ସିମନ୍ସଙ୍କ ମାଡ଼ରେ ଆୟର୍ଲ୍ୟାଣ୍ଡ୍ ଘାଇଲା

ବାସେଟେରେ: ଓପନିଂ ବ୍ୟାଟ୍ସମ୍ୟାନ୍ ଲେଣ୍ଡଲ୍ ସିମନ୍ସଙ୍କ ୧୦ ଛକା ସହାୟତାରେ ଅପରାଜିତ ୯୧ ରନର ଇନିଂସ୍ ବଳରେ ୱେଷ୍ଟଇଣ୍ଡିଜ୍ ଏଠାରେ ଅନୁଷ୍ଠିତ ତୃତୀୟ ଟି-୨୦ ମ୍ୟାଚରେ ଆୟର୍ଲ୍ୟାଣ୍ଡକୁ ୯ ୱିକେଟରେ ପରାସ୍ତ କରି ସିରିଜକୁ ୧-୧ରେ ବରାବର କରିଛି। ସିରିଜର ପ୍ରଥମ ମ୍ୟାଚ୍ ଆୟର୍ଲ୍ୟାଣ୍ଡ୍ ୪ ରନରେ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା। ୱେଷ୍ଟଇଣ୍ଡିଜ୍ ଟିମର କୋଚ୍ ଫିଲ ସିମନ୍ସଙ୍କ ପୁତୁରା ଲେଣ୍ଡଲ୍ ସିମନ୍ସ ମାତ୍ର ୪୦ ବଲର ନିଜ ଇନିଂସରେ […]

lendl

Ranjit Kumar Jena
  • Published: Monday, 20 January 2020
  • , Updated: 20 January 2020, 05:35 PM IST

ବାସେଟେରେ: ଓପନିଂ ବ୍ୟାଟ୍ସମ୍ୟାନ୍ ଲେଣ୍ଡଲ୍ ସିମନ୍ସଙ୍କ ୧୦ ଛକା ସହାୟତାରେ ଅପରାଜିତ ୯୧ ରନର ଇନିଂସ୍ ବଳରେ ୱେଷ୍ଟଇଣ୍ଡିଜ୍ ଏଠାରେ ଅନୁଷ୍ଠିତ ତୃତୀୟ ଟି-୨୦ ମ୍ୟାଚରେ ଆୟର୍ଲ୍ୟାଣ୍ଡକୁ ୯ ୱିକେଟରେ ପରାସ୍ତ କରି ସିରିଜକୁ ୧-୧ରେ ବରାବର କରିଛି। ସିରିଜର ପ୍ରଥମ ମ୍ୟାଚ୍ ଆୟର୍ଲ୍ୟାଣ୍ଡ୍ ୪ ରନରେ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା।

ୱେଷ୍ଟଇଣ୍ଡିଜ୍ ଟିମର କୋଚ୍ ଫିଲ ସିମନ୍ସଙ୍କ ପୁତୁରା ଲେଣ୍ଡଲ୍ ସିମନ୍ସ ମାତ୍ର ୪୦ ବଲର ନିଜ ଇନିଂସରେ ୫ ଚୌକା ମଧ୍ୟ ମାରିଛନ୍ତି। ଏହି ଫର୍ମାଟରେ ତାଙ୍କର ଏହା ସର୍ବାଧିକ ସ୍କୋର। ଆୟର୍ଲ୍ୟାଣ୍ଡ୍ ଦ୍ୱାରା ଧାର୍ଯ୍ୟ ୧୩୯ ରନର ବିଜୟଲକ୍ଷ୍ୟକୁ ୱେଷ୍ଟଇଣ୍ଡିଜ୍ ଟିମ୍ ମାତ୍ର ୧୧ ଓଭରରେ ୧ ୱିକେଟ୍ ହରାଇ ହାସଲ କରିନେଇଥିଲା। ସିମନ୍ସ ଓ ତାଙ୍କ ଓପନିଂ ପାର୍ଟନର୍ ଏଭିନ୍ ଲୁଇସ୍ ପ୍ରଥମ ୱିକେଟ୍ ପାଇଁ ୧୩୩ ରନର ଶତକୀୟ ଭାଗୀଦାରୀ କରିଥିଲେ। ଲୁଇସ୍ ୨୫ ବଲରେ ୪ ଚୌକା ଓ ୩ ଛକା ସହ ୪୬ ରନ୍ କରି ଆଉଟ୍ ହୋଇଥିଲେ।

ନିକୋଲାସ ପୁରନ୍ ୧ ରନ୍ କରି ଅପରାଜିତ ଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲ୍ୟାଣ୍ଡ୍ ୧୯.୧ ଓଭରରେ ୧୩୮ ରନ୍ କରି ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ କେଭିନ୍ ଓ'ବ୍ରାଏନ୍ ସର୍ବାଧିକ ୩୬ (୧୮ ବଲ୍‌, ୬ ଚୌକା, ୧ ଛକା) ରନ୍ କରିଥିବା ବେଳେ କ୍ୟାପଟେନ୍ ଆଣ୍ଡି ବାଲବିର୍ନୀ ୨୮, ବ୍ୟାରୀ ମ୍ୟାକକାର୍ଥି ଅପରାଜିତ ୧୮ ରନ୍ କରିଥିଲେ। ଇଣ୍ଡିଜ୍ ପକ୍ଷରୁ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଓ ଡ୍ୱେନ୍ ବ୍ରାଭୋ ୩ଟି ଲେଖାଏ ୱିକେଟ୍ ନେଇଥିଲେ।

Related story