ପନ୍ତଙ୍କ ବ୍ୟାକଅପ୍ ଭାବେ ଭରତ ଟିମରେ ସାମିଲ୍‌

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ୱିକେଟକିପର ବ୍ୟାଟ୍ସମ୍ୟାନ୍ କେଏସ୍ ଭରତଙ୍କୁ ଋଷଭ ପନ୍ତଙ୍କ ବ୍ୟାକଅପ୍ ଭାବେ ଶୁକ୍ରବାର ଭାରତୀୟ ଦଳରେ ସାମିଲ୍ କରାଯାଇଛି। ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନଥିବା ଭରତ ୭୪ ପ୍ରଥମଶ୍ରେଣୀ ମ୍ୟାଚରେ ୪୧୪୩ ରନ୍ କରିଛନ୍ତି। ଟି-୨୦ରେ ତାଙ୍କର ଷ୍ଟ୍ରାଇକରେଟ୍ ୧୦୦ରୁ ଅଧିକ ରହିଛି। ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି, ଅଲ୍ ଇଣ୍ଡିଆ ସିନିୟର୍ ଚୟନ କମିଟି ରାଜକୋଟରେ ଦ୍ୱିତୀୟ ଦିନିକିଆ ପାଇଁ ଭରତଙ୍କୁ ଟିମରେ ଚୟନ କରିଛି। ସଞ୍ଜୁ ସାମସନ୍ ଓ ଇଶାନ୍ […]

bharat

Ranjit Kumar Jena
  • Published: Friday, 17 January 2020
  • , Updated: 17 January 2020, 04:34 PM IST

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ୱିକେଟକିପର ବ୍ୟାଟ୍ସମ୍ୟାନ୍ କେଏସ୍ ଭରତଙ୍କୁ ଋଷଭ ପନ୍ତଙ୍କ ବ୍ୟାକଅପ୍ ଭାବେ ଶୁକ୍ରବାର ଭାରତୀୟ ଦଳରେ ସାମିଲ୍ କରାଯାଇଛି। ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନଥିବା ଭରତ ୭୪ ପ୍ରଥମଶ୍ରେଣୀ ମ୍ୟାଚରେ ୪୧୪୩ ରନ୍ କରିଛନ୍ତି। ଟି-୨୦ରେ ତାଙ୍କର ଷ୍ଟ୍ରାଇକରେଟ୍ ୧୦୦ରୁ ଅଧିକ ରହିଛି।

ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି, ଅଲ୍ ଇଣ୍ଡିଆ ସିନିୟର୍ ଚୟନ କମିଟି ରାଜକୋଟରେ ଦ୍ୱିତୀୟ ଦିନିକିଆ ପାଇଁ ଭରତଙ୍କୁ ଟିମରେ ଚୟନ କରିଛି। ସଞ୍ଜୁ ସାମସନ୍ ଓ ଇଶାନ୍ କିଷନ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡରେ ଭାରତ-ଏ ଟିମ୍ ସହ ଅଛନ୍ତି। ଏହି କାରଣରୁ ଚୟନକମିଟି ଭରତଙ୍କୁ ବ୍ୟାକଅପ୍ ୱିକେଟକିପର ଭାବେ ଚୟନ କରିଛି।

ପନ୍ତଙ୍କୁ ରିହ୍ୟାବିଲିଟେଶନ୍ ପାଇଁ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ପଠାଇ ଦିଆଯାଇଛି। ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ହେଲମେଟରେ ବଲ୍ ବାଜିବା କାରଣରୁ ପନ୍ତ ଆହତ ହୋଇଥିଲେ।

Related story