କିଙ୍ଗ୍ସ ଏକାଦଶ ପଞ୍ଜାବ କ୍ୟାମ୍ପରେ ଯୋଗ ଦେବେ ରିଦ୍ଧିମାନ୍, ଋଷି ଓ ଗୁରକୀରତ୍

ମୋହାଲି: ଆସନ୍ତାକାଲିଠାରୁ ମୋହାଲିର ପିସିଏ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା କିଙ୍ଗ୍ସ ଏକାଦଶ ପଞ୍ଜାବର କ୍ୟାମ୍ପର ପ୍ରଥମ ଦିନରେ ଯୋଗ ଦେବେ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ୍ ଶାହ, ଋଷି ଧାୱନ୍ ଓ ଗୁରକୀରତ୍ ସିଂହ ମନ୍‌ ପରି ବହୁ ଖେଳାଳି। ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ୍‌, ମୂରଲୀ ବିଜୟ, ମୋହିତ ଶର୍ମା ପ୍ରମୁଖ ଯୋଗ ଦେବାର ସମ୍ଭାବନା ରହିଛି। ପଞ୍ଜାବର ଖେଳାଳିଙ୍କ ମଧ୍ୟରେ ସନ୍ଦୀପ ଶାର୍ମା, ମନନ୍ ଭୋରା, କେ.ସି ଚାରିପ୍ପା, ଅନୁରିତ୍‌ ସିଂହ, ଶାରଦୁଲ ଠାକୁର, […]

ridhhiman

Rakesh Mallick
  • Published: Saturday, 02 April 2016
  • , Updated: 02 April 2016, 11:20 AM IST

[caption id="attachment_77046" align="alignleft" width="300"] ରିଦ୍ଧିମାନ ଶାହ[/caption]

ମୋହାଲି: ଆସନ୍ତାକାଲିଠାରୁ ମୋହାଲିର ପିସିଏ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା କିଙ୍ଗ୍ସ ଏକାଦଶ ପଞ୍ଜାବର କ୍ୟାମ୍ପର ପ୍ରଥମ ଦିନରେ ଯୋଗ ଦେବେ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ୍ ଶାହ, ଋଷି ଧାୱନ୍ ଓ ଗୁରକୀରତ୍ ସିଂହ ମନ୍‌ ପରି ବହୁ ଖେଳାଳି।

ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ୍‌, ମୂରଲୀ ବିଜୟ, ମୋହିତ ଶର୍ମା ପ୍ରମୁଖ ଯୋଗ ଦେବାର ସମ୍ଭାବନା ରହିଛି।

ପଞ୍ଜାବର ଖେଳାଳିଙ୍କ ମଧ୍ୟରେ ସନ୍ଦୀପ ଶାର୍ମା, ମନନ୍ ଭୋରା, କେ.ସି ଚାରିପ୍ପା, ଅନୁରିତ୍‌ ସିଂହ, ଶାରଦୁଲ ଠାକୁର, ଅରମାନ୍‌ ଜାଫର, ସ୍ୱପ୍ନିଲ୍‌ ସିଂହ ପ୍ରମୁଖ କ୍ୟାମ୍ପରେ ଉପସ୍ଥିତ ରହିବେ।

ଏହି ଅବସରରେ ଦଳର ମୁଖ୍ୟକୋଚ୍‌ ସଞ୍ଜୟ ବାଙ୍ଗର, ବୋଲିଂ କୋଚ୍‌ ଜୋଇ ଡେୱେସ୍‌ ଓ ଫିଲ୍ଡିଂ କୋଚ୍‌ ଆର ଶ୍ରୀଧରଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ଖେଳାଳିଙ୍କୁ ସ୍ୱାଗତ ଜଣାଇବା ସହ ପ୍ରୋତ୍ସାହିତ କରିବେ।

ଦଳର ମୁଖ୍ୟ କୋଚ୍ ସଞ୍ଜୟ ବାଙ୍ଗର କହିଛନ୍ତି,“ଆଇପିଏଲ୍‌-୯ମ ସଂସ୍କରଣ ପାଇଁ ଆମେ ସମସ୍ତେ ବେଶ୍ ଉତ୍ସାହିତ ଅଛୁ। ଆମର ଦଳ ଏକ ସନ୍ତୁଳିତ ଦଳ। ଏଥିରେ ଉଭୟ ବରିଷ୍ଠ ଓ ଯୁବ ଖେଳାଳିଙ୍କ ସମିଶ୍ରଣ ରହିଛି। ଏହାସହ କୋଚିଂ ଟିମ୍‌ ବେଶ୍ ଅଭିଜ୍ଞ।”

ସେ ଆହୁରି ମଧ୍ୟ କହିଛନ୍ତି, “ଆଇପିଏଲ୍‌ ମହାସମର ଆରମ୍ଭ ହେବା ପୂର୍ବରୁ ଏହି କ୍ୟାମ୍ପ ମାଧ୍ୟମରେ ଆମେ ଦଳକୁ ସୁସଂଗଠିତ କରିବାକୁ ପ୍ରାୟସ କରିବୁ। ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହୱାଗ୍‌ ଦଳର ମେଣ୍ଟର ଥିବାରୁ ଏହା ବେଶ୍‌ ସାହାୟକ ହେବ।”

Related story