ନୂଆଦିଲ୍ଲୀ: ଫିଫା U-17 ଫୁଟବଲ ବିଶ୍ଵକପ୍ ମ୍ୟାଚ ଦେଖିବାକୁ ୩ ହଜାର ଟିକଟ ମାଗଣା ବାଣ୍ଟିବ ଦିଲ୍ଲୀ ନଗର ନିଗମ। ଏହି ଘୋଷଣା କରିଛନ୍ତି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ। ଏହି ଟିକଟ ସମସ୍ତ କାଉନ୍ସିଲରମାନଙ୍କୁ ଦିଆଯିବ। ସେମାନେ ନିଜ ଅଞ୍ଚଳରେ ଏହି ଟିକଟ ଗୁଡ଼ିକୁ ମାଗଣାରେ ବାଣ୍ଟିବେ।
ଦିଲ୍ଲୀରେ ୩ଟି ନଗରନିଗମ ରହିଛି। ତେଣୁ ପ୍ରତି ନିଗରନିଗମକୁ ହଜାରେ ଲେଖାଏଁ ଟିକଟ ବଣ୍ଟାଯିବ। ଫୁଟବଲ ଖେଳକୁ ସାରା ଦେଶରେ ଲୋକପ୍ରିୟ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ମନୋଜ ତିୱାରୀ ପ୍ରଧାନମନ୍ତ୍ରୀଙ୍କ ଅନୁମତି ଲୋଡ଼ିଥିଲେ। ପ୍ରଧାନମନ୍ତ୍ରୀ ଅନୁମତି ଦେବା ପରେ ବିଜେପି ଏହି ଟିକେଟ ବାଣ୍ଟିବ।