ପୋଲାର୍ଡ ହେବେ ୱେଷ୍ଟଇଣ୍ଡିଜ୍ ଦିନିକିଆ ଓ ଟି-୨୦ କ୍ୟାପଟେନ୍

ନୂଆଦିଲ୍ଲୀ: ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ଏହା ପରେ ଭାରତ ବିପକ୍ଷରେ କ୍ଲିନସୁଇପ୍ ହେବା ପରେ କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ (ସିଡବ୍ଲ୍ୟୁଆଇ) ବଡ଼ ନିଷ୍ପତ୍ତି ନେଇଛି। ବୋର୍ଡ ଜେସନ୍ ହୋଲ୍ଡରଙ୍କୁ ଦିନିକିଆ ଏବଂ କାର୍ଲସ୍ ବ୍ରାଥୱେଟଙ୍କୁ ଟି-୨୦ କ୍ୟାପଟେନ୍ ପଦରୁ ବହିଷ୍କାର କରିଦେଇଛି। ଏବେ ଦିନିକିଆ ଓ ଟି-୨୦ ଟିମ୍ କ୍ୟାପଟେନ୍ ଭାର କାଇରନ୍ ପୋଲାର୍ଡ ସମ୍ଭାଳିବେ। ତ୍ରିନିଦାଦ ଓ ଟବାଗୋ ଗାର୍ଡିଆନର ରିପୋର୍ଟ ଅନୁଯାୟୀ, ସିଡବ୍ଲ୍ୟୁଆଇର ବୋର୍ଡ ଅଫ୍ ଡାଇରେକ୍ଟର୍ ଶନିବାର ଏହି ନିଷ୍ପତ୍ତି ନେଇଛନ୍ତି। ପୋଲାର୍ଡ […]

pollard

pollard

Ranjit Kumar Jena
  • Published: Monday, 09 September 2019
  • Updated: 09 September 2019, 05:28 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ଏହା ପରେ ଭାରତ ବିପକ୍ଷରେ କ୍ଲିନସୁଇପ୍ ହେବା ପରେ କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ (ସିଡବ୍ଲ୍ୟୁଆଇ) ବଡ଼ ନିଷ୍ପତ୍ତି ନେଇଛି। ବୋର୍ଡ ଜେସନ୍ ହୋଲ୍ଡରଙ୍କୁ ଦିନିକିଆ ଏବଂ କାର୍ଲସ୍ ବ୍ରାଥୱେଟଙ୍କୁ ଟି-୨୦ କ୍ୟାପଟେନ୍ ପଦରୁ ବହିଷ୍କାର କରିଦେଇଛି। ଏବେ ଦିନିକିଆ ଓ ଟି-୨୦ ଟିମ୍ କ୍ୟାପଟେନ୍ ଭାର କାଇରନ୍ ପୋଲାର୍ଡ ସମ୍ଭାଳିବେ।

ତ୍ରିନିଦାଦ ଓ ଟବାଗୋ ଗାର୍ଡିଆନର ରିପୋର୍ଟ ଅନୁଯାୟୀ, ସିଡବ୍ଲ୍ୟୁଆଇର ବୋର୍ଡ ଅଫ୍ ଡାଇରେକ୍ଟର୍ ଶନିବାର ଏହି ନିଷ୍ପତ୍ତି ନେଇଛନ୍ତି। ପୋଲାର୍ଡ ନାଁର ପ୍ରସ୍ତାବ ଚୟନକମିଟି ରଖିଥିଲେ ଏବଂ ଯେତେବେଳେ ଭୋଟିଂ ଦେବାର ସମୟ ଆସିଲା, ସେହି ସମୟରେ ତିନି ଜଣ ସପକ୍ଷରେ ଏବଂ ୬ଜଣ ଆଦୌ ଭୋଟ୍ ଦେଇନଥିଲେ। ୩୨ ବର୍ଷୀୟ ପୋଲାର୍ଡ ନିଜର ଶେଷ ଦିନିକିଆ ୨୦୧୬ରେ ଖେଳିଥିଲେ।

ବିଶ୍ୱକପ୍-୨୦୧୯ରେ ସେ ୱେଷ୍ଟଇଣ୍ଡିଜର ରିଜର୍ଭ ଖେଳାଳିମାନଙ୍କ ମଧ୍ୟରେ ସାମିଲ୍ ଥିଲେ। ନିକଟରେ ଭାରତ ବିପକ୍ଷ ଖେଳାଯାଇଥିବା ଟି-୨୦ ସିରିଜରେ ସେ ଟିମର ପ୍ରତିନିଧିତ୍ୱ କରିଥିଲେ। ପୋଲାର୍ଡ ବର୍ତ୍ତମାନ କ୍ୟାରିବିୟାନ୍ ପ୍ରିମିୟର୍ ଲିଗ୍ (ସିପିଏଲ୍)ରେ ଟ୍ରିନବାଗୋ ନାଇଟ୍ ରାଇଡର୍ସ ଟିମର ନେତୃତ୍ୱ ନେଉଛନ୍ତି। ଏହି ଅଲରାଉଣ୍ଡର ଜଣକ ଏପର୍ଯ୍ୟନ୍ତ ୧୦୧ ଦିନିକିଆରେ ୩ ଶତକ ଏବଂ ୯ ଅର୍ଦ୍ଧଶତକ ସହ ୨୫.୭୧ ହାରରେ ୨୨୮୯ ରନ୍ କରିଛନ୍ତି। ଏହାଛଡ଼ା ଦିନିକିଆରେ ସେ ୫୦ ୱିକେଟ୍ ନେଇଛନ୍ତି। ସେହିପରି ୬୨ ଟି-୨୦ ମ୍ୟାଚ୍ ଖେଳି ୯୦୩ ରନ୍ ଏବଂ ୨୩ ୱିକେଟ୍ ମଧ୍ୟ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos