ଜୋରିମାନା ଦେଲେ ପୋଲାର୍ଡ

ଗାଏନା: ୱେଷ୍ଟଇଣ୍ଡିଜର ଷ୍ଟାର୍ ଅଲରାଉଣ୍ଡର କାଇରନ୍ ପୋଲାର୍ଡ ଭାରତ ବିପକ୍ଷ ଦ୍ୱିତୀୟ ଟି-୨୦ ମୁକାବିଲାରେ ଅମ୍ପାୟାରଙ୍କ ନିର୍ଦ୍ଦେଶ ଅବମାନନା କରି ଦଣ୍ଡିତ ହୋଇଛନ୍ତି। ଏହି କାରଣରୁ ତାଙ୍କ ଉପରେ ମ୍ୟାଚ୍ ଫି’ର ୨୦ ପ୍ରତିଶତ ଜୋରିମାନା ଲଗାଯାଇଛି। ଏହା ସହ ତାଙ୍କ ଖାତାରେ ଏକ ଡିମେରିଟ୍ ପଏଣ୍ଟ ମଧ୍ୟ ଯୋଡ଼ି ହୋଇଛି। ପୋଲାର୍ଡ ଆଚାର ସଂହିତା ଧାରା ୨.୪ର ଉଲ୍ଲଙ୍ଘନ କରିଥିବା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କୁହାଯାଇଛି। ଏହି ଘଟଣା ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ […]

pollard

pollard

Ranjit Kumar Jena
  • Published: Tuesday, 06 August 2019
  • Updated: 06 August 2019, 08:33 PM IST

Sports

Latest News

ଗାଏନା: ୱେଷ୍ଟଇଣ୍ଡିଜର ଷ୍ଟାର୍ ଅଲରାଉଣ୍ଡର କାଇରନ୍ ପୋଲାର୍ଡ ଭାରତ ବିପକ୍ଷ ଦ୍ୱିତୀୟ ଟି-୨୦ ମୁକାବିଲାରେ ଅମ୍ପାୟାରଙ୍କ ନିର୍ଦ୍ଦେଶ ଅବମାନନା କରି ଦଣ୍ଡିତ ହୋଇଛନ୍ତି। ଏହି କାରଣରୁ ତାଙ୍କ ଉପରେ ମ୍ୟାଚ୍ ଫି'ର ୨୦ ପ୍ରତିଶତ ଜୋରିମାନା ଲଗାଯାଇଛି। ଏହା ସହ ତାଙ୍କ ଖାତାରେ ଏକ ଡିମେରିଟ୍ ପଏଣ୍ଟ ମଧ୍ୟ ଯୋଡ଼ି ହୋଇଛି। ପୋଲାର୍ଡ ଆଚାର ସଂହିତା ଧାରା ୨.୪ର ଉଲ୍ଲଙ୍ଘନ କରିଥିବା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କୁହାଯାଇଛି।

ଏହି ଘଟଣା ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଘଟିଥିଲା। ପୋଲାର୍ଡ ଫିଲ୍ଡିଂ କରୁଥିବା ବେଳେ ମଇଦାନକୁ ବଦଳ ଖେଳାଳିଙ୍କୁ ଡକାଇଥିଲେ। କିନ୍ତୁ ଏହି ସମୟରେ ଅମ୍ପାୟାର ତାଙ୍କୁ ବାରମ୍ବାର କହିଥିଲେ ଯେ, ଏଥିପାଇଁ ତାଙ୍କୁ ଅମ୍ପାୟାରଙ୍କ ଅନୁମତି ନେବାକୁ ପଡ଼ିବ।

ତାଙ୍କୁ ପରବର୍ତ୍ତୀ ଓଭରର ଶେଷ ପର୍ଯ୍ୟନ୍ତ ରୋକିବାକୁ କୁହାଯାଇଥିଲା, କିନ୍ତୁ ପୋଲାର୍ଡ ଏଭଳି କରିନଥିଲେ। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଡିଏଲ୍ ନିୟମରେ ୨୨ ରନରେ ପରାସ୍ତ ହୋଇଥିଲା। ତେବେ ପୋଲାର୍ଡ ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖାରଜ କରିଥିଲେ ଏବଂ ମ୍ୟାଚ୍ ରେଫରୀ ଜେଫ୍ କ୍ରୋ' ତାଙ୍କୁ ଦଣ୍ଡିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos