ରିଓ ଅଲିମ୍ପିକ ପରେ ଅବସର ନେବେ ମେରି କମ୍

ନୂଆଦିଲ୍ଲୀ: ଆଉ ଦେଖିବାକୁ ମିଳିବନି ବକ୍ସର ମେରି କମଙ୍କ ଦମଦାର ଫାଇଟିଂ। ଖୁବଶୀଘ୍ର ସଫଳ କ୍ୟାରିୟରକୁ ବାୟ ବାୟ କରିବାକୁ ଯାଉଛନ୍ତି ମେରି। ଏଥିପାଇଁ ସେ ମାଇଣ୍ଡ୍ ସେଟ୍ ମଧ୍ୟ କରିସାରିଛନ୍ତି। ରିଓ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତି ବକ୍ସିଂରୁ ଅବସର ନେବା ତାଙ୍କର ସ୍ୱପ୍ନ ବୋଲି କହିଛନ୍ତି ମେରି। ରିଓ ଅଲିମ୍ପିକରେ ଭଲ ପ୍ରଦର୍ଶନ କରିବାକୁ ରାତି ଦିନକୁ ଏକ କରିଦେଇଛି। ଏଥିରେ ମୋ ପରିବାର ବର୍ଗ ଓ ସରକାର ସହଯୋଗ କରୁଛନ୍ତି ବୋଲି ସେ […]

mary-kom

Rakesh Mallick
  • Published: Tuesday, 29 September 2015
  • , Updated: 30 September 2015, 04:16 AM IST

ନୂଆଦିଲ୍ଲୀ: ଆଉ ଦେଖିବାକୁ ମିଳିବନି ବକ୍ସର ମେରି କମଙ୍କ ଦମଦାର ଫାଇଟିଂ। ଖୁବଶୀଘ୍ର ସଫଳ କ୍ୟାରିୟରକୁ ବାୟ ବାୟ କରିବାକୁ ଯାଉଛନ୍ତି ମେରି। ଏଥିପାଇଁ ସେ ମାଇଣ୍ଡ୍ ସେଟ୍ ମଧ୍ୟ କରିସାରିଛନ୍ତି। ରିଓ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତି ବକ୍ସିଂରୁ ଅବସର ନେବା ତାଙ୍କର ସ୍ୱପ୍ନ ବୋଲି କହିଛନ୍ତି ମେରି। ରିଓ ଅଲିମ୍ପିକରେ ଭଲ ପ୍ରଦର୍ଶନ କରିବାକୁ ରାତି ଦିନକୁ ଏକ କରିଦେଇଛି। ଏଥିରେ ମୋ ପରିବାର ବର୍ଗ ଓ ସରକାର ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି। ଏହା ତାଙ୍କର ଶେଷ ଇଚ୍ଛା ଓ ଏହାକୁ ପୂରଣ କରିବାକୁ ଶତ ପ୍ରତିଶତ ଚେଷ୍ଟା କରିବି ବୋଲି କହିଛନ୍ତି। ଭଗବାନଙ୍କ ଆଶୀର୍ବାଦରୁ ବକ୍ସିଂରୁ ବହୁତ କିଛି ପାଇଛନ୍ତି ବୋଲି ୫ ଥର ବିଶ୍ୱ ଚାମ୍ପିଅନ୍ ମେରି କହିଛନ୍ତି। ଅବସର ନେବା ପରେ ୨୦୦୬ରୁ ଆରମ୍ଭ ହୋଇଥିବା ମେରିକମ୍ ରିଜିଓନାଲ ବକ୍ସିଂ ଫାଉଣ୍ଡେସନ ମଧ୍ୟାମରେ ବକ୍ସରଙ୍କୁ ପ୍ରଶିକ୍ଷଣ ଦେବେ ବୋଲି ସେ କହିଛନ୍ତି।

Related story