କିରମାନି ପାଇବେ ‘ବିସିସିଆଇ ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍ ଆୱାର୍ଡ-୨୦୧୫’

ନୂଆଦିଲ୍ଲୀ: ପୂର୍ବତନ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ ସୟଦ କିରମାନିଙ୍କୁ ଗୁରୁବାର ‘ବିସିସିଆଇ ଲାଇଫ୍ ଟାଇମ୍ ଅଚିଭମେଣ୍ଟ ଆୱାର୍ଡ’ ବା ‘କର୍ଣ୍ଣେଲ.ସି.କେ ନାଇଡୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ-୨୦୧୫’ ଦିଆଯିବାକୁ ମନୋନୀତ କରାଯାଇଛି। ଆଜି ପୁରସ୍କାର କମିଟିର ବୈଠକରେ କିରମାନିଙ୍କୁ ଏହି ପୁରସ୍କାର ଦିଆଯିବା ନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ଏହି କମିଟିରେ ବିସିସିଆଇର ସଭାପତି ଶଶାଙ୍କ ମନୋହର, ସମ୍ପାଦକ ଅନୁରାଗ ଠାକୁର ଓ ଇଂରେଜି ଖବର କାଗଜ ‘ଦ ହିନ୍ଦୁ’ର ସମ୍ପାଦକ ଏନ.ରାମ୍ ରହିଛନ୍ତି।  ମୁମ୍ବାଇରେ ଥିବା […]

Kirmani

Rakesh Mallick
  • Published: Thursday, 24 December 2015
  • , Updated: 24 December 2015, 12:49 PM IST

ନୂଆଦିଲ୍ଲୀ: ପୂର୍ବତନ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ ସୟଦ କିରମାନିଙ୍କୁ ଗୁରୁବାର ‘ବିସିସିଆଇ ଲାଇଫ୍ ଟାଇମ୍ ଅଚିଭମେଣ୍ଟ ଆୱାର୍ଡ’ ବା ‘କର୍ଣ୍ଣେଲ.ସି.କେ ନାଇଡୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ-୨୦୧୫’ ଦିଆଯିବାକୁ ମନୋନୀତ କରାଯାଇଛି।

ଆଜି ପୁରସ୍କାର କମିଟିର ବୈଠକରେ କିରମାନିଙ୍କୁ ଏହି ପୁରସ୍କାର ଦିଆଯିବା ନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ଏହି କମିଟିରେ ବିସିସିଆଇର ସଭାପତି ଶଶାଙ୍କ ମନୋହର, ସମ୍ପାଦକ ଅନୁରାଗ ଠାକୁର ଓ ଇଂରେଜି ଖବର କାଗଜ ‘ଦ ହିନ୍ଦୁ’ର ସମ୍ପାଦକ ଏନ.ରାମ୍ ରହିଛନ୍ତି।  ମୁମ୍ବାଇରେ ଥିବା ବିସିସିଆଇ ମୁଖ୍ୟାଳୟରେ କମିଟିର ବୈଠକ ବସିଥିଲା।

ପୁରସ୍କାର ବାବଦକୁ ତାଙ୍କୁ ଗୋଟିଏ ଟ୍ରଫି, ମାନପତ୍ର ଓ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

୧୯୭୬ ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସୟଦ କିରମାନି ଟେଷ୍ଟ ଡେବ୍ୟୁ କରିଥିଲେ।  ଏହି ମ୍ୟାଚରେ ୱିକେଟ୍ କିପର ଭାବେ ତାଙ୍କର ଜଲୱା ଦେଖିବାକୁ ମିଳିଥିଲା।

Related story