ସାର୍ଟଲେସ୍‌ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ଯୁବରାଜ: ରୋହିତ ଓ ଭଜି ଦେଲେ ମଜାଦାର ପ୍ରତିକ୍ରିୟା  

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ସିକ୍ସର କିଙ୍ଗ ଭାବେ ପରିଚିତ ଯୁବରାଜଙ୍କୁ ଆଜିକାଲି ଭିନ୍ନ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି। ଏହି ଲୋକପ୍ରିୟ ଖେଳାଳି ଯଦିଓ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଟିମ୍‌ରୁ ବାହାରେ ଅଛନ୍ତି ତଥାବି ସୋସିଆଲ ମିଡିଆରେ ଏବେ ଯୁବରାଜଙ୍କ ଚର୍ଚ୍ଚା ଜୋର ଧରିଛି। ନିକଟରେ ଯୁବରାଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ସାର୍ଟଲେସ୍‌ ଫଟୋ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି। ଏହି ଫଟୋ ପୋଷ୍ଟ କରିବା ପରେ ଯୁବରାଜଙ୍କ […]

Rakesh Mallick
  • Published: Saturday, 26 August 2017
  • , Updated: 27 August 2017, 07:59 AM IST

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ସିକ୍ସର କିଙ୍ଗ ଭାବେ ପରିଚିତ ଯୁବରାଜଙ୍କୁ ଆଜିକାଲି ଭିନ୍ନ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି। ଏହି ଲୋକପ୍ରିୟ ଖେଳାଳି ଯଦିଓ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଟିମ୍‌ରୁ ବାହାରେ ଅଛନ୍ତି ତଥାବି ସୋସିଆଲ ମିଡିଆରେ ଏବେ ଯୁବରାଜଙ୍କ ଚର୍ଚ୍ଚା ଜୋର ଧରିଛି। ନିକଟରେ ଯୁବରାଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ସାର୍ଟଲେସ୍‌ ଫଟୋ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି। ଏହି ଫଟୋ ପୋଷ୍ଟ କରିବା ପରେ ଯୁବରାଜଙ୍କ ହଜାର ହଜାର ପ୍ରଶଂସକ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। କାରଣ ଯୁବରାଜ ଏହି ଫଟୋ ପୋଷ୍ଟ କରି ଏହାର କ୍ୟାପସନ୍‌ ‘ମୁଡ୍‌’ ବୋଲି ଲେଖିଥିଲେ।

ଟିମ୍‌ ଇଣ୍ଡିଆର ଅନ୍ୟ ସାଥୀ ବି ଯୁବରାଜଙ୍କ ଫଟୋକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସମସ୍ତେ ଜାଣିଛନ୍ତି ଟିମ୍‌ ଇଣ୍ଡିଆର ଯୁବରାଜଙ୍କ ସବୁଠୁ ପ୍ରିୟ ବନ୍ଧୁ ହେଲେ ହରଭଜନ ଓ ରୋହିତ ଶର୍ମା। ତେଣୁ ଏଭଳି ମୌକାକୁ ହାତଛଡା ହେବାକୁ ଦେଇନାହାଁନ୍ତି ଏହି ଦୁଇ ବନ୍ଧୁ। ରୋହିତ ଶର୍ମା ଲେଖିଛନ୍ତି ଯେ ଦୟାକରି ‘ମୁଡ୍‌’ ଲେଖିବାର ଅର୍ଥ କଣ ବୁଝିହେଉନି, ଏହାକୁ ସ୍ପଷ୍ଟ କର। ସେହିପରି ହରଭଜନ ‘ସଲ୍ଲୁ’ ଭାଇ ବୋଲି ଲେଖି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ତିନି କ୍ରିକେଟର୍‌ଙ୍କ ବନ୍ଧୁତା ଦେଖି ଅନେକ ପ୍ରଶଂସକ ଖୁସି ଜାହିର କରିଛନ୍ତି।

 

Related story