ମ୍ୟାଲେସିୟା ମାଷ୍ଟର୍ସ: କ୍ୱାର୍ଟରରେ ସାଇନା ଓ ସିନ୍ଧୁ

କୁଆଲା ଲୁମ୍ପୁର: ଭାରତର ଦୁଇ ଟପ୍ ଶଟଲର୍ ପିଭି ସିନ୍ଧୁ ଓ ସାଇନା ନେହ୍ୱାଲ ବିଜୟଧାରା ଅବ୍ୟାହତ ରଖି ଚଳିତ ମ୍ୟାଲେସିୟା ମାଷ୍ଟର୍ସ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ଭାରତର ଅନ୍ୟତମ ତାରକା ଖେଳାଳି ସମୀର ବର୍ମା ଦ୍ୱିତୀୟ ରାଉଣ୍ଡରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ବିଶ୍ୱର ୬ ନମ୍ବର ଖେଳାଳି ସିନ୍ଧୁ ପ୍ରି-କ୍ୱାର୍ଟରଫାଇନାଲରେ ଜାପାନର ଆୟା ଓହୋରିଙ୍କୁ ସିଧାସଳଖ ୨୧-୧୦, ୨୧-୧୫ ଗେମରେ ପରାସ୍ତ କରିଥିଲେ। ଓହୋରିଙ୍କ ବିପକ୍ଷରେ ସିନ୍ଧୁଙ୍କର […]

saina

Ranjit Kumar Jena
  • Published: Thursday, 09 January 2020
  • , Updated: 09 January 2020, 06:59 PM IST

କୁଆଲା ଲୁମ୍ପୁର: ଭାରତର ଦୁଇ ଟପ୍ ଶଟଲର୍ ପିଭି ସିନ୍ଧୁ ଓ ସାଇନା ନେହ୍ୱାଲ ବିଜୟଧାରା ଅବ୍ୟାହତ ରଖି ଚଳିତ ମ୍ୟାଲେସିୟା ମାଷ୍ଟର୍ସ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ଭାରତର ଅନ୍ୟତମ ତାରକା ଖେଳାଳି ସମୀର ବର୍ମା ଦ୍ୱିତୀୟ ରାଉଣ୍ଡରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି।

ବିଶ୍ୱର ୬ ନମ୍ବର ଖେଳାଳି ସିନ୍ଧୁ ପ୍ରି-କ୍ୱାର୍ଟରଫାଇନାଲରେ ଜାପାନର ଆୟା ଓହୋରିଙ୍କୁ ସିଧାସଳଖ ୨୧-୧୦, ୨୧-୧୫ ଗେମରେ ପରାସ୍ତ କରିଥିଲେ। ଓହୋରିଙ୍କ ବିପକ୍ଷରେ ସିନ୍ଧୁଙ୍କର ଏହା କ୍ରମାଗତ ନବମ ବିଜୟ। ଗତବର୍ଷ ବିଶ୍ୱ ଚାମ୍ପିୟନଶିପ୍ ଟାଇଟଲ୍ ଜିତିଥିବା ସିନ୍ଧୁ ଅନ୍ତିମ-୮ ମୁକାବିଲାରେ ବିଶ୍ୱର ଏକ ନମ୍ବର ଖେଳାଳି ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗ୍ କିମ୍ବା ଏବଂ ସପ୍ତମ ସିଡ୍ ଦକ୍ଷିଣ କୋରିଆର ସୁଙ୍ଗ ଜି ହ୍ୟୁନଙ୍କୁ ଭେଟିବେ।

ସେହିପରି ସାଇନା ଦ୍ୱିତୀୟ ରାଉଣ୍ଡରେ ଦକ୍ଷିଣ କୋରିଆ ଆନ୍ ସି ୟଙ୍ଗଙ୍କୁ ୨୫-୨୩, ୨୧-୧୨ ଗେମରେ ହରାଇଛନ୍ତି। ଏହି ମୁକାବିଲାକୁ ଜିତିବା ପାଇଁ ସାଇନା ୩୮ ମିନିଟ୍ ସମୟ ନେଇଥିଲେ। ମ୍ୟାଚର ପ୍ରଥମ ଗେମ୍ ଜିତିବା ପାଇଁ ସାଇନାଙ୍କୁ ବେଶ୍ ସଂଘର୍ଷ କରିବାକୁ ପଡ଼ିଥିଲା। ମୁକାବିଲା ଟାଇବ୍ରେକରକୁ ଯାଇଥିଲା, ଯେଉଁଥିରେ ସାଇନା ବାଜି ମାରିଥିଲେ। ତେବେ ଦ୍ୱିତୀୟ ଗେମରେ ଭାରତର ଏହି ଷ୍ଟାର୍ ଖେଳାଳି କୌଣସି ଭୁଲ୍ କରିନଥିଲେ ଏବଂ ନିଜ ପ୍ରତିଦ୍ୱନ୍ଦ୍ୱୀକୁ ପ୍ରତ୍ୟାବର୍ତ୍ତନର କୌଣସି ସୁଯୋଗ ଦେଇନଥିଲେ। ପୁରୁଷ ସିଙ୍ଗଲ୍ସରେ ସମୀର ବର୍ମା ନିଜର ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଘରୋଇ ଖେଳାଳି ଲି ଜି ଜିଆଙ୍କ ନିକଟରୁ ୧୯-୨୧, ୨୦-୨୨ ଗେମରେ ପରାସ୍ତ ହୋଇଛନ୍ତି।

Related story