ଭାରତୀୟ କ୍ରିକେଟ୍‌ର ଲେଡି ତେନ୍ଦୁଲକର: ୧୬୦ ବଲ୍‌ରେ କଲେ ୨୦୨ ରନ୍, ବୟସ କେତେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମୁମ୍ବାଇ: ଭାରତର ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହେୱାଗ, ଓ ରୋହିତ ଶର୍ମାଙ୍କ ଭଳି ଖେଳାଳି ଦିନିକିଆ ମ୍ୟାଚରେ ୨୦୦ ରନ୍ କରିବାର ଗୌରବ ଅର୍ଜନ କରି ସାରିଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି ବଡ଼ ବ୍ୟଟ୍‌ସମ୍ୟାନ ଏହି ରେକର୍ଡ କରିପାରି ନଥିବା ବେଳେ ଏହା କରି ଦେଖାଇଛନ୍ତି ଜଣେ ୧୬ ବର୍ଷିୟା ବାଳିକା କ୍ରିକେଟ ଖେଳାଳି ଜେମିମା ରୋଡ୍ରିଗ୍‌ସ। ମୁମ୍ବାଇର ଔରଙ୍ଗାବାଦରେ ଚାଲିଥିବା ଅଣ୍ଡର ନାଇଣ୍ଟିନ୍ କ୍ରିକେଟ ମ୍ୟାଚ୍‌ରେ ଜିମେମା ଏହି ରେକର୍ଡ କରିଛନ୍ତି। ସେ ମୁମ୍ବାଇ […]

jemima

Rakesh Mallick
  • Published: Monday, 06 November 2017
  • , Updated: 06 November 2017, 10:13 PM IST

ମୁମ୍ବାଇ: ଭାରତର ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହେୱାଗ, ଓ ରୋହିତ ଶର୍ମାଙ୍କ ଭଳି ଖେଳାଳି ଦିନିକିଆ ମ୍ୟାଚରେ ୨୦୦ ରନ୍ କରିବାର ଗୌରବ ଅର୍ଜନ କରି ସାରିଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି ବଡ଼ ବ୍ୟଟ୍‌ସମ୍ୟାନ ଏହି ରେକର୍ଡ କରିପାରି ନଥିବା ବେଳେ ଏହା କରି ଦେଖାଇଛନ୍ତି ଜଣେ ୧୬ ବର୍ଷିୟା ବାଳିକା କ୍ରିକେଟ ଖେଳାଳି ଜେମିମା ରୋଡ୍ରିଗ୍‌ସ।

ମୁମ୍ବାଇର ଔରଙ୍ଗାବାଦରେ ଚାଲିଥିବା ଅଣ୍ଡର ନାଇଣ୍ଟିନ୍ କ୍ରିକେଟ ମ୍ୟାଚ୍‌ରେ ଜିମେମା ଏହି ରେକର୍ଡ କରିଛନ୍ତି। ସେ ମୁମ୍ବାଇ ପକ୍ଷରୁ ସୌରାଷ୍ଟ୍ର ଦଳ ବିରୋଧରେ ଖେଳି ମାତ୍ର ୧୬୦ ବଲରେ ଧୂଆଁଧାର ବ୍ୟାଟିଂ ଜରିଆରେ ୨୦୨ ରନ କରିଥିଲେ। ଏପରି କରି ଅଣ୍ଡର ନାଇଣ୍ଟିନ ମହିଳା କ୍ରିକେଟ ଜଗତରେ ସେ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଜିମେମାଙ୍କୁ ମାତ୍ର ୧୩ ବର୍ଷ ବୟସରୁ ଅଣ୍ଡର ନାଇଣ୍ଟିନ୍‌ କ୍ରିକେଟ ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳିଥିଲା।

ଅଣ୍ଡର ନାଇଣ୍ଟିନ୍‌ରେ ଏହି ଡାହାଣ ହାତି ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂ ଆଭରେଜ ୩୦୦ ରହିଛି। ଅତି କମ୍ ବୟସରୁ କ୍ରିକେଟ ଖେଳ ଆରମ୍ଭ କରିଥିବା ଜିମେମା, ବୋଲର୍ ହିସାବରେ କ୍ରିକେଟ ଦଳରେ ସାମିଲ୍ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବ୍ୟାଟର ଯାଦୁ ଦେଖାଇ ସେ ଜଣେ ସଫଳ ବ୍ୟାଟ୍‌ସମ୍ୟାନ୍ ପାଲଟି ଗଲେଣି। ଜେମିମାଙ୍କ କାହାଣୀ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ କ୍ରିକେଟ୍ ଜୀବନ ସହ ମିଶି ଯାଉଥିବାରୁ ତାଙ୍କ ଭବିଷ୍ୟତ ଉଜ୍ୱଳ ବୋଲି କ୍ରିକେଟ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି।

Related story