କିଆ ସୁପର୍ ଲିଗରେ ଚମକିଲେ ଦୀପ୍ତି ଶର୍ମା

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା କିଆ ସୁପର୍ ଲିଗରେ ଭାରତୀୟ ମହିଳା କ୍ରିକେଟ୍ ଟିମର ଅଲରାଉଣ୍ଡର ଦୀପ୍ତି ଶର୍ମା ନିଜର ଚମକ ଦେଖାଇଛନ୍ତି। ସେ ନିଜ ଦେଶର ସ୍ମୃତି ମନ୍ଧାନାଙ୍କ ସହ ୱେଷ୍ଟର୍ଣ୍ଣ ଷ୍ଟର୍ମ ପକ୍ଷରୁ ଖେଳୁଛନ୍ତି। ବୁଧବାର ଖେଳାଯାଇଥିବା ମୁକାବିଲାରେ ଦୀପ୍ତିଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ୱେଷ୍ଟର୍ଣ୍ଣ ଷ୍ଟର୍ମ ୪ ରନରେ ସରେକୁ ହରାଇଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟର୍ଣ୍ଣ ଷ୍ଟର୍ମ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା। […]

deepti

Ranjit Kumar Jena
  • Published: Thursday, 22 August 2019
  • , Updated: 22 August 2019, 08:48 PM IST

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା କିଆ ସୁପର୍ ଲିଗରେ ଭାରତୀୟ ମହିଳା କ୍ରିକେଟ୍ ଟିମର ଅଲରାଉଣ୍ଡର ଦୀପ୍ତି ଶର୍ମା ନିଜର ଚମକ ଦେଖାଇଛନ୍ତି। ସେ ନିଜ ଦେଶର ସ୍ମୃତି ମନ୍ଧାନାଙ୍କ ସହ ୱେଷ୍ଟର୍ଣ୍ଣ ଷ୍ଟର୍ମ ପକ୍ଷରୁ ଖେଳୁଛନ୍ତି। ବୁଧବାର ଖେଳାଯାଇଥିବା ମୁକାବିଲାରେ ଦୀପ୍ତିଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ୱେଷ୍ଟର୍ଣ୍ଣ ଷ୍ଟର୍ମ ୪ ରନରେ ସରେକୁ ହରାଇଛି।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟର୍ଣ୍ଣ ଷ୍ଟର୍ମ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା। ଟିମ୍ ପକ୍ଷରୁ ରାଚେଲ୍ ପ୍ରିଷ୍ଟ୍ ମାତ୍ର ୧୬ ବଲରେ ୩ ଚୌକା ଓ ୫ ଛକା ସହ ୪୪ ରନ୍ କରିଥିବା ବେଳେ ଦୀପ୍ତି ୨୬ ବଲରେ ୩ ଚୌକା ସହ ୩୨ ରନ୍ କରିଥିଲେ। ଭାରତୀୟ ଓପ୍ନର ମନ୍ଧାନା ଏହି ମ୍ୟାଚରେ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲେ।

ଜବାବରେ ସରେ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ସରେ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ସାରା ଟେଲର୍ ସର୍ବାଧିକ ୭୩ (୫୪ ବଲ୍, ୧୧ ଚୌକା) ଓ କ୍ୟାନଟେନ୍ ନାଟାଲି ସ୍କିଭର୍ ୩୧ ରନ୍ କରିଥିଲେ। ୱେଷ୍ଟର୍ଣ୍ଣ ଷ୍ଟର୍ମର ସଫଳ ବୋଲର ଭାବେ ଦୀପ୍ତି ୧୮ ରନ୍ ଦେଇ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଆନ୍ୟା ସ୍ରୁବସୋଲ୍ ୨ଟି ୱିକେଟ୍ ହାସଲ କରିଥିଲେ।

Related story