ମହମଦୁଲ୍ଲାଙ୍କ କ୍ୟାପ୍ଟେନଶିପ୍‌କୁ ଧୋନିଙ୍କ ସହ ଲିଙ୍କ କଲେ ଏହି ଭାରତୀୟ କ୍ରିକେଟର

ନାଗରପୁର: ଭାରତକୁ ପ୍ରଥମଥର ପାଇଁ ଟି-୨୦ ମ୍ୟାଚ୍‌ରେ ହରାଥିବା ବାଂଲାଦେଶର ଅଧିନାୟକ ମହମଦୁଲ୍ଲାଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ବାଂଲାଦେଶ ପ୍ରଥମ ଟି-୨୦ ଜିତିଥିବା ବେଳେ ଦ୍ୱିତୀୟ ଟି-୨୦ ଭାରତ କବଜା କରିଛି। ତେବେ ମହମଦୁଲ୍ଲାଙ୍କ କ୍ୟାପ୍ଟେନଶିପ ସମସ୍ତଙ୍କୁ ପ୍ରଭାବିତ କରି ପାରିଛି। ଏପରି କି ଭାରତୀୟ କ୍ରିକେଟର ଇରଫାନ ପଠାନ ଆଉ ଟିକିଏ ଆଗକୁ ଯାଇ ମହମଦୁଲ୍ଲାଙ୍କ କ୍ୟାପ୍ଟେନଶିପ୍‌କୁ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ତୁଳନା କରିଛନ୍ତି। ସେ କହିଛନ୍ତି, […]

ss

Hemant Lenka
  • Published: Saturday, 09 November 2019
  • , Updated: 09 November 2019, 04:17 PM IST

ନାଗରପୁର: ଭାରତକୁ ପ୍ରଥମଥର ପାଇଁ ଟି-୨୦ ମ୍ୟାଚ୍‌ରେ ହରାଥିବା ବାଂଲାଦେଶର ଅଧିନାୟକ ମହମଦୁଲ୍ଲାଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ବାଂଲାଦେଶ ପ୍ରଥମ ଟି-୨୦ ଜିତିଥିବା ବେଳେ ଦ୍ୱିତୀୟ ଟି-୨୦ ଭାରତ କବଜା କରିଛି। ତେବେ ମହମଦୁଲ୍ଲାଙ୍କ କ୍ୟାପ୍ଟେନଶିପ ସମସ୍ତଙ୍କୁ ପ୍ରଭାବିତ କରି ପାରିଛି।

ଏପରି କି ଭାରତୀୟ କ୍ରିକେଟର ଇରଫାନ ପଠାନ ଆଉ ଟିକିଏ ଆଗକୁ ଯାଇ ମହମଦୁଲ୍ଲାଙ୍କ କ୍ୟାପ୍ଟେନଶିପ୍‌କୁ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ତୁଳନା କରିଛନ୍ତି।

ସେ କହିଛନ୍ତି, “ଆମେ ଯେତେବେଳେ ଗୋଟିଏ ଶ୍ରେଷ୍ଠ ଟିମ୍ ବିପକ୍ଷରେ ମ୍ୟାଚ୍ ଜିତିଥାଉ, ସେତେବେଳେ ଆମ ମନବଳ ବୃଦ୍ଧି ପାଇଥାଏ। ଏହିକ୍ରମରେ ମହମଦୁଲ୍ଲା ନିଜ ଭିତରେ ଥିବା ନେତୃତ୍ୱ ନେବାର ଦକ୍ଷତାକୁ ଦେଖାଇଛନ୍ତି। ମ୍ୟାଚ୍ ବେଳେ ସେ ସ୍ଥିତି ଅନୁସାରେ କରିଥିବା ପରିବର୍ତ୍ତନ ଏହାର ସଙ୍କେତ ଦେଇଛି।

ତାଙ୍କ ଭିତରେ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ନେତୃତ୍ୱ ନେବାର ଦକ୍ଷତା ରହିଛି। ଧୋନି ପାୱର ପ୍ଲେ ଶେଷ ହେବା ପରେ ବେଳେ ବେଳେ ପାର୍ଟ ଟାଇମ ବୋଲରଙ୍କୁ ବୋଲିଂ କରିବାକୁ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରନ୍ତି। ମହମଦୁଲ୍ଲା ମଧ୍ୟ ସେଭଳି କିଛି କରିବାକୁ ଚେଷ୍ଟା କରିଛନ୍ତି।”

Related story