ଫିଫା ବିଶ୍ୱକପ୍: ନକ୍ଆଉଟ୍ ପର୍ଯ୍ୟାୟ ପାଇଁ ଅଡ଼ୁଆ ସ୍ଥିତିରେ ଏବେ ଶକ୍ତିଶାଳୀ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକଆଉଟ ପାଇଁ ଜୋରଦାର ଟକ୍କର। ଲଢେଇରେ ଜିତିଲେ ମିଳିବ ପ୍ରି-କ୍ୱାର୍ଟର ଟିକଟ୍‌।  ରୋଚକ ସ୍ଥିତିରେ ଥିବା ଗ୍ରୁପ-ଇର ଶେଷ ଲିଗ ମୁକାବିଲା। ତେବେ ନଜର ୫ ଥରର ବିଶ୍ୱ ଚାମ୍ପିୟାନ ବ୍ରାଜିଲ ଏବଂ ସର୍ବିଆ ମଧ୍ୟରେ ହେବାକୁ ଥିବା ମ୍ୟାଚ ଉପରେ। ସର୍ବିଆକୁ ହରାଇବା ବ୍ରାଜିଲ ପକ୍ଷରେ ସହଜ ନୁହେଁ। ବ୍ରାଜିଲ ଦଳର ଷ୍ଟ୍ରାଇକର ଫର୍ମରେ ଥିଲେ ମଧ୍ୟ ରକ୍ଷଣ ଭାଗରେ କିଛି ତ୍ରୁଟି ରହିଛି। ବ୍ରାଜିଲ୍ କୋଚ୍ ଟାଇଟ ମଧ୍ୟ ଦଳକୁ ସତର୍କବାଣୀ […]

gvsb

Rakesh Mallick
  • Published: Wednesday, 27 June 2018
  • , Updated: 27 June 2018, 06:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକଆଉଟ ପାଇଁ ଜୋରଦାର ଟକ୍କର। ଲଢେଇରେ ଜିତିଲେ ମିଳିବ ପ୍ରି-କ୍ୱାର୍ଟର ଟିକଟ୍‌।  ରୋଚକ ସ୍ଥିତିରେ ଥିବା ଗ୍ରୁପ-ଇର ଶେଷ ଲିଗ ମୁକାବିଲା। ତେବେ ନଜର ୫ ଥରର ବିଶ୍ୱ ଚାମ୍ପିୟାନ ବ୍ରାଜିଲ ଏବଂ ସର୍ବିଆ ମଧ୍ୟରେ ହେବାକୁ ଥିବା ମ୍ୟାଚ ଉପରେ। ସର୍ବିଆକୁ ହରାଇବା ବ୍ରାଜିଲ ପକ୍ଷରେ ସହଜ ନୁହେଁ। ବ୍ରାଜିଲ ଦଳର ଷ୍ଟ୍ରାଇକର ଫର୍ମରେ ଥିଲେ ମଧ୍ୟ ରକ୍ଷଣ ଭାଗରେ କିଛି ତ୍ରୁଟି ରହିଛି। ବ୍ରାଜିଲ୍ କୋଚ୍ ଟାଇଟ ମଧ୍ୟ ଦଳକୁ ସତର୍କବାଣୀ ଦେଇସାରିଛନ୍ତି। ତିନ ମାସ ପରେ ଦଳକୁ ଫେରିଥିବା ନିଏମାରଙ୍କ ଉପରେ ସବୁକିଛି ନିର୍ଭର। ତେବେ ବ୍ରାଜିଲ ଦଳ ଅପରାଜଜେୟ ରହିଥିବାରୁ ଦଳର ମନୋବଳ ଉଚ୍ଚରେ ରହିଛି। ସେହିପରି ଦଳରେ ଅଛନ୍ତି ନିଏମାର, କୋଟିନୋ ଭଳି ଷ୍ଟ୍ରାଇକର।

