ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ବର୍ଷା ଛାଡିଯିବା ପରେ ମ୍ୟାଚ୍ ଆରମ୍ଭ ହୋଇଛି। ଶ୍ରୀଲଙ୍କା-ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନରେ ଆରମ୍ଭ ହୋଇଛି। । ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଭାରତର ଦୁଇ ଓପନର ରାହୁଲ ଓ ଧାୱନ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ବେଳେ, ଏହି ଦୁଇ ବ୍ୟାଟ୍ସମ୍ୟାନ୍ ପ୍ରାରମ୍ଭରୁ ଆଉଟ୍ ହୋଇଯାଇଛନ୍ତି। ଫଳରେ ଭାରତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଛି। ଏହି ଦୁଇ ଜଣଙ୍କ ପରେ ବ୍ୟାଟିଂ କରିବାକୁ ଅଧିନାୟକ କୋହଲି ଓ ପୂଜାରା ପଡିଆକୁ ଓହ୍ଲାଇଛନ୍ତି। ଶେଷ ଖବର ସୁଦ୍ଧା ଭାରତ ୨ୱିକେଟ୍ ହରାଇ ୧୭ ରନ କରିଥିବା ବେଳେ ପୁଣି ମ୍ୟାଚ୍ରେ ବର୍ଷା ବାଧକ ସାଜିଥିଲା। ତେଣୁ ମ୍ୟାଚ୍ ବର୍ଷା ଯୋଗୁଁ ବନ୍ଦ ରହିଛି।