ଶାହାରୁଖଙ୍କ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ: ହାରିଲେ ଟିମ୍‌ ହେବ ବିଦା

ଆଇପିଏଲର ଆଜି ଦୁଇଟି ମ୍ୟାଚ୍‌ ଖେଳାଯାଉଛି। ପ୍ରଥମ ମ୍ୟାଚ୍‌ ଇନ୍ଦୋର ଠାରେ ପଞ୍ଜାବ ଓ କେକେଆର୍‌ ମଧ୍ୟରେ ଖେଳାଯାଉଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ରାତି ୮ଟାରେ ଦିଲ୍ଲୀ ଓ ଆର୍‌ସିବି ମଧ୍ୟରେ ଖେଳାଯିବ। ଇନ୍ଦୋର ଠାରେ ଖେଳାଯାଉଥିବା ଆଇପିଏଲ୍‌ର ୪୪ତମ ମ୍ୟାଚ୍‌ରେ ପଞ୍ଜାବ ଅଧିନାୟକ ଆର୍‌ ଅଶ୍ୱିନ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆଜିର ମ୍ୟାଚ୍‌, ଉଭୟ ଟିମ୍ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି କେକେଆର୍‌ ପାଇଁ ଆଜିର ମ୍ୟାଚ୍ କର ବା […]

srk-700x400

Rakesh Mallick
  • Published: Saturday, 12 May 2018
  • , Updated: 12 May 2018, 04:00 PM IST

ଆଇପିଏଲର ଆଜି ଦୁଇଟି ମ୍ୟାଚ୍‌ ଖେଳାଯାଉଛି। ପ୍ରଥମ ମ୍ୟାଚ୍‌ ଇନ୍ଦୋର ଠାରେ ପଞ୍ଜାବ ଓ କେକେଆର୍‌ ମଧ୍ୟରେ ଖେଳାଯାଉଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ରାତି ୮ଟାରେ ଦିଲ୍ଲୀ ଓ ଆର୍‌ସିବି ମଧ୍ୟରେ ଖେଳାଯିବ। ଇନ୍ଦୋର ଠାରେ ଖେଳାଯାଉଥିବା ଆଇପିଏଲ୍‌ର ୪୪ତମ ମ୍ୟାଚ୍‌ରେ ପଞ୍ଜାବ ଅଧିନାୟକ ଆର୍‌ ଅଶ୍ୱିନ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ।

ଆଜିର ମ୍ୟାଚ୍‌, ଉଭୟ ଟିମ୍ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି କେକେଆର୍‌ ପାଇଁ ଆଜିର ମ୍ୟାଚ୍ କର ବା ମର ସ୍ଥିତି ସୃଷ୍ଟି କରିଛି। କେକେଆର୍‌ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍‌ ଖେଳି ୫ଟିରେ ଜିତି ୧୦ ଅଙ୍କ ସହ  ପଏଣ୍ଟ ଟେବୁଲରେ ୫ମ ସ୍ଥାନରେ ରହିଛି। କେକେଆର୍‌କୁ ପ୍ଲେଅଫ୍ ଖେଳିବା ପାଇଁ ବାକି ଥିବା ସମସ୍ତ ମ୍ୟାଚ୍‌ ଜିତିବାକୁ ହେବ। ଯଦି ଆଜିର ମ୍ୟାଚ ହାରୁଛି ତେବେ କେକେଆର୍‌ ପାଇଁ ପ୍ଲେଅଫ୍‌ ସ୍ୱପ୍ନ ଅଧାରେ ରହିଯିବ। ସେହିପରି ପଞ୍ଜାବ ମଧ୍ୟ ଗତ କିଛି ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ କରି ଏବେ ସଙ୍କଟରେ ପଡ଼ିଛି। ଆଇପିଏଲ୍‌ ଆରମ୍ଭରୁ ପଞ୍ଜାବ ଟିମ୍‌ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ଅନେକ ମ୍ୟାଚ୍‌ ଜିତିଥିବା ବେଳେ ଏବେ ଖରାପ ଫର୍ମ ଦେଇ ଗତି କରୁଛି। ପଞ୍ଜାବ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ରୁ ୬ଟିରେ ବିଜୟ ହାସଲ କରି ୧୨ ଅଙ୍କ ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି। ଆଜିର ମ୍ୟାଚ୍‌ ଯେଉଁ ଟିମ୍‌ ଜିତିବ ସେହି ଟିମ୍‌ ପ୍ଲେଅଫ୍‌ ନିକଟତର ହେବ।

Related story