ବ୍ରାଜିଲ ଜିତିଲା ଫିଫା ଅଣ୍ଡର୍-୧୭ ବିଶ୍ୱକପ୍ ଟାଇଟଲ୍

ବ୍ରାସିଲିଆ: ଇଞ୍ଜୁରୀ ଟାଇମରେ ଲାଜାରୋ ଭିନିକିଅସ୍ ମାର୍କେସଙ୍କ ଗୋଲ୍ ବଳରେ ବ୍ରାଜିଲ୍ ୨-୧ ଗୋଲରେ ମେକ୍ସିକୋକୁ ହରାଇ ଫିଫା ଅଣ୍ଡର-୧୭ ବିଶ୍ୱକପ୍ ଟ୍ରଫି ହାତେଇଛି। ଫାଇନାଲରେ ବ୍ରାଜିଲ ଏକ ସମୟରେ ୦-୧ ଗୋଲରେ ପଛୁଆ ଥିଲା, କିନ୍ତୁ ଶେଷ ୧୦ ମିନିଟରେ ଘରୋଇ ଦଳ ଜବରଦସ୍ତ କମବ୍ୟାକ୍ କରି ମେକ୍ସିକୋର ସବୁ ରଣନୀତିକୁ ଫେଲ୍ କରିଥିଲା। ମ୍ୟାଚର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ପରସ୍ପର ଉପରକୁ ଆକ୍ରମଣ କରିଥିଲେ। ମ୍ୟାଚର ୬୬ତମ ମିନିଟରେ […]

brazil

Ranjit Kumar Jena
  • Published: Monday, 18 November 2019
  • , Updated: 18 November 2019, 07:12 PM IST

ବ୍ରାସିଲିଆ: ଇଞ୍ଜୁରୀ ଟାଇମରେ ଲାଜାରୋ ଭିନିକିଅସ୍ ମାର୍କେସଙ୍କ ଗୋଲ୍ ବଳରେ ବ୍ରାଜିଲ୍ ୨-୧ ଗୋଲରେ ମେକ୍ସିକୋକୁ ହରାଇ ଫିଫା ଅଣ୍ଡର-୧୭ ବିଶ୍ୱକପ୍ ଟ୍ରଫି ହାତେଇଛି। ଫାଇନାଲରେ ବ୍ରାଜିଲ ଏକ ସମୟରେ ୦-୧ ଗୋଲରେ ପଛୁଆ ଥିଲା, କିନ୍ତୁ ଶେଷ ୧୦ ମିନିଟରେ ଘରୋଇ ଦଳ ଜବରଦସ୍ତ କମବ୍ୟାକ୍ କରି ମେକ୍ସିକୋର ସବୁ ରଣନୀତିକୁ ଫେଲ୍ କରିଥିଲା।

ମ୍ୟାଚର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ପରସ୍ପର ଉପରକୁ ଆକ୍ରମଣ କରିଥିଲେ। ମ୍ୟାଚର ୬୬ତମ ମିନିଟରେ ମେକ୍ସିକୋର ବ୍ରାଏନ୍ ଗୋଞ୍ଜାଲେଜ୍ ଗୋଟିଏ ଗୋଲ୍ ଦେଇ ନିଜ ଟିମକୁ ୧-୦ରେ ଆଗୁଆ କରାଇଥିଲେ। ୮୪ତମ ବ୍ରାଜିଲକୁ ଏକ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା, ଯାହାକୁ ମିନିଟରୋ କାଇରୋ ରାମୋସ୍ ଗୋଲରେ ପରିଣତ କରି ମୁକାବିଲାକୁ ୧-୧ରେ ବରାବର ସ୍ଥିତିକୁ ଆଣିଥିଲେ।

୯୦ ମିନିଟ୍ ସୁଦ୍ଧା ଏହି ସ୍କୋର ବରାବର ରହିବାରୁ ମ୍ୟାଚ୍ ଅତିରିକ୍ତ ସମୟକୁ ଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଇଞ୍ଜୁରୀ ଟାଇମର ତୃତୀୟ ମିନିଟରେ ୟାନ୍ କୁଟୋଙ୍କଠାରୁ ଲମ୍ବା ଫ୍ରି-କିକ୍ ପାଇ ଲାଜାରୋ ବଲକୁ ସିଧା ଗୋଲପୋଷ୍ଟ ଭିତରକୁ ମାରିଥିଲେ। ଏହି ଗୋଲ୍ ସହ ବ୍ରାଜିଲ୍ ବିଜେତା ଘୋଷିତ ହୋଇଥିଲା। ବ୍ରାଜିଲ ଚତୁର୍ଥଥର ଲାଗି ଏହି ଟାଇଟଲ୍ ଜିତିବାର ଗୌରବ ଅର୍ଜନ କରିଛି । ଏହା ପୂର୍ବରୁ ବ୍ରାଜିଲ ୨୦୦୩ରେ ତା'ର ତୃତୀୟ ଟାଇଟଲ୍ ଜିତିଥିଲା। ତେବେ ୧୯୯୭ରେ ଦଳ ପ୍ରଥମଥର ପାଇଁ ବିଶ୍ୱ ବିଜେତା ହୋଇଥିବା ବେଳେ ଦୁଇବର୍ଷ ପରେ ଟାଇଟଲ୍ ବଜାୟ ରଖିଥିଲା।

Related story