ବର୍ତ୍ତମାନ କୋହଲିଙ୍କୁ ଧୋନୀଙ୍କ ସହିତ ତୁଳନା କରାଯିବା ଉଚିତ୍ ନୁହେଁ: କପିଳ ଦେବ

ଜୟପୁର: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବର୍ତ୍ତମାନ ଭାରତୀୟ ଦିନିକିଆ ଟିମର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହିତ ତୁଳନା କରାଯାଇପାରିବ ନାହିଁ। ଏଭଳି ତୁଳନା ଖୁବଶୀଘ୍ର ହୋଇଯିବ। ଏପରି ତୁଳନା କରିବା ପୂର୍ବରୁ ବିରାଟଙ୍କୁ ଆହୁରି କିଛି ମ୍ୟାଚ୍ ଖେଳିବା ପରେ ଯାଇ କରାଯିବା ଉଚିତ୍। ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଳ ଦେବ ଏ କଥା କହିଛନ୍ତି। କପିଲ କହିଛନ୍ତି, ବାପ୍ ବାପ୍ ହୋତା ହୈ ଔର ବେଟା ବେଟା ହୋତା […]

kapildev

Rakesh Mallick
  • Published: Tuesday, 03 November 2015
  • , Updated: 03 November 2015, 11:57 AM IST

ଜୟପୁର: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବର୍ତ୍ତମାନ ଭାରତୀୟ ଦିନିକିଆ ଟିମର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହିତ ତୁଳନା କରାଯାଇପାରିବ ନାହିଁ। ଏଭଳି ତୁଳନା ଖୁବଶୀଘ୍ର ହୋଇଯିବ। ଏପରି ତୁଳନା କରିବା ପୂର୍ବରୁ ବିରାଟଙ୍କୁ ଆହୁରି କିଛି ମ୍ୟାଚ୍ ଖେଳିବା ପରେ ଯାଇ କରାଯିବା ଉଚିତ୍। ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଳ ଦେବ ଏ କଥା କହିଛନ୍ତି।

କପିଲ କହିଛନ୍ତି, ବାପ୍ ବାପ୍ ହୋତା ହୈ ଔର ବେଟା ବେଟା ହୋତା ହୈ। ବରାଟ କୋହଲିଙ୍କ ଅଧିନାୟକ ଶୈଳୀକୁ ଧୋନୀଙ୍କ ଅଧିନାୟକ ଶୈଳୀ ସହିତ ବର୍ତ୍ତମାନ ତୁଳନା କରିବା ଉଚିତ୍ ନୁହେଁ। କୋହଲି ନୂଆ ନୂଆ ଅଧିନାୟକ ଭାର ସମ୍ଭାଳିଛନ୍ତି। ତାଙ୍କୁ ଆହୁରି ବହୁତ ମ୍ୟାଚ୍ ଖେଳିବାର ଅଛି। ଟେଷ୍ଟରେ ଅଧିନାୟକତ୍ୱ ଇନିଂସ ବି ଦେଖାଇବାର ଅଛି। ତା’ପରେ ଯାଇ ତାଙ୍କୁ ଧୋନୀଙ୍କ ସହିତ ତୁଳନା କରାଯାଇପାରେ।

ସେ ଆହୁରି ମଧ୍ୟ କହିଛନ୍ତି, କୋହଲି ଜଣେ ବଢ଼ିଆ ବ୍ୟାଟ୍ସମ୍ୟାନ୍। ଭାରତର ଅଧିନାୟକ ଭାବେ ମଧ୍ୟ ସେ ସଫଳ ହେବେ ବୋଲି ଆଶା ରହିଛି।

Related story