ଧୋନୀ ‘ବାହୁବଲୀ’, ଶିଖର ‘ଗବ୍ବର’, ଜାଣନ୍ତୁ ବିରାଟ ଓ ଅନ୍ୟମାନଙ୍କ ଡାକ ନାଁ

ଭାରତୀୟ କ୍ରିକେଟ୍ ଟିମ୍‌ର ଖେଳାଳିଙ୍କ ନାମ ସବୁବେଳେ ଚର୍ଚ୍ଚାରେ ରହେ। ଆଜି ଆମେ ଆପଣଙ୍କୁ କିଛି ଭାରତୀୟ କ୍ରିକେଟ୍‌ ଖେଳାଳିଙ୍କ ‘ନିକ୍ ନେମ୍‌’ ବା ‘ଡାକ ନାମ’ ସଂପର୍କରେ କହିବୁ। -ଶିଖର ଧାୱନଙ୍କ ଡାକ ନାମ ଗବ୍ବର। ରଣଜୀ ଖେଳିବା ବେଳେ ତାଙ୍କ ସାଥୀ ଖେଳାଳିମାନେ ତାଙ୍କୁ ଦେଇଥିଲେ ଏହି ନାଁ। – ମହେନ୍ଦ୍ର ସିଂହ ଧୋନୀଙ୍କ ଡାକ ନାମ ମାହୀ। କିନ୍ତୁ ବାହୁବଲୀ ଫିଲ୍ମ ରିଲିଜ୍ ହେବା ପରଠାରୁ ତାଙ୍କ ଡାକ ନାଁ ବାହୁବଲୀ ହୋଇଯାଇଛି। […]

virat

Rakesh Mallick
  • Published: Monday, 12 June 2017
  • , Updated: 12 June 2017, 09:02 AM IST

ଭାରତୀୟ କ୍ରିକେଟ୍ ଟିମ୍‌ର ଖେଳାଳିଙ୍କ ନାମ ସବୁବେଳେ ଚର୍ଚ୍ଚାରେ ରହେ। ଆଜି ଆମେ ଆପଣଙ୍କୁ କିଛି ଭାରତୀୟ କ୍ରିକେଟ୍‌ ଖେଳାଳିଙ୍କ ‘ନିକ୍ ନେମ୍‌’ ବା ‘ଡାକ ନାମ’ ସଂପର୍କରେ କହିବୁ।

-ଶିଖର ଧାୱନଙ୍କ ଡାକ ନାମ ଗବ୍ବର। ରଣଜୀ ଖେଳିବା ବେଳେ ତାଙ୍କ ସାଥୀ ଖେଳାଳିମାନେ ତାଙ୍କୁ ଦେଇଥିଲେ ଏହି ନାଁ।

- ମହେନ୍ଦ୍ର ସିଂହ ଧୋନୀଙ୍କ ଡାକ ନାମ ମାହୀ। କିନ୍ତୁ ବାହୁବଲୀ ଫିଲ୍ମ ରିଲିଜ୍ ହେବା ପରଠାରୁ ତାଙ୍କ ଡାକ ନାଁ ବାହୁବଲୀ ହୋଇଯାଇଛି।

- ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ଡାକ ନାମ ଚିକୁ। ଛୁଆ ବେଳେ ସେ ଦେଖିବାକୁ ଗୋଲଗାଲ ଥିଲେ। ତାଙ୍କ କାନ ଦୁଇଟି ବଡ଼ ଥିଲା। ତେଣୁ ତାଙ୍କ କୋଚ୍ ଏକ କମିକ୍ସ କ୍ୟାରେକ୍ଟର ଅନୁଯାୟୀ ତାଙ୍କ ନାଁ ଚିକୁ ରଖିଥିଲେ। ପଡ଼ିଆରେ ମ୍ୟାଚ୍ ଚାଲିଥିବା ବେଳେ ଧୋନୀ ତାଙ୍କୁ ଚିକୁ ବୋଲି ଡାକନ୍ତି।

- ରବୀନ୍ଦ୍ର ଜାଡେଜାଙ୍କ ଡାକ ନାମ ଜଡ୍ଡୁ। କିନ୍ତୁ ସାଥୀ ଖେଳାଳିମାନେ ତାଙ୍କୁ ବାପୁ ଡାକନ୍ତି।

- ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଡାକ ନାମ ହେରୀ।

- ସ୍ପିନର ହରଭଜନ ସିଂହଙ୍କ ଡାକ ନାମ ସୋନୁ। କିନ୍ତୁ ଭଜି ନାଁରେ ସେ ପ୍ରସିଦ୍ଧ।

-ରବିଚନ୍ଦ୍ରନ ଅଶ୍ୱିନଙ୍କ ଡାକ ନାମ ଐଶ୍‌।

-ରୋହିତ ଶର୍ମାଙ୍କ ଡାକ ନାମ ଶାଣା। ତାଙ୍କୁ ଏହି ନାଁ ଦେଇଛନ୍ତି ଯୁବରାଜ ସିଂହ।

- ସୁରେଶ ରୈନାଙ୍କ ଡାକ ନାମ ସୋନୁ। ଘରେ ତାଙ୍କୁ ଏହି ନାଁରେ ଡକାଯାଏ। ସାଥୀ ଖେଳାଳି ବି ତାଙ୍କୁ ଏହି ନାଁରେ ଡାକନ୍ତି।

ସୌଜନ୍ୟ- ଆଜ୍‌ତକ୍‌

 

Related story