ସୋବର୍ସଠାରୁ ଗୋଟିଏ ଓଭରରେ ୬ଛକା ଖାଇଥିବା ଏହି ବୋଲରଙ୍କ ପରଲୋକ

ଲଣ୍ଡନ: ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ସାର୍ ଗ୍ୟାରୀ ସୋବର୍ସଙ୍କଠାରୁ ଗୋଟିଏ ଓଭରରେ ୬ଛକା ଖାଇଥିବା ବୋଲର ମାଲକମ୍ ନାଙ୍କ ୭୪ ବର୍ଷ ବୟସରେ ଇଂଲଣ୍ଡରେ ପରଲୋକ ହୋଇଛି। କ୍ରିକେଟରେ ଯେତେବେଳେ କୌଣସି ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଗୋଟିଏ ଓଭରରେ ୬ଛକା ମାରିବାର କଥା ଉଠେ, ସେତେବେଳେ ସୋବର୍ସଙ୍କ ଏହି କାରନାମା ସହ ନାଶଙ୍କ ନାଁ ମଧ୍ୟ ଉଠିଥାଏ। ମଙ୍ଗଳବାର ନାଶ ଲର୍ଡ୍ସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେଠାରେ ସେ ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ତାଙ୍କୁ […]

nash

Ranjit Kumar Jena
  • Published: Thursday, 01 August 2019
  • , Updated: 01 August 2019, 06:40 PM IST

ଲଣ୍ଡନ: ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ସାର୍ ଗ୍ୟାରୀ ସୋବର୍ସଙ୍କଠାରୁ ଗୋଟିଏ ଓଭରରେ ୬ଛକା ଖାଇଥିବା ବୋଲର ମାଲକମ୍ ନାଙ୍କ ୭୪ ବର୍ଷ ବୟସରେ ଇଂଲଣ୍ଡରେ ପରଲୋକ ହୋଇଛି। କ୍ରିକେଟରେ ଯେତେବେଳେ କୌଣସି ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଗୋଟିଏ ଓଭରରେ ୬ଛକା ମାରିବାର କଥା ଉଠେ, ସେତେବେଳେ ସୋବର୍ସଙ୍କ ଏହି କାରନାମା ସହ ନାଶଙ୍କ ନାଁ ମଧ୍ୟ ଉଠିଥାଏ।

ମଙ୍ଗଳବାର ନାଶ ଲର୍ଡ୍ସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେଠାରେ ସେ ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନାଶ୍ ହସ୍ପିଟାଲରେ ହିଁ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।


ସୋବର୍ସ ୧୯୬୮ରେ କାଉଣ୍ଟି ଚାମ୍ପିୟନଶିପରେ ନଟ୍ଟିଂହାମଶାୟର୍ ପକ୍ଷରୁ ଖେଳି ଗ୍ଲାମରଗାନ୍ ବୋଲର ନାଶଙ୍କୁ ଗୋଟିଏ ଓଭରରେ ୬ ଛକା ମାରିଥିଲେ। ଏଥିସହ ପ୍ରଥମଶ୍ରେଣୀ କ୍ରିକେଟରେ ପ୍ରଥମଥର ପାଇଁ କୌଣସି ବ୍ୟାଟ୍ସମ୍ୟାନ୍ ଗୋଟିଏ ଓଭରରେ ଲଗାତାର ୬ ଛକା ମାରିବାର ରେକର୍ଡ କରିଥିଲେ। ନାଶଙ୍କ ଏହି ଓଭରର ୫ଟି ବଲରେ ସୋବର୍ସ କ୍ଲିନ୍ ହିଟ୍ କରିଥିଲେ, ଯାହା ବାଉଣ୍ଡ୍ରୀ ପାର୍ ହୋଇଥିଲା। କିନ୍ତୁ ଓଭରର ୫ମ ବଲରେ ହୋଇଥିବା ଛକା ଫିଲ୍ଡରଙ୍କ ହାତରୁ ଖସି ବାଉଣ୍ଡ୍ରୀ ବାହାରେ ପଡ଼ିଥିଲା।

ଇଂଲଣ୍ଡରେ ଜନ୍ମିତ ନାଶ୍ ୧୯୬୬ରୁ ୧୯୮୩ ପର୍ଯ୍ୟନ୍ତ ଖେଳିଥିଲେ। କିନ୍ତୁ ସେ ଥରେ ବି ଜାତୀୟ ଦଳ ପକ୍ଷରୁ ଖେଳିବାର ସୁଯୋଗ ପାଇନଥିଲେ। ନିଜର ୧୭ ବର୍ଷର ପ୍ରଥମଶ୍ରେଣୀ କ୍ୟାରିୟରରେ ନାଶ୍ ୯୯୩ ୱିକେଟ୍ ନେଇଛନ୍ତି। ଏହାଛଡ଼ା ସେ ବ୍ୟାଟିଂରେ ମଧ୍ୟ ଭଲ ପ୍ରଦର୍ଶନ କରି ୭୧୨୯ ରନ୍ ଏବଂ ୧୪୮ କ୍ୟାଚ୍ ନେଇଛନ୍ତି।

Related story