ଭାରତ ପାଇଁ ଅଲିମ୍ପିକ୍ସରେ କିଏ ଲଢ଼ିବେ, ମ୍ୟାରିକମ ନା ନିକହତ

ନୂଆଦିଲ୍ଲୀ: ୨୦୨୦ ଟୋକିଓ ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତ ପାଇଁ ୫୧ କେଜି ବର୍ଗରେ କିଏ ପ୍ରତିନିଧିତ୍ୱ କରିବ, ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ଗୋଟିଏ ପଟେ ୬ଥରର ବକ୍ସିଂ ବିଶ୍ୱ ବିଜେତା ଥିବା ବେଳେ ଅନ୍ୟପଟେ ଉଦୟମାନ ନିକହତ ଜାରିନ୍‌ ରହିଛନ୍ତି। ତେଣୁ ଏମାନଙ୍କ ମଧ୍ୟରେ ଏକ ଟ୍ରାଏଲ ମ୍ୟାଚ କରିବାକୁ ବକ୍ସିଂ ଫେଡେରେସନ ଅଫ୍‌ ଇଣ୍ଡିଆ ଓ ସାଇ ନିଷ୍ପତ୍ତି ନେଇଛନ୍ତି। ଏହି ଟ୍ରାଏଲ ଆସନ୍ତାମାସ ପ୍ରଥମ ସପ୍ତାହରେ କରାଯିବ ବୋଲି […]

y

Hemant Lenka
  • Published: Saturday, 09 November 2019
  • , Updated: 09 November 2019, 04:37 PM IST

ନୂଆଦିଲ୍ଲୀ: ୨୦୨୦ ଟୋକିଓ ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତ ପାଇଁ ୫୧ କେଜି ବର୍ଗରେ କିଏ ପ୍ରତିନିଧିତ୍ୱ କରିବ, ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ଗୋଟିଏ ପଟେ ୬ଥରର ବକ୍ସିଂ ବିଶ୍ୱ ବିଜେତା ଥିବା ବେଳେ ଅନ୍ୟପଟେ ଉଦୟମାନ ନିକହତ ଜାରିନ୍‌ ରହିଛନ୍ତି। ତେଣୁ ଏମାନଙ୍କ ମଧ୍ୟରେ ଏକ ଟ୍ରାଏଲ ମ୍ୟାଚ କରିବାକୁ ବକ୍ସିଂ ଫେଡେରେସନ ଅଫ୍‌ ଇଣ୍ଡିଆ ଓ ସାଇ ନିଷ୍ପତ୍ତି ନେଇଛନ୍ତି।

ଏହି ଟ୍ରାଏଲ ଆସନ୍ତାମାସ ପ୍ରଥମ ସପ୍ତାହରେ କରାଯିବ ବୋଲି ଜଣାପଡ଼ିଛି। ଏ ସଂକ୍ରାନ୍ତ ନିଷ୍ପତ୍ତି ସମ୍ପର୍କରେ ବିଏଫ୍‌ଆଇ ସଭାପତି ଅଜୟ ସିଂହଙ୍କୁ ଜଣାଇ ଦିଆଯାଇଛି। ସେହିପରି ଖୁବ୍‌ଶୀଘ୍ର ଟ୍ରାଏଲ ପାଇଁ ପ୍ରସ୍ତୁତ ହେବାକୁ ମ୍ୟାରିକମ ଓ ନିକହତଙ୍କୁ ଜଣାଇ ଦିଆଯିବ ବୋଲି ଜଣାପଡ଼ିଛି।

ଖାଲି ମ୍ୟାରିକମ କିମ୍ବା ନରହତ ନୁହନ୍ତି ୬୯ କେଜି ବର୍ଗରେ ଭାଗ ନେଉଥିବା ଲଭଲୀନ ବୋରଗୋହାନିଙ୍କୁ ମଧ୍ୟ ଟ୍ରାଏଲ ଦେବାକୁ ଡକା ଯାଇଛି।
ଉଭୟ ମ୍ୟାରିକମ ଓ ନିକହତ ୫୧ କେଜି ବର୍ଗରେ ବକ୍ସିଂ କରୁଛନ୍ତି। ମ୍ୟାରିକମ ବରିଷ୍ଠ ହୋଇଥିବାରୁ ତାଙ୍କୁ ସମସ୍ତ ପ୍ରକାରର ସହାୟତା ମଳୁଛି ବୋଲି ନିକହତ ଅଭିଯୋଗ କରିଥିଲେ। ଏପରି କି ସେ ମ୍ୟାରିକମଙ୍କ ସହ ଟ୍ରାଏଲ କରିବାକୁ ମଧ୍ୟ ଖୋଲାଖୋଲି ଆହ୍ୱାନ କରିଥିଲେ।

Related story