କେପିଏଲ୍ ମ୍ୟାଚ୍ ଫିକ୍ସିଂ: ସବୁ ଫ୍ରାଞ୍ଚାଇଜିକୁ ନୋଟିସ୍ ଜାରି କଲା ବେଙ୍ଗାଲୁରୁ ପୁଲିସ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକ ପ୍ରିମିୟର୍ ଲିଗ୍ (କେପିଏଲ୍‌) ସ୍ପଟ୍ ଫିକ୍ସିଂ ଏବଂ ମ୍ୟାଚ୍ ଫିକ୍ସିଂ ମାମଲାରେ ବେଙ୍ଗାଲୁରୁ ପୁଲିସ୍ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (କେଏସସିଏ) ଏବଂ ସମସ୍ତ କେପିଏଲ୍ ଟିମ୍ ଫ୍ରାଞ୍ଚାଇଜିକୁ ନୋଟିସ୍ ଜାରି କରିଛି। ନୋଟିସରେ ୧୮ ପ୍ରଶ୍ନ ବିଶିଷ୍ଟ ଏକ ସେଟ୍ ଅଛି ଏବଂ ପୁଲିସ୍ ସମସ୍ତଙ୍କୁ ନିର୍ଦ୍ଧାରିତ ସମୟ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ ନେଇଛି। ବେଙ୍ଗାଲୁରୁ ଯୁଗ୍ମ କମିଶନର (ଅପରାଧ) ସନ୍ଦୀପ ପାଟିଲ୍ କହିଛନ୍ତି, ତଦନ୍ତରେ ଆମକୁ କିଛି ଟିମ୍ ମାଲିକ […]

kpl1

Ranjit Kumar Jena
  • Published: Tuesday, 19 November 2019
  • , Updated: 19 November 2019, 06:41 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ପ୍ରିମିୟର୍ ଲିଗ୍ (କେପିଏଲ୍‌) ସ୍ପଟ୍ ଫିକ୍ସିଂ ଏବଂ ମ୍ୟାଚ୍ ଫିକ୍ସିଂ ମାମଲାରେ ବେଙ୍ଗାଲୁରୁ ପୁଲିସ୍ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (କେଏସସିଏ) ଏବଂ ସମସ୍ତ କେପିଏଲ୍ ଟିମ୍ ଫ୍ରାଞ୍ଚାଇଜିକୁ ନୋଟିସ୍ ଜାରି କରିଛି। ନୋଟିସରେ ୧୮ ପ୍ରଶ୍ନ ବିଶିଷ୍ଟ ଏକ ସେଟ୍ ଅଛି ଏବଂ ପୁଲିସ୍ ସମସ୍ତଙ୍କୁ ନିର୍ଦ୍ଧାରିତ ସମୟ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ ନେଇଛି।

ବେଙ୍ଗାଲୁରୁ ଯୁଗ୍ମ କମିଶନର (ଅପରାଧ) ସନ୍ଦୀପ ପାଟିଲ୍ କହିଛନ୍ତି, ତଦନ୍ତରେ ଆମକୁ କିଛି ଟିମ୍ ମାଲିକ ଏବଂ କୋଚଙ୍କ ଭୂମିକା ଥିବା ଜଣାପଡ଼ିଛି, ଏଥିପାଇଁ କେଏସସିଏ ଏବଂ ସବୁ କେପିଏଲ୍ ଟିମ୍ ମ୍ୟାନେଜମେଣ୍ଟକୁ ନୋଟିସ୍ ଜାରି କରାଯାଇଛି । ନୋଟିସରେ ୧୮ ପଏଣ୍ଟ ଅଛି, ଯାହାର ଜବାବ ସେମାନଙ୍କୁ ଦେବାକୁ ପଡ଼ିବ। ୨୦୧୯ ସିଜନରେ କେପିଏଲରେ ଭାଗ ନେଇଥିବା ସବୁ ୭ ଟିମକୁ ନୋଟିସ୍ ଜାରି ହୋଇଛି।

ଏହା ପୂର୍ବରୁ କେପିଏଲ ବେଲାରୀ ଟିମ୍ କ୍ୟାପଟେନ୍‌ ସିଏମ ଗୌତମ ଓ ଅବରାର କାଜିଙ୍କୁ ପୁଲିସ୍ ଗିରଫ କରିଥିଲା। ଦୁଇ କ୍ରିକେଟରଙ୍କ ଉପରେ ହୁବଲୀ ଓ ବେଲାରୀ ମଧ୍ୟରେ କେପିଏଲ୍ ଫାଇନାଲ୍ ମ୍ୟାଚରେ ସ୍ପଟ୍ ଫିକ୍ସିଂ କରିଥିବା ଅଭିଯୋଗ ରହିଥିଲା। ୩୩ ବର୍ଷୀୟ ଗୌତମ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି), ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଆଇପିଏଲରେ ଖେଳିସାରିଛନ୍ତି। ତେବେ ଅବରାର କେବଳ ରଣଜୀ ଟ୍ରଫି ଖେଳିଛନ୍ତି।

Related story