ଚିନ୍ତା ବଢାଇଲା କୋହଲି-କୁମ୍ବେଲ ତୁ ତୁ ମେଁ ମେଁ! ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଟିମ୍‌ରେ ବିବାଦ?

ମୁମ୍ବାଇ: ଆଜିକାଲି ଟିମ୍‌ ଇଣ୍ଡିଆରେ ସବୁ କିଛି ଠିକ୍‌ ଚାଲିନାହିଁ। ଟିମ୍‌ର ଅଧିନାୟକ ବିରାଟ କୋହଲି ଓ କୋଚ୍‌ ଅନୀଲ କୁମ୍ବଲେଙ୍କ ମଧ୍ୟରେ ବିବାଦ ରହିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏବେ ଟିମ୍‌ର ସଫଳତା ନେଇ ଆଶଙ୍କା ଦେଖାଦେଇଛି। ଆସନ୍ତାକାଲିଠାରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେଉଥିବା ବେଳେ ୩ଦିନ ପରେ ଭାରତ ତାର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ସହ ଖେଳିବାକୁ ପଡିଆକୁ ଓହ୍ଲାଇବ। ଏଭଳି ସ୍ଥଳେ ଟିମ୍‌ରେ ଗୁରୁତ୍ୱପୂର୍ଣ୍ଣ ପଦିବୀରେ ରହିଥିବା ଏହି […]

virat

Rakesh Mallick
  • Published: Wednesday, 31 May 2017
  • , Updated: 31 May 2017, 04:34 PM IST

ମୁମ୍ବାଇ: ଆଜିକାଲି ଟିମ୍‌ ଇଣ୍ଡିଆରେ ସବୁ କିଛି ଠିକ୍‌ ଚାଲିନାହିଁ। ଟିମ୍‌ର ଅଧିନାୟକ ବିରାଟ କୋହଲି ଓ କୋଚ୍‌ ଅନୀଲ କୁମ୍ବଲେଙ୍କ ମଧ୍ୟରେ ବିବାଦ ରହିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏବେ ଟିମ୍‌ର ସଫଳତା ନେଇ ଆଶଙ୍କା ଦେଖାଦେଇଛି। ଆସନ୍ତାକାଲିଠାରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେଉଥିବା ବେଳେ ୩ଦିନ ପରେ ଭାରତ ତାର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ସହ ଖେଳିବାକୁ ପଡିଆକୁ ଓହ୍ଲାଇବ। ଏଭଳି ସ୍ଥଳେ ଟିମ୍‌ରେ ଗୁରୁତ୍ୱପୂର୍ଣ୍ଣ ପଦିବୀରେ ରହିଥିବା ଏହି ଦୁଇଜଣଙ୍କ ମଧ୍ୟରେ ବିବାଦକୁ ଟିମ୍‌ ମେମ୍ବରଙ୍କ ଠାରୁ ଆରମ୍ଭ କରି କ୍ରିକେଟ୍‌ପ୍ରେମୀ କେହି ସହଜରେ ହଜମ କରି ପାରୁନାହାଁନ୍ତି। ସୂଚନା ଅନୁସାରେ ଅଧିନାୟକ ବିରାଟ, କୁମ୍ବଲେଙ୍କ କୋଚିଂରେ ସନ୍ତୁଷ୍ଠ ନଥିବା ବେଳେ ବିସିସିଆଇ ନିକଟରେ ଏନେଇ ଜଣାଇଛନ୍ତି। ତେବେ ଏଭଳି ଖବର ମିଡିଆରେ ଆସିବା ପରେ ଟିମ୍‌ର ସନ୍ତୁଳନ ଏବେ ସାମାନ୍ୟ ବିଗିଡିଯାଇଥିବା ଜଣାପଡିଛି। ଅନ୍ୟପଟେ କୁମ୍ବଲେ ଓ ବିରାଟଙ୍କ ଭିତରେ ସେମିତି କିଛି ମତାନ୍ତର ନ ଥିବା ବେଳେ ଟିମରେ ସବୁ କିଛି ଠିକ୍‌ଠାକ୍‌ ଚାଲିଥିବା ନେଇ ଟିମ୍‌ ପକ୍ଷରୁ କୁହାଯାଇଛି।

Related story