ଫିଫା ବିଶ୍ୱକପରେ ଆଜି ଶେଷ ହେଉଛି ଲିଗ୍ ମ୍ୟାଚ୍‌: ଇଂଲଣ୍ଡ-ବେଲଜିୟମ୍ ମ୍ୟାଚ ଉପରେ ଫ୍ୟାନଙ୍କ ନଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପରେ ଆଜି ଶେଷ ହେଉଛି ଲିଗ୍ ପର୍ଯ୍ୟାୟ। ଆଜି ଖେଳାଯିବ ୪ ଟି ମ୍ୟାଚ୍। ପ୍ରି-କ୍ୱାର୍ଟର ଫାଇନାଲରେ ୧୨ଟି ଟିମ୍‌ ନିଜ ସ୍ଥାନ ପକ୍କା କରିଥିବା ବେଳେ ଆଜି ଆଉ ୪ ଟି ଦଳ ପ୍ରି-କ୍ୱାର୍ଟରକୁ ଉନ୍ନୀତ ହେବେ। ତେବେ ଗ୍ରୁପ Gର ଇଂଲଣ୍ଡ-ବେଲଜିୟମ୍ ନକ୍ଆଉଟ ପର୍ଯ୍ୟାୟରେ ପହଞ୍ଚିସାରିଛନ୍ତି। ତେବେ ଆଜିର ମ୍ୟାଚରେ ନିର୍ଦ୍ଧାରିତ ହେବ ଗ୍ରୁପର ପ୍ରଥମ ସ୍ଥାନ କିଏ ହାସଲ କରିବ।  ଆଜି ରାତି ୧୧ଟା ୩୦ରେ ଖେଳାଯିବ ଇଂଲଣ୍ଡ-ବେଲଜିୟମ୍ […]

13 (3)

Rakesh Mallick
  • Published: Thursday, 28 June 2018
  • , Updated: 28 June 2018, 08:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପରେ ଆଜି ଶେଷ ହେଉଛି ଲିଗ୍ ପର୍ଯ୍ୟାୟ। ଆଜି ଖେଳାଯିବ ୪ ଟି ମ୍ୟାଚ୍। ପ୍ରି-କ୍ୱାର୍ଟର ଫାଇନାଲରେ ୧୨ଟି ଟିମ୍‌ ନିଜ ସ୍ଥାନ ପକ୍କା କରିଥିବା ବେଳେ ଆଜି ଆଉ ୪ ଟି ଦଳ ପ୍ରି-କ୍ୱାର୍ଟରକୁ ଉନ୍ନୀତ ହେବେ। ତେବେ ଗ୍ରୁପ Gର ଇଂଲଣ୍ଡ-ବେଲଜିୟମ୍ ନକ୍ଆଉଟ ପର୍ଯ୍ୟାୟରେ ପହଞ୍ଚିସାରିଛନ୍ତି। ତେବେ ଆଜିର ମ୍ୟାଚରେ ନିର୍ଦ୍ଧାରିତ ହେବ ଗ୍ରୁପର ପ୍ରଥମ ସ୍ଥାନ କିଏ ହାସଲ କରିବ।  ଆଜି ରାତି ୧୧ଟା ୩୦ରେ ଖେଳାଯିବ ଇଂଲଣ୍ଡ-ବେଲଜିୟମ୍ ମ୍ୟାଚ। ଦୁଇ ଦଳଙ୍କ ମଧ୍ୟରେ କ଼ଡ଼ା ଟକ୍କର ସମ୍ଭାବନା ରହିଛି। ଗ୍ରୁପ ଜିର ଆଉ ଏକ ମ୍ୟାଚରେ ସାମ୍ନାସାମ୍ନି ହେବେ ପାନାମା-ଟ୍ୟୁନେସିଆ।

ସେହିଭଳି ସଂଧ୍ୟା ସାଢେ ୭ଟାରେ ଖେଳାଯାଉଛି ଗ୍ରୁପ୍ H ର ଦୁଇଟି ମ୍ୟାଚ। କଲମ୍ବିଆ ଓ ସେନେଗାଲ ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ଜାପାନକୁ ଭେଟିଛି ପୋଲାଣ୍ଡ। ଗ୍ରୁପ-H ରେ କିଏ ଜିବ ପ୍ରି-କ୍ୱାଟର୍‌କୁ ସେ ନେଇ କହିବା ମୁସ୍କିଲ। ଆଜି ମ୍ୟାଚ୍‌ର ଫଳାଫଳକୁ ନେଇ ଜଣାପଡ଼ିବ ଏହି ଗ୍ରୁପରେ କେଉଁ ଟିମ୍‌ ଯାଉଛି ପରବର୍ତ୍ତୀ ରାଉଣ୍ଡକୁ।

Related story