ଡିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କ୍ରିକେଟ୍‌ ଇତିହାସରେ ସବୁଠୁ କମ୍‌ ମ୍ୟାଚ୍‌ ଖେଳି ୯୦୦୦ ରନ ପୁରଣ କରିଛନ୍ତି। ସେ ୯ ହଜାର ରନ ପୁରଣ କରିବାର ପ୍ରଥମ ବ୍ୟାଟ୍ସମ୍ୟାନ ଯିଏ ଖୁବ୍ କମ ମ୍ୟାଚ୍ ଖେଳି ଏହି ସଫଳତା ପାଇଛନ୍ତି। ଏହି ବିଜୟ ସହ ସେ ଡିଭିଲିୟର୍ସଙ୍କ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି। କାନପୁର ଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ କୋହଲି ଏକ ଶତକୀୟ ପାଳି ଖେଳିଛନ୍ତି। ଏହି […]

555_1509272388_618x347

Rakesh Mallick
  • Published: Sunday, 29 October 2017
  • , Updated: 29 October 2017, 05:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କ୍ରିକେଟ୍‌ ଇତିହାସରେ ସବୁଠୁ କମ୍‌ ମ୍ୟାଚ୍‌ ଖେଳି ୯୦୦୦ ରନ ପୁରଣ କରିଛନ୍ତି। ସେ ୯ ହଜାର ରନ ପୁରଣ କରିବାର ପ୍ରଥମ ବ୍ୟାଟ୍ସମ୍ୟାନ ଯିଏ ଖୁବ୍ କମ ମ୍ୟାଚ୍ ଖେଳି ଏହି ସଫଳତା ପାଇଛନ୍ତି। ଏହି ବିଜୟ ସହ ସେ ଡିଭିଲିୟର୍ସଙ୍କ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି। କାନପୁର ଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ କୋହଲି ଏକ ଶତକୀୟ ପାଳି ଖେଳିଛନ୍ତି। ଏହି ଶତକ ତାଙ୍କ ଜୀବନର ୩୨ତମ ଶତକ। ଏହି ପାଳିରେ ସେ ଯେତେବେଲେ ୮୩ ରନ କରିଥିଲେ ସେତେବେଳେ ଦିନିକିଆ କ୍ରିକେଟ୍‌ରେ ୯୦୦୦ ରନ୍‌ ପୁରଣ କରିଥିଲେ। କୋହଲି ୨୦୨ ମ୍ୟାଚ୍‌ରେ ୯୦୦୦ ରନ୍‌ ପୁରଣ କରିଥିବା ବେଳେ ଡିଭିଲିୟର୍ସ ୨୧୪ ମ୍ୟାଚ୍‌ ଖେଳି ୯ହଜାର ରନ୍‌ ପୁରଣ କରିଥିଲେ। ଏହି ଲିଷ୍ଟରେ ସୌରଭ ଗାଙ୍ଗୁଲି ତୃତୀୟ ଓ ସଚିନ ୪ର୍ଥ ସ୍ଥାନରେ ଅଛନ୍ତି।

Related story