ସେପଟେ ବ୍ରାଜିଲକୁ ଚକମା ଦେବା ଅପେକ୍ଷାରେ ରହିଛି ଗୋଟିଏ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଥିବା ସର୍ବିଆ। ଏହି ମ୍ୟାଚକୁ ଜିତିଲେ ହିଁ  ପ୍ରି-କ୍ୱାର୍ଟର ରାଉଣ୍ଡରେ ପ୍ରବେଶ କରିବ ସର୍ବିଆ। ତେଣୁ ବ୍ରାଜିଲ ଭଳି ଆକ୍ରମଣାତ୍ମକ ଖେଳି ୨ୟ ପର୍ଯ୍ୟାୟକୁ  ଉନ୍ନୀତ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ସର୍ବିଆ।

ସେହିଭଳି ଏହି ଗ୍ରୁପର ଆଉ ଏକ ମ୍ୟାଚରେ ମୁହାଁମୁହିଁ ହେବେ ସ୍ୱିଜରଲ୍ୟାଣ୍ଡ ଓ କୋଷ୍ଟାରିକା। ଏହି ମ୍ୟାଚକୁ ଜିତି ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟରେ ରହିଛି ସ୍ୱିଜରଲାଣ୍ଡ। ମ୍ୟାଚକୁ  ଡ୍ର ରଖିଲେ ମଧ୍ୟ ପ୍ରି-କ୍ୱାର୍ଟରରେ ପ୍ରବେଶ କରିପାରିବ ସ୍ୱିଜରଲାଣ୍ଡ। ଶକ୍ତିଶାଳୀ ବ୍ରାଜିଲ ବିପକ୍ଷରେ ୧-୧ରେ ଡ୍ର କରିବା ପରେ ସର୍ବିଆକୁ ୨-୧ରେ ପରାସ୍ତ କରିଥିଲା ସ୍ୱିସ୍ ଟିମ୍।  ସେପଟେ ଦୁଇିଟି ଯାକ ମ୍ୟାଚ ହାରି ପ୍ରି କ୍ୱାର୍ଟର ରାଉଣ୍ଡରୁ ବାଦ ପଡିଛି କୋଷ୍ଟାରିକା। ତେବେ ଚଳିତ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରି ସମ୍ମାନ ରକ୍ଷା ସହ ଅଭିଯାନ ଶେଷ କରିବା ପାଇଁ ଦଳ ନିକଟରେ ରହିଛି ସୁଯୋଗ।

ଗ୍ରୁପ ଏଫ୍‌ରେ ମଧ୍ୟ ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳାଯିବ। ମେକ୍ସିକୋ-ସ୍ୱିଡେନ୍ ଓ ସାଉଥକୋରିଆ-ଜର୍ମାନୀ ମଧ୍ୟରେ ହେବ ଟକ୍କର। ଏହି ମ୍ୟାଚ୍‌ ଜର୍ମାନୀ ପାଇଁ ଅନେକ ଗୁରୁତ୍ୱବହନ କରୁଛୁ। ପ୍ରି-କ୍ୱାଟରକୁ ଯିବାକୁ ହେଲେ ଶେଷ ମ୍ୟାଚ୍‌କୁ ଜିତିବାକୁ ହେବ ଡେଫେଣ୍ଡି ଚାମ୍ପିୟନକୁ। ଗ୍ରୁପରେ ୨ଟି ମ୍ୟାଚ୍‌ରୁ ୨ଟିରେ ବିଜୟ ହାସଲ କରି ୬ ଅଙ୍କ ସହ ମେକ୍ସିକୋ ପ୍ରି-କ୍ୱାଟର୍‌ରେ ପହଞ୍ଚି ସାରିଛି। ବର୍ତ୍ତମାନ ଜର୍ମାନୀ ଓ ସ୍ୱିଡେନ ଉଭୟ ୩ ଅଙ୍କ ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବେ ବଳେ ଶେଷ ମ୍ୟାଚ୍‌କୁ ଅପେକ୍ଷା। ଯେଉଁ ଟିମ୍‌ ଶେଷ ମ୍ୟାଚ୍‌ରେ ଜିତିବ ସେହି ଟିମ୍‌ ପ୍ରି-କ୍ୱାଟରରେ ପହଞ୍ଚିପାରିବ।  

Related story