ଯୁବରାଜ ଓ ଶାସ୍ତ୍ରୀଙ୍କ କ୍ଲବରେ ସାମିଲ୍ ହେଲେ ଏହି ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟର୍‌

କ୍ରାଇଷ୍ଟଚର୍ଚ୍ଚ: ନ୍ୟୁଜିଲ୍ୟାଣ୍ଡ୍ ବ୍ୟାଟ୍ସମ୍ୟାନ୍ ଲିଓ କାର୍ଟର ରବିବାର ଇତିହାସ ପୃଷ୍ଠାରେ ନିଜ ନାଁକୁ ସାମିଲ୍ କରିଛନ୍ତି। ସେ ଗୋଟିଏ ଓଭରରେ ୬ ଛକା ମାରି ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଓ ରବି ଶାସ୍ତ୍ରୀଙ୍କ କ୍ଲବରେ ସାମିଲ୍ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡରେ ଚାଲିଥିବା ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ସୁପର ସ୍ମାଶରେ କ୍ୟାଣ୍ଟରବରୀ କିଙ୍ଗସ୍ ଟିମ୍ ପକ୍ଷରୁ ଖେଳୁଥିବା କାର୍ଟର୍ ନର୍ଦର୍ନ ନାଇଟ୍ ବିପକ୍ଷରେ ଏହି ରେକର୍ଡ କରିଛନ୍ତି। କାର୍ଟର ବିଶ୍ୱର ସପ୍ତମ ବ୍ୟାଟ୍ସମ୍ୟାନ୍ ଭାବେ ଏହି କୀର୍ତ୍ତିମାନ […]

leo

Ranjit Kumar Jena
  • Published: Sunday, 05 January 2020
  • , Updated: 05 January 2020, 07:33 PM IST

କ୍ରାଇଷ୍ଟଚର୍ଚ୍ଚ: ନ୍ୟୁଜିଲ୍ୟାଣ୍ଡ୍ ବ୍ୟାଟ୍ସମ୍ୟାନ୍ ଲିଓ କାର୍ଟର ରବିବାର ଇତିହାସ ପୃଷ୍ଠାରେ ନିଜ ନାଁକୁ ସାମିଲ୍ କରିଛନ୍ତି। ସେ ଗୋଟିଏ ଓଭରରେ ୬ ଛକା ମାରି ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଓ ରବି ଶାସ୍ତ୍ରୀଙ୍କ କ୍ଲବରେ ସାମିଲ୍ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡରେ ଚାଲିଥିବା ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ସୁପର ସ୍ମାଶରେ କ୍ୟାଣ୍ଟରବରୀ କିଙ୍ଗସ୍ ଟିମ୍ ପକ୍ଷରୁ ଖେଳୁଥିବା କାର୍ଟର୍ ନର୍ଦର୍ନ ନାଇଟ୍ ବିପକ୍ଷରେ ଏହି ରେକର୍ଡ କରିଛନ୍ତି। କାର୍ଟର ବିଶ୍ୱର ସପ୍ତମ ବ୍ୟାଟ୍ସମ୍ୟାନ୍ ଭାବେ ଏହି କୀର୍ତ୍ତିମାନ କରିଛନ୍ତି।

୨୫ ବର୍ଷୀୟ କାର୍ଟର ଇନିଂସର ୧୬ତମ ଓଭରରେ ପ୍ରତିପକ୍ଷ ଦଳର ସ୍ପିନର ଆଣ୍ଟନ୍ ଡେଭସିଚଙ୍କୁ ଏହି ୬ ଛକା ମାରିଥିଲେ। ସେ ମ୍ୟାଚରେ ମାତ୍ର ୨୯ ବଲରେ ୭୦ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୩ ଚୌକା ଓ ୭ଛକା ସାମିଲ୍ ଥିଲା। ତାଙ୍କର ଏହି ପ୍ରଦର୍ଶନ ବଳରେ କ୍ୟାଣ୍ଟରବରୀ ଟିମ୍ ୨୨୦ ରନର ବିଜୟଲକ୍ଷ୍ୟକୁ ୧୮.୩ ଓଭରରେ ହାସଲ କରିନେଇଥିଲା।

କାର୍ଟର୍ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ସ୍ତରରେ ୬ ଛକା ମାରିବାରେ ସପ୍ତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ତାଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜର ଗ୍ୟାରୀ ସୋବର୍ସ, ଶାସ୍ତ୍ରୀ, ହରଶେଲ୍ ଗିବ୍ସ, ଯୁବରାଜ ସିଂହ, ୱର୍ସେଷ୍ଟରଶାୟରର ରସ୍ ହ୍ୱାଇଟଲୀ ଏବଂ ଆଫଗାନିସ୍ତାନର ହଜରତୁଲ୍ଲା ଜାଜାଇ ଏହି ରେକର୍ଡ କରିଥିଲେ। କାର୍ଟର ମଧ୍ୟ ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଭାବେ ଘରୋଇ ଓ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଏହି କାରନାମା କରିଛନ୍ତି।

Related story