ଓଡ଼ିଶା ପୋଲିସ ଫୁଟବଲ ଚାମ୍ପିୟନସିପ୍‌ ଉଦ୍‌ଯାପିତ: କୋରାପୁଟ ଜିଲ୍ଲା ପୋଲିସ ବିଜୟୀ

ଝାରସୁଗୁଡା: ୭୬ତମ  ଓଡ଼ିଶା ପୋଲିସ ଫୁଟବଲ ଚାମ୍ପିୟନସିପ ଉଦଯାପିତ ହୋଇଯାଇଛି। ଝାରସୁଗୁଡା ଜିଲ୍ଲା ୨ୟ ବାଟାଲିୟନ ଖେଳପଡିଆରେ ଚାଲିଥିବା ଏହି ପ୍ରତିଯୋଗିତାରେ କୋରାପୁଟ୍ ଜିଲ୍ଲା ପୋଲିସ ବିଜୟୀ ହୋଇଛି। ମ୍ୟାଚରେ ଝାରସୁଗୁଡା ୨ୟ ବାଟାଲିୟନ ଓ କୋରାପୁଟ୍ ଜିଲ୍ଲା ପୋଲିସ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଏଥିରେ ଝାରସୁଗୁଡା ଟିମକୁ ହରାଇ କୋରାପୁଟ ପୋଲିସ ଟିମ ଚାମ୍ପିୟନ ହୋଇଛି। ଉଦଯାପନୀ ଦିବସରେ ଏଡିଜି ବି ରାଧିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ୍ ଟିମକୁ ଟ୍ରଫି […]

jharsuguda football match

Rakesh Mallick
  • Published: Sunday, 06 August 2017
  • , Updated: 06 August 2017, 07:49 PM IST

ଝାରସୁଗୁଡା: ୭୬ତମ  ଓଡ଼ିଶା ପୋଲିସ ଫୁଟବଲ ଚାମ୍ପିୟନସିପ ଉଦଯାପିତ ହୋଇଯାଇଛି। ଝାରସୁଗୁଡା ଜିଲ୍ଲା ୨ୟ ବାଟାଲିୟନ ଖେଳପଡିଆରେ ଚାଲିଥିବା ଏହି ପ୍ରତିଯୋଗିତାରେ କୋରାପୁଟ୍ ଜିଲ୍ଲା ପୋଲିସ ବିଜୟୀ ହୋଇଛି। ମ୍ୟାଚରେ ଝାରସୁଗୁଡା ୨ୟ ବାଟାଲିୟନ ଓ କୋରାପୁଟ୍ ଜିଲ୍ଲା ପୋଲିସ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଏଥିରେ ଝାରସୁଗୁଡା ଟିମକୁ ହରାଇ କୋରାପୁଟ ପୋଲିସ ଟିମ ଚାମ୍ପିୟନ ହୋଇଛି। ଉଦଯାପନୀ ଦିବସରେ ଏଡିଜି ବି ରାଧିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ୍ ଟିମକୁ ଟ୍ରଫି ପ୍ରଦାନ କରିଥିଲେ।

Related story