ମାର୍କ ହଗର ହେବେ କଳିଙ୍ଗ ଲାନ୍ସସରର ମୁଖ୍ୟ କୋଚ୍

ଭୁବନେଶ୍ୱର: ନ୍ୟୁଜିଲ୍ୟାଣ୍ଡର ମାର୍କ ହଗର ହେବେ ଚଳିତ ହକି ଇଣ୍ଡିଆ ଲିଗ୍ ପାଇଁ କଳିଙ୍ଗ ଲାନ୍ସସରର ମୁଖ୍ୟ କୋଚ୍। ମାର୍କ ହଗର ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ସିନିୟର ମହିଳା ହକି ଦଳର କୋଚ ଅଛନ୍ତି। ଓଡ଼ିଶା ସ୍ପୋର୍ଟସ ଡେଭଲପମେଣ୍ଟ ଆଣ୍ଡ ପ୍ରମୋସନ କର୍ପୋରେସନ ପକ୍ଷରୁ ତାଙ୍କୁ ମୁଖ୍ୟ କୋଚ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଭାରତୀୟ ହକି ଦଳର ପୂର୍ବତନ ଗୋଲକିପର ଏ.ବି. ସୁବେୟାଙ୍କୁ କଳିଙ୍ଗ ଲାନ୍ସସରର ମ୍ୟାନେଜର କରାଯାଇଛି। କଳିଙ୍ଗ ଲାନ୍ସସରର ଫିଟନେସ୍ ଦେଖିବେ ଅଭିଜ୍ଞ ଅଷ୍ଟ୍ରେଲିଆ […]

Mark Hager

Rakesh Mallick
  • Published: Friday, 25 December 2015
  • , Updated: 25 December 2015, 03:11 PM IST

ଭୁବନେଶ୍ୱର: ନ୍ୟୁଜିଲ୍ୟାଣ୍ଡର ମାର୍କ ହଗର ହେବେ ଚଳିତ ହକି ଇଣ୍ଡିଆ ଲିଗ୍ ପାଇଁ କଳିଙ୍ଗ ଲାନ୍ସସରର ମୁଖ୍ୟ କୋଚ୍। ମାର୍କ ହଗର ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ସିନିୟର ମହିଳା ହକି ଦଳର କୋଚ ଅଛନ୍ତି। ଓଡ଼ିଶା ସ୍ପୋର୍ଟସ ଡେଭଲପମେଣ୍ଟ ଆଣ୍ଡ ପ୍ରମୋସନ କର୍ପୋରେସନ ପକ୍ଷରୁ ତାଙ୍କୁ ମୁଖ୍ୟ କୋଚ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଭାରତୀୟ ହକି ଦଳର ପୂର୍ବତନ ଗୋଲକିପର ଏ.ବି. ସୁବେୟାଙ୍କୁ କଳିଙ୍ଗ ଲାନ୍ସସରର ମ୍ୟାନେଜର କରାଯାଇଛି। କଳିଙ୍ଗ ଲାନ୍ସସରର ଫିଟନେସ୍ ଦେଖିବେ ଅଭିଜ୍ଞ ଅଷ୍ଟ୍ରେଲିଆ ଟ୍ରେନର ଡେଭିଡ ଜୋହା। ଫିଜିଓ ଥେରାପିଷ୍ଟ ମୁକ୍ତିକାନ୍ତ ଦାସଙ୍କୁ ଫିଜିଓ ଭାବେ ନିଯୁକ୍ତି ମିଳିଛି।

ଅଭ୍ୟାସ ବେଳେ କେଉଁ ଖେଳାଳିଙ୍କର କ’ଣ ଭୁଲ ରହୁଛି, ତା’ର ଟିକନିକ୍ ଭିଡିଓ ଆନାଲିସିସ କରାଯିବ। ସେଥିପାଇଁ ଗଣେଶ କରଙ୍କୁ କଳିଙ୍ଗ ଲାନ୍ସସରର ଭିଡିଓ ଆନାଲିଷ୍ଟ ଭାବେ ନିଯୁକ୍ତି ମିଳିଛି। କଳିଙ୍ଗ ଲାନ୍ସସର ତା’ର ପ୍ରଥମ ସିଜିନରେ ବିଦେଶୀ କୋଚ୍ ଟେରି ୱାଲସଙ୍କୁ ନିଯୁକ୍ତି ଦେଇ ଟେବୁଲର ଶେଷ ସ୍ଥାନରେ ରହିଥିଲା। ଦ୍ୱିତୀୟ ସିଜିନରେ ଭାରତୀୟ କୋଚ୍ ଜୁଡ ଫେଲିକସଙ୍କୁ ମୁଖ୍ୟକୋଚ ଭାବେ ନିଯୁକ୍ତି ଦେଇ ପଞ୍ଚମ ସ୍ଥାନରେ ରହିଥିଲା।

Related story