ମେସି ମ୍ୟାଜିକ୍‌, ଚାମ୍ପିଅନ୍ ହେଲା ଆର୍ଜେଣ୍ଟିନା

ନୂଆଦିଲ୍ଲୀ: ପୂରା ହେଲା ମେସିଙ୍କ ସ୍ୱପ୍ନ। ବିଶ୍ୱ ବିଜୟୀ ହେଲା ଆର୍ଜେଣ୍ଟିନା। ପେନାଲଟି ସୁଟ ଆଉଟରେ ୪-୨ରେ ବାଜି ମାରିଲା ଆର୍ଜେଣ୍ଟିନା। ୩୬ ବର୍ଷ ପରେ କତାର ରାଜଧାନୀରେ ଦୋହାରେ ଆୟୋଜିତ ଫିଫା ବିଶ୍ୱକପ୍-୨୦୨୨କୁ ନିଜ ନାଁରେ କରି ଇତିହାସ ରଚିଛି ଆର୍ଜେଣ୍ଟିନା। ନିର୍ଦ୍ଧାରିତ ସମୟ ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫାଇନାଲ ମୁକାବିଲା ୨-୨ରେ  ବରାବର ରହିଥିଲା। ପରବର୍ତ୍ତୀ ସମୟରେ ୩-୩ ବରାବର ପରେ ସୁଟଆଉଟ୍‌ରେ ଫଇସଲା ହୋଇଥିଲା। ପେନାଲଟି ସୁଟଆଉଟରେ ୪-୨ରେ ବାଜି ମାରି […]

lionel-messi

lionel-messi

Madhupriya Mistry
  • Published: Monday, 19 December 2022
  • Updated: 19 December 2022, 02:30 PM IST

Sports

Latest News

ନୂଆଦିଲ୍ଲୀ: ପୂରା ହେଲା ମେସିଙ୍କ ସ୍ୱପ୍ନ। ବିଶ୍ୱ ବିଜୟୀ ହେଲା ଆର୍ଜେଣ୍ଟିନା। ପେନାଲଟି ସୁଟ ଆଉଟରେ ୪-୨ରେ ବାଜି ମାରିଲା ଆର୍ଜେଣ୍ଟିନା। ୩୬ ବର୍ଷ ପରେ କତାର ରାଜଧାନୀରେ ଦୋହାରେ ଆୟୋଜିତ ଫିଫା ବିଶ୍ୱକପ୍-୨୦୨୨କୁ ନିଜ ନାଁରେ କରି ଇତିହାସ ରଚିଛି ଆର୍ଜେଣ୍ଟିନା।

ନିର୍ଦ୍ଧାରିତ ସମୟ ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫାଇନାଲ ମୁକାବିଲା ୨-୨ରେ  ବରାବର ରହିଥିଲା। ପରବର୍ତ୍ତୀ ସମୟରେ ୩-୩ ବରାବର ପରେ ସୁଟଆଉଟ୍‌ରେ ଫଇସଲା ହୋଇଥିଲା। ପେନାଲଟି ସୁଟଆଉଟରେ ୪-୨ରେ ବାଜି ମାରି ତୃତୀୟ ଥର ପାଇଁ ବିଶ୍ୱ ବିଜୟୀ ହୋଇଛି ଆର୍ଜେଣ୍ଟିନା।

ପ୍ରଥମ ହାଫ୍‌ରେ ଆର୍ଜେଣ୍ଟିନା ଦମଦାର ପ୍ରଦର୍ଶନ କରିଥିଲା। ଲିଓନେଲ ମେସିଙ୍କ ନେତୃତ୍ୱରେ ଦଳର ଖେଳାଳିମାନେ ଆକ୍ରମଣାତ୍ମକ ଭାବେ ଖେଳିଥିଲେ। ୨୩ତମ ମିନିଟ୍‌ରେ ଆର୍ଜେଣ୍ଟିନା ପାଇଁ ପ୍ରଥମ ଗୋଲ୍ କରିଥିଲେ ଷ୍ଟାର ଖେଳାଳି ଲିଓନେଲ୍ ମେସି। ଏହାପରେ ମ୍ୟାଚର ୩୬ତମ ମିନିଟ୍‌ରେ ଏକ ଗୋଲ୍ କରି ଦଳକୁ ଅଗ୍ରଣୀ କରିଥିଲେ ଡି ମାରିଆ। ମଧ୍ୟାନ୍ତର ସୁଦ୍ଧା ୨-୦ରେ ଅଗ୍ରଣୀ ଥିଲା ଆର୍ଜେଣ୍ଟିନା। ତେବେ ଏମ୍ବାପେଙ୍କ ଡବଲ ଗୋଲ୍ ବଳରେ ସ୍ଥିତି ବରାବର କରିଥିଲା ଫ୍ରାନ୍ସ। ମ୍ୟାଚର ୮୦ ଓ ୮୨ତମ ମିନିଟ୍‌ରେ ଡବଲ୍ ଗୋଲ୍ କରିଥିଲେ ଏମ୍ବାପେ। ଫଳରେ ମ୍ୟାଚ୍ ୨-୨ ସମାନ ସ୍ଥିତିକୁ ଚାଲିଯାଇଥିଲା। ମ୍ୟାଚ୍‌ ଫଇସଲା ପେନାଲଟି ସୁଟ୍‌ଆଉଟ୍‌ରେ ହୋଇଥିଲା। ଏଥିରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ଚାମ୍ପିଅନ ହୋଇଥିଲା। ଏଥିସହିତ ଫିଫା ବିଶ୍ୱକପରେ ଆର୍ଜେଣ୍ଟିନା ୩ୟ ଥର ଚାମ୍ପିଅନ ହୋଇଛି।

ଫିଫା ବିଶ୍ୱକପ୍‌ରେ ଆର୍ଜେଣ୍ଟିନାର ରୋମାଞ୍ଚକର ବିଜୟ ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ବିଶ୍ୱକପ୍ ଫାଇନାଲ ମ୍ୟାଚମାନଙ୍କ ମଧ୍ୟରୁ ଏହା ସ୍ମରଣୀୟ ହୋଇ ରହିବ। ପୂରା ଟୁର୍ଣ୍ଣାମେଣ୍ଟରେ ଆର୍ଜେଣ୍ଟିନା ଦମଦାର ଖେଳ ପ୍ରଦର୍ଶନ କରିଥିଲା। ଭାରତରେ ମେସିଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ ଆର୍ଜେଣ୍ଟିନର ବୃହତ ବିଜୟ ନେଇ ଉତ୍ସାହିତ ଥିବା କହିଛନ୍ତି ମୋଦି। ସେହିପରି ଫ୍ରାନ୍ସ ଦଳର ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର ଥିଲା ବୋଲି ଟ୍ୱିଟ୍ କରି କହିଛନ୍ତି ମୋଦି।

ସେପଟେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ବିଶ୍ୱବିଜୟୀ ଆର୍ଜେଣ୍ଟିନା ଦଳକୁ ଶୁଭେଚ୍ଛା ଜଣାଇବା ସହ ଦମଦାର ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story