୩୭ ସେକେଣ୍ଡ ସମୟରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅର୍ଜନ କରିଛନ୍ତି। ତାଙ୍କର ଘଣ୍ଟାପ୍ରତି ସ୍ପିଡ୍ ୪୧.୫୦ ରହିଥିଲା।

ତାଙ୍କ ପରକୁ ରାଜସ୍ଥାନର ମୋନିକା ଜଟ୍ ୪ ମିନିଟ୍‌ ୨୫.୩୩୫ ସେକେଣ୍ଡ ସମୟରେ ୨ୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଥିବା ବେଳେ କର୍ଣ୍ଣାଟକ କୀର୍ତ୍ତି ରଙ୍ଗାସ୍ୱାମୀ ୪ମିନିଟ୍ ୨୬.୮୪୯ ସେକେଣ୍ଡ ସମୟରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ କବଜା କରିଛନ୍ତି। ଏହା ପୂର୍ବରୁ ସ୍ୱସ୍ତି ୭.୫କିମି ସ୍କ୍ରାଚ୍ ରେସରେ ସ୍ୱର୍ଣ୍ଣ ଏବଂ ୬୦ କିମି ଇଣ୍ଡିଭିଜୁଆଲ୍ ରୋଡ୍ ରେସରେ ରୌପ୍ୟ ପଦକ ଜିତିଥିଲେ।

ଏଥିସହ ଚଳିତ କ୍ରୀଡ଼ାରେ ସ୍ୱସ୍ତି ତିନୋଟି ପଦକ ହାସଲ କରିଛନ୍ତି। ସ୍ୱସ୍ତି ନିଜର ଏହି ସଫଳତାର ଶ୍ରେୟ ବାପା ଓ ମା'ଙ୍କୁ ଦେଇଛନ୍ତି। ଏହି ସଫଳତା ପାଇଁ କୋଚ୍ ସୁଶୀଲ ଦାସ, ପୂର୍ବତନ ସାଇକ୍ଲିଷ୍ଟ ନୃସିଂହ ଚରଣ ସାହୁ, ଗୋପୀନାଥ ପଣ୍ଡା, ଏସଆର ସିଂ, ପର୍ଶୁରାମ ଚୌଧୁରୀ, ରଶ୍ମିତା କର ପ୍ରମୁଖ ସ୍ୱସ୍ତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ତାଙ୍କ ସଫଳତାରେ କ୍ରୀଡ଼ା ସମୀକ୍ଷକ ସୁଶାନ୍ତ ବେହେରା କହିଛନ୍ତି, ରାଉରକେଲାର ଝିଅ ସ୍ୱସ୍ତି ବିଗତ ୪ ବର୍ଷ ଭିତରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ସଫଳତା ହିଁ ସଫଳତା ପାଇ ଚାଲିଛନ୍ତି। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ସ୍ୱସ୍ତିଙ୍କ ସ୍ୱର୍ଣ୍ଣ ଚମକ ସାରା ଓଡ଼ିଶା ନୁହେଁ ଭାରତ ବର୍ଷରେ ଚମକୁଛି। ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ସ୍ୱସ୍ତି ହୁଏତ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇପାରନ୍ତି। ତେଣୁ ସ୍ୱସ୍ତିଙ୍କ ଭଳି ଖେଳାଳିଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗ ବିଶେଷ ଧ୍ୟାନ ଦେବା ଦରକାର। ସଫଳତା ପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

Related story