ବାଇକରୁ ଗଳି ପଡ଼ିଲେ ଏହି ଶ୍ରୀଲଙ୍କା କ୍ରିକେଟର୍, ଦେଖନ୍ତୁ ଭିଡିଓ

କଲମ୍ବୋ: ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଶ୍ରୀଲଙ୍କାର ଯୁବ ଟିମ୍ ବିଜୟଧାରାକୁ ଫେରିଛି। ଇଂଲଣ୍ଡରେ ଖେଳାଯାଇଥିବା ଆଇସିସି ବିଶ୍ୱକପରେ ଟିମ୍ ଲିଗ୍ ପର୍ଯ୍ୟାୟରେ ଷଷ୍ଠ ସ୍ଥାନରେ ରହିଥିଲା ଏବଂ ସେମିଫାଇନାଲକୁ କ୍ୱାଲିଫାଏ କରିପାରିନଥିଲା। ବିଶ୍ୱକପର ଖରାପ ପ୍ରଦର୍ଶନ ପରେ ପରେ ଶ୍ରୀଲଙ୍କାକୁ ସମାଲୋଚନା କରାଯାଉଥିଲା। କିନ୍ତୁ ବାଂଲାଦେଶ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ କ୍ଲିନସୁଇପ୍ କରି ଶ୍ରୀଲଙ୍କା ସମାଲୋଚକଙ୍କୁ ଜବାବ ଦେଇଛି। WATCH: Kusal Mendis suffers a nasty bike accident after series […]

kusal

Ranjit Kumar Jena
  • Published: Friday, 02 August 2019
  • , Updated: 02 August 2019, 05:21 PM IST

କଲମ୍ବୋ: ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଶ୍ରୀଲଙ୍କାର ଯୁବ ଟିମ୍ ବିଜୟଧାରାକୁ ଫେରିଛି। ଇଂଲଣ୍ଡରେ ଖେଳାଯାଇଥିବା ଆଇସିସି ବିଶ୍ୱକପରେ ଟିମ୍ ଲିଗ୍ ପର୍ଯ୍ୟାୟରେ ଷଷ୍ଠ ସ୍ଥାନରେ ରହିଥିଲା ଏବଂ ସେମିଫାଇନାଲକୁ କ୍ୱାଲିଫାଏ କରିପାରିନଥିଲା। ବିଶ୍ୱକପର ଖରାପ ପ୍ରଦର୍ଶନ ପରେ ପରେ ଶ୍ରୀଲଙ୍କାକୁ ସମାଲୋଚନା କରାଯାଉଥିଲା। କିନ୍ତୁ ବାଂଲାଦେଶ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ କ୍ଲିନସୁଇପ୍ କରି ଶ୍ରୀଲଙ୍କା ସମାଲୋଚକଙ୍କୁ ଜବାବ ଦେଇଛି।

ସିରିଜର ତୃତୀୟ ମ୍ୟାଚ୍ କଲମ୍ବୋର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମୁକାବିଲାକୁ ଶ୍ରୀଲଙ୍କା ୧୨୨ ରନରେ ଜିତି ନେଇଥିଲା। ତେବେ ଏହି ବିଜୟର ଖୁସି ମନାଇବା ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ କୁଶଲ ମେଣ୍ଡିସଙ୍କୁ ମହଙ୍ଗା ପଡ଼ିଛି।

ମ୍ୟାଚ୍ ଶେଷ ହେବା ପରେ ମେଣ୍ଡିସ୍ ଓ ଶେହାନ୍ ଜୟସୁରିୟା ବାଇକରେ ଗ୍ରାଉଣ୍ଡ ବୁଲିଥିଲେ। ଏହା ମଧ୍ୟରେ ଦୁହେଁ ନିୟନ୍ତ୍ରଣ ହରାଇ ବସିଥିଲେ ଏବଂ ବାଇକ୍ ସହ ତଳେ ପଡ଼ିଯାଇଥିଲେ। ତଳେ ପଡ଼ିବା ମାତ୍ରକେ ସୁରକ୍ଷାକର୍ମୀ ତୁରନ୍ତ ଦୁଇ ଖେଳାଳିଙ୍କୁ ଉଠାଇବା ପାଇଁ ସାହାଯ୍ୟ କରିଥିଲେ। ତେବେ ଖୁସି ଖବର ଯେ, ଦୁଇ ଖେଳାଳିଙ୍କୁ କୌଣସି ଆଘାତ ଲାଗିନାହିଁ। ଏହି ମ୍ୟାଚରେ ମେଣ୍ଡିସ୍ ୫୮ ବଲରେ ୫୪ ରନର ଇନିଂସ୍ ଖେଳିଥିଲେ।

Related story