ରୋମାଞ୍ଚକର ସ୍ଥିତିରେ କୋଲକାତା ଟେଷ୍ଟ: ଭାରତର ବ୍ୟାଟିଂ ଫେଲ୍‌ ପରେ ବୋଲିଂ ବି କାମ କଲାନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଚାଲିଥିବା ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ଏବେ ରୋମାଞ୍ଚକର ସ୍ଥିତିରେ। ତୃତୀୟ ଦିନ ଖେଳ ଶେଷସୁଦ୍ଧା ଦୃଢ ସ୍ଥିତିରେ ପହଞ୍ଚିଛି ଶ୍ରୀଲଙ୍କା ଦଳ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୪ ଓ୍ୱିକେଟ ହରାଇ ସଂଗ୍ରହ କରିଛି ୧୬୫ ରନ। ହାତରେ ୬ଟି ଓ୍ୱିକେଟ ବାକିଥାଇ ଶ୍ରୀଲଙ୍କା ମାତ୍ର ଭାରତ ଠାରୁ ୭ ରନ ପଛରେ ରହିଛି। ଦଳ ପକ୍ଷରୁ ପୂର୍ବତନ ଅଧିନାୟକ ମାଥ୍ୟୁସ୍ ଏବଂ […]

2017photo-prashant-sportzpics-gardens-celebrates-november-thirimanne_3ea323ee-cc47-11e7-869c-1f24c33974c8

Rakesh Mallick
  • Published: Saturday, 18 November 2017
  • , Updated: 18 November 2017, 06:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଚାଲିଥିବା ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ଏବେ ରୋମାଞ୍ଚକର ସ୍ଥିତିରେ। ତୃତୀୟ ଦିନ ଖେଳ ଶେଷସୁଦ୍ଧା ଦୃଢ ସ୍ଥିତିରେ ପହଞ୍ଚିଛି ଶ୍ରୀଲଙ୍କା ଦଳ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୪ ଓ୍ୱିକେଟ ହରାଇ ସଂଗ୍ରହ କରିଛି ୧୬୫ ରନ। ହାତରେ ୬ଟି ଓ୍ୱିକେଟ ବାକିଥାଇ ଶ୍ରୀଲଙ୍କା ମାତ୍ର ଭାରତ ଠାରୁ ୭ ରନ ପଛରେ ରହିଛି। ଦଳ ପକ୍ଷରୁ ପୂର୍ବତନ ଅଧିନାୟକ ମାଥ୍ୟୁସ୍ ଏବଂ ଲାହିରୁ ଥିରିମାନେ ଅର୍ଦ୍ଧଶତକ କରିଛନ୍ତି। ଚାନ୍ଦିମାଲ ୧୩ ରନ ଏବଂ ଓ୍ୱିକେଟ କିପର ଡିକେଓ୍ୱଲା ୧୪ ରନ କରି ଅପରାଜିତ ଅଛନ୍ତି।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଏବଂ ଉମେଶ ଯାଦବ ଉଭୟ ୨ଟି ଲେଖାଏଁ ଓ୍ୱିକେଟ ହାସଲ କରିଛନ୍ତି। ପୂର୍ବରୁ ଭାରତ ପକ୍ଷରୁ ନିମ୍ନଭାଗ ଖେଳାଳିଙ୍କ ଉପଯୋଗୀ ଅବଦାନ ଫଳରେ ଦଳର ସ୍କୋର ୧୭୨ ରନରେ ପହଞ୍ଚିଥିଲା। ଭାରତ ପକ୍ଷରୁ ପୂଜାରା ସର୍ବାଧିକ ୫୨ ରନ କରି ଆଉଟ୍ ହୋଇଥିଲେ।

Related